ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9PM ତାଜା ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 20, 2021, 9:08 PM IST

1.ଆରପାରିରେ ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରା

ଜୀବନ ଯୁଦ୍ଧରେ ହାରିଗଲେ ଓଡିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରା । ଦୀର୍ଘଦିନ ଧରି ପ୍ରହ୍ଲାଦ ଦୋରା କର୍କଟ ରୋଗରେ ପୀଡିତ ହୋଇ ଅସୁସ୍ଥ ଥିଲେ ।

2.ମମିତା ହତ୍ୟାକାଣ୍ଡ: CBI ତଦନ୍ତ ଦାବି କଲେ ସୁର

ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ସୁରଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

3.ପୁରୀରେ ଏନକାଉଣ୍ଟର: ଅପରାଧୀ ବିଜୁ ଆହତ

ପୁରୀରେ ମହିଳାଙ୍କୁ ଗୁଳିମାଡ ଘଟଣା । ମୁଖ୍ୟ ଅଭିଯୁକ୍ତ ବିଜୁକୁ ଏନକାଉଣ୍ଟର କଲା ପୁରୀ ପୋଲିସ ।

4. ପ୍ରବାସୀ ଶ୍ରମିକଙ୍କ ହତ୍ୟାର ବଦଲା ନେଲା ସେନା, ଏନକାଉଣ୍ଟରରେ 3 ଲଶ୍କର ଆତଙ୍କୀ ନିପାତ

କୁଲଗାମରେ ସେନା ଓ ପୋଲିସର ମିଳିତ ଅପରେସନରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ଗୁଲଜାର ରେଶୀ ସମେତ 2 ଆତଙ୍କୀ ନିପାତ ।

4.ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 451 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 451 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 23 ହଜାର 849ରେ ପହଞ୍ଚିଲା ।

5.ମମିତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ଘଟଣାସ୍ଥଳକୁ ଯିବ କଂଗ୍ରେସ: ସୁର

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ନ୍ୟାୟ ଦାବି । ଏନେଇ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରାଯିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି

6.ବଲାଙ୍ଗୀରରେ ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା BJP

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି ।

7.T-20 WC Warmup: ଓପନରଙ୍କ ଦମଦାର ଇନିଂସ, ସହଜରେ ଜିତିଲା ଟିମ୍ ଇଣ୍ଡିଆ

T-20 WC Warmup ରେ ଅଷ୍ଟ୍ରେଲିଆକୁ ସହଜରେ ପରାସ୍ତ କଲା ଟିମ ଇଣ୍ଡିଆ । 13ଟି ବଲ ବାକି ଥାଇ 153 ରନର ଟାର୍ଗେଟକୁ ହାତେଇଲା ଭାରତ ।

8.ମମିତା ମର୍ଡର ମିଷ୍ଟ୍ରୀ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା NCW, ଦୁଇ ମନ୍ତ୍ରୀଙ୍କ ବହିଷ୍କାର ନିର୍ଦ୍ଦେଶ !

ମମିତା ମେହେର ହତ୍ୟାକାଣ୍ଡରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମହିଳା ଆୟୋଗ (NCW)।

9.ମମିତାଙ୍କୁ କାରରେ ହତ୍ୟା କରିଛି ଗୋବିନ୍ଦ, ପରକିୟା ପ୍ରୀତି କାରଣ କହିଲା ପୋଲିସ

ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ

ସ୍ପଷ୍ଟୀକରଣ ଦେଲା ବଲାଙ୍ଗୀର ପୋଲିସ ।

10.ମମିତା ହତ୍ୟାକାଣ୍ଡ; ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ କାର୍ଯ୍ୟାନୁଷ୍ଠାନ ଦାବି

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଞ୍ଚଳରେ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ABOUT THE AUTHOR

...view details