ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9PM ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 14, 2021, 9:08 PM IST

1.ପୋଲିସ ପଞ୍ଝାରେ ରାଜଧାନୀର ବାଇକ ଲୁଟେରା ଗ୍ୟାଙ୍ଗ, 5 ଗିରଫ

ରାଜଧାନୀରୁ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଲା ବଡଗଡ ପୋଲିସ । 5 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ । ମାଷ୍ଟର କି ପ୍ରସ୍ତୁତ କରି ଚୋରାଉଥିଲେ ବାଇକ ।

2.ରାଜଧାନୀରେ ଚାଞ୍ଚଲ୍ୟ: ଅଳିଆ ଗଦାରେ ପଡ଼ିଛି କଟା ହାତ-ଗୋଡ଼

ଅଳିଆ ଗଦାରେ ପଡ଼ିଛି କଟା ହାତ ଓ ଗୋଡ଼ । ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ରାମମନ୍ଦିର ପଛ ପାର୍ଶ୍ବ ଅଳିଆ ଗଦାରେ ।

3.ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା: ୫ ଗିରଫ, ବିଧାୟକଙ୍କ ତଦନ୍ତ ବାଟବଣା ଅଭିଯୋଗ

ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ତଦନ୍ତ ବାଟବଣା ଅଭିଯୋଗ କଲେ ବିଧାୟକ ।

4.ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ, ୧୯ ଜିଲ୍ଲାରେ ପ୍ରବଳ ଛେଚିବ

ଲଘୁଚାପରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ । ୧୫ରୁ ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ଆଶଙ୍କା ରହିଛି ।

5.ଶାହଙ୍କ ଚେତାବନୀ, ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ !

ଆତଙ୍କୀ ଭୂସ୍ବର୍ଗ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି ଦେଶର ଗୃହମନ୍ତ୍ରୀ ଅମିତ ଶାହ । ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ସାମ୍ନା କରିବାକୁ ପଡିବ ବୋଲି ସ୍ପଷ୍ଟ ଶବ୍ଦରେ ଚେତାଇ ଦେଇଛନ୍ତି ଗୃହମନ୍ତ୍ରୀ ।

6.ବୃଦ୍ଧଙ୍କ ନିଆରା ପ୍ୟାସନ: ସଂଗ୍ରହ କଲେଣି 54ଟି ଦେଶର ପୋଷ୍ଟକାର୍ଡ, ୧୦ ହଜାରରୁ ଊର୍ଦ୍ଧ୍ବ ପୋଷ୍ଟାଲ ଷ୍ଟାମ୍ପ

ଆନ୍ଧ୍ରପ୍ରଦେଶ ବୃଦ୍ଧଙ୍କ ନିଆରା ପ୍ୟାସନ । ଏଯାବତ ୫୪ଟି ଦେଶର ପୋଷ୍ଟକାର୍ଡ ସଂଗ୍ରହ କରି ସୃଷ୍ଟି କରିଛନ୍ତି ନୂଆ ରେକର୍ଡ ।

7.କୋଭିଡ କଟକଣା, ଚଳିତ ବର୍ଷ ମଧ୍ୟ ବଳଦ ଯାତ୍ରା ବନ୍ଦ

ଚଳିତ ବର୍ଷ ପାଳିତ ହେବ ନାହିଁ ଭୁବନର ଐତିହାସିକ ବଳଦ ଯାତ୍ରା । କେବଳ ବିଧି ଓ ପରମ୍ପରା ରକ୍ଷା କରିବାକୁ କୋଭିଡ କଟକଣା ଭିତରେ ଦୁଇଟି ବଳଦରେ ଯାତ୍ରା କରିବାକୁ ପ୍ରଶାସନ ଅନୁମତି ଦେଇଛି ।

8.ଓଡ଼ିଶାରେ ଜାପାନୀ ଭାଷା-ଉତ୍କର୍ଷ କେନ୍ଦ୍ର ଉଦଘାଟିତ

ଜାପାନୀ ନିବେଶ ସେମିନାର ଅବସରରେ ରାଜ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହୋଇଛି ।

9.ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ, ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ବୁଧବାର କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ ।

10.ବାଂଲାଦେଶରେ ହିଂସା, ଦୁର୍ଗାପୂଜା ପେଣ୍ଡାଲରେ ମୂର୍ତ୍ତି ଭଙ୍ଗାରୁଜା

ବାଂଲାଦେଶରେ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି । ସାମ୍ପ୍ରଦାୟିକ ହିଂସା କାରଣରୁ ୨୨ ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି ।

ABOUT THE AUTHOR

...view details