ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 12, 2021, 8:58 PM IST

1.ରାତିପାହିଲେ ଛତରଯାତ୍ରା, କଟକଣା ଯୋଗୁଁ ନାହିଁ ଶ୍ରଦ୍ଧାଳୁଙ୍କ ଉତ୍ସାହ

ରାତିପାହିଲେ କଳାହାଣ୍ଡିର ଅଧୀଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତରଯାତ୍ରା । ହେଲେ ସମସ୍ତଙ୍କ ମନରେ ପୂର୍ବ ଭଳି ଆଉ ଉତ୍ସାହ ନାହିଁ ।

2.ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାରେ BJPର ପ୍ରତିବାଦ, SPଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ କେନ୍ଦୁଝରରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲା ବିଜେପି।

3.ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 546 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 546 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 19 ହଜାର 764ରେ ପହଞ୍ଚିଲା ।

4.ନଭେମ୍ବର 8ରେ RI କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା

ନଭେମ୍ବର 8ରେ ହେବ RI କମ୍ପ୍ୟୁଟର ଦକ୍ଷତା ପରୀକ୍ଷା । ଏନେଇ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ନୋଟିସ ଜାରି କରାଯାଇଛି ।

5.ଶ୍ରମ ମନ୍ତ୍ରୀଙ୍କ ସଙ୍କେତ, ଖୁବଶୀଘ୍ର ଚାଲୁ ହୋଇପାରେ ବାଲେଶ୍ବର ବିର୍ଲା ଟାୟାର କମ୍ପାନୀ

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବାଲେଶ୍ବର ବିର୍ଲା ଟାୟାର କମ୍ପାନୀ କାର୍ଯ୍ୟକାରୀ ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ।

6.ଦଶହରାରେ OTDCର ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ, ‘ନିମନ୍ତ୍ରଣ’ରେ ସ୍ପେଶାଲ ବ୍ୟଞ୍ଜନ

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ଵାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ ।

7.ପୌର ନିର୍ବାଚନ ବିଜ୍ଞପ୍ତି ପରେ ସରକାରଙ୍କୁ ଘେରିଲେ ବିରୋଧୀ

ପୌର ନିର୍ବାଚନକୁ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

8.କମୁଛି କୋରୋନା ! ଆସନ୍ତା ୧୮ରୁ ବିମାନ ଯାତ୍ରା ଉପରୁ ହଟିବ କଟକଣା

ଖୁବ ଶୀଘ୍ର ବିମାନ ଯାତ୍ରା ଉପରୁ ହଟିବ କଟକଣା । ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ ।

9.ସବ୍‌ ଜୁନିଅର ଏକାଡେମୀ ହକି: ପଞ୍ଜାବକୁ ହରାଇ ଫାଇନାଲରେ ଓଡିଶା

ହକି ଇଣ୍ଡିଆ ସବ୍‌ ଜୁନିଅର ପୁରୁଷ ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ର ଫାଇନାଲରେ ପ୍ରବେଶ କରିଛି ଓଡିଶା ନାଭାଲ ଟାଟା ହକି ହାଇ ପର୍ଫମାନ୍ସ ସେଣ୍ଟର ।

10.'ମାନବାଧିକାରକୁ ରାଜନୈତିକ ଚଷମାରେ ଦେଖିବା ଦେଶ ପାଇଁ କ୍ଷତି'

ମାନବାଧିକାର ନାଁରେ କିଛି ଲୋକ ଦେଶର ଛବି ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଆମକୁ ଏହି ଦିଗରେ ସଚେତନ ରହିବାକୁ ପଡିବ ।

ABOUT THE AUTHOR

...view details