ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jan 4, 2022, 9:07 PM IST

୧. ପୂର୍ବତନ BJP ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ, ଦୁଇ ଅଙ୍ଗରକ୍ଷୀ ଶହୀଦ

ଝାଡଖଣ୍ଡରେ ପୂର୍ବତନ ବିଜେପି ବିଧାୟକ ଗୁରୁଚରଣ ନାୟକଙ୍କ ଉପରେ ନକ୍ସଲ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ପୂର୍ବତନ ବିଧାୟକ, ଦୁଇ ଅଙ୍ଗରକ୍ଷୀ ଶହୀଦ ।

୨. Cabinet Meeting: ବୁଧବାର ରାଜ୍ୟ କ୍ୟାବିନେଟ, ବଡ ପ୍ରସ୍ତାବ ଉପରେ ବାଜିବ ମୋହର !

ବୁଧବାର ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଏକାଧିକ ପ୍ରସ୍ତାବ ଆସିବାରେ ସମ୍ଭାବନା ରହିଛି ।

୩. ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା ପଞ୍ଚଭୂତରେ ବିଲୀନ

ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ନୌସେନାର ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମା । ସ୍ବର୍ଗତ ଶର୍ମାଙ୍କ ପାର୍ଥିବ ଶରୀର ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ପହଞ୍ଚିଲା ।

୪. Covid-19 Review: 10ଦିନ ମଧ୍ୟରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଯୋଗେ ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା (Odisha CM Naveen Patnaik reviews COVID19 situation) କରିଛନ୍ତି । କୋଭିଡ ପ୍ରସ୍ତୁତିକୁ ତରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୫. India-US Talk: ଆମେରିକା ବୈଦେଶିକ ସଚିବଙ୍କ ସହ ଫୋନରେ କଥା ହେଲେ ଜୟଶଙ୍କର

ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିପକ୍ଷ ଅନ୍ଥୋନୀ ବ୍ଲିଙ୍କେନଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କଥାବାର୍ତ୍ତା । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେଲ ଫୋନରେ ଆଲୋଚନା କଲେ ଉଭୟ ନେତା । ପରସ୍ପରକୁ ଜଣାଇଲେ ନବବର୍ଷର ଶୁଭେଚ୍ଛା ।

୬. Missionaries Of Charity: 13 ଅନୁଷ୍ଠାନ ପାଇଁ 78 ଲକ୍ଷ ମଞ୍ଜୁର, ଉପକୃତ ହେବେ 900 ଅନ୍ତେବାସୀ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୩ ଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୭୬ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୭. ଘାଟିରୁ 50 ଫୁଟ ତଳକୁ ଖସିଲା କାର: 3 ମୃତ, 2 ଗୁରୁତର

କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରୁ ୫୦ ଫୁଟ ତଳକୁ ଖସିଲା କାର । ୩ ମୃତ, ଦୁଇ ଗୁରୁତର ।

୮. ପୁରୀରୁ ଉଦ୍ଧାର ହେଲା ଗୋଡରେ ଟ୍ୟାଗ୍‌ ଲାଗିଥିବା ପାରା, ଆଶଙ୍କାରେ ସ୍ଥାନୀୟ ଲୋକ

ପୁଣି ଉଦ୍ଧାର ହେଲା ସନ୍ଦିଗ୍ଧ ଚୀନ ପାରା ! ଗତକାଲି (ସୋମବାର) ସୁନ୍ଦରଗଡ଼ର କାଂଶବାହାଲରେ ଜୈନିକ ବ୍ୟକ୍ତିଙ୍କ ଘରେ ଏକ ସନ୍ଦହଜନକ ପାରା ଉଦ୍ଧାର ହୋଇଥିଲା ଏବଂ ଆଜି ମଧ୍ୟ କେନ୍ଦ୍ରାପଡାରେ ଏକ ଗୁଇନ୍ଦା ପାରା ଉଦ୍ଧାର ହୋଇଥିଲା ।

୯. India's Best Dancer Season 2: ଟପ୍‌-୫ରେ ରାଉରକେଲାର ଝିଅ ରୋଜା ରାଣା

ପୁଣି କମାଲ ଦେଖାଇଲେ ରାଉରକେଲା ଝିଅ । ନିଜର ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ କରିଛନ୍ତି ଘାଇଲା । ତାହା ପୁଣି ମାୟାନଗରୀ ମୁମ୍ବାଇରେ। ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର (ଆଇବିଡି)-୨’ରେ ନିଜର ଯାଦୁ ଦେଖାଇଛନ୍ତି ରୋଜା ରାଣା ।

୧୦. 2nd Test: ଶାର୍ଦ୍ଦୁଳଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍‌

ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ ୨୨୯ରେ ଅଲଆଉଟ୍‌ ପରେ ୨୭ ରନ୍‌ରେ ଆଗୁଆ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ନେଲେ ୭ଟି ୱିକେଟ ।

ABOUT THE AUTHOR

...view details