ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 12, 2021, 9:03 PM IST

୧.ବଲାଙ୍ଗୀରରେ ନିଆରା ନୂଆଁଖାଇ, ଏକତ୍ର ପାଳିଲେ ୫ ହଜାର ଗ୍ରାମବାସୀ

ବଲାଙ୍ଗୀରରେ ଅତି ଉଲ୍ଲାସରେ ପାଳନ ହୋଇଛି ଗଣପର୍ବ ନୂଆଁଖାଇ । ବେଲପଡ଼ା ବ୍ଲକର ଜଳିଆ ଗ୍ରାମରେ ୫ ହଜାର ଗ୍ରାମବାସୀ ଏକତ୍ର ପାଳିଲେ ନୂଆଁଖାଇ, ବାଣ୍ଟିଲେ ଏକତାର ବାର୍ତ୍ତା ।

୨.ଭାରତରୁ ଫେରିଯିବ ଫୋର୍ଡ

ଚଳିତ ସପ୍ତାହରେ କମ୍ପାନୀ ଭାରତରେ ନିଜ କାରବାର ବନ୍ଦ କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲା ।

୩.SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ବ୍ୟାଙ୍କ ଯିବା ପୂର୍ବରୁ ଜାଣିରଖନ୍ତୁ...

ଭାରତୀୟ ଷ୍ଟେଟ ବ୍ୟାଙ୍କ State Bank of India (SBI)ରେ ଆପଣଙ୍କ ସେବାରେ ଉପୁଜିପାରେ ବାଧା । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି ।

୪.ସୀମା ବିବାଦରେ ଭୃଗୁ ବକ୍ସିପାତ୍ରଙ୍କ ପ୍ରଶ୍ନ, ରାଜ୍ୟ ସରକାର ଚୁପ କାହିଁକି ?

ଗଜପତି ଜିଲ୍ଲା ମାଣିକପାଟଣା ଗାଁରେ ଆନ୍ଧ୍ର ପୋଲିସ ନିରୀହ ଅଧିବାସୀଙ୍କୁ ଭୟଭୀତ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

୫.ପ୍ରଥମ ଥର ହୋଇଥିଲେ ବିଧାୟକ, ବଡ ନେତାଙ୍କୁ ପଛରେ ପକାଇ ହେଲେ ମୁଖ୍ୟମନ୍ତ୍ରୀ

ଅନେକ ବଡ ବଡ ନେତାଙ୍କୁ ପଛରେ ପକାଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ ।

୬.ଆନ୍ଧ୍ରର ଦାଦାଗିରି ପରେ ଗଜପତି ଗଲେ ମୁଖ୍ୟ ଶାସନ ସଚିବ, ହେଲେ ସୀମା ପ୍ରସଙ୍ଗରେ ଖୋଲିଲେନି ମୁହଁ

ମୁଖ୍ୟ ଶାସନ ସଚିବ ଗଜପତି ଗସ୍ତ କରି ମଧ୍ୟ ସୀମା ବିବାଦକୁ ନେଇ ମୁହଁ ଖୋଲିନାହାନ୍ତି କି ସେ ଅଞ୍ଚଳକୁ ଯାଇ ସ୍ଥିତି ପଚାରି ବୁଝିନାହାଁନ୍ତି । ଯାହାକୁ ନେଇ ଗଜପତିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

୭.ଟୀକାକରଣରେ BMCର ଆଉ ଏକ ମାଇଲଖୁଣ୍ଟ

ଟୀକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ବିଏମସି ।

୮.ଆଜି ରାଜ୍ୟରୁ ସୁସ୍ଥ ହେଲେ 874 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 874 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 2ହଜାର 128ରେ ପହଞ୍ଚିଲା ।

୯.ସାମ୍ନାକୁ ଆସିଲା ଆତଙ୍କୀ ସଂଗଠନ ଅଲ-କାଏଦା ମୁଖ୍ୟର ଭିଡିଓ, ମୃତ୍ୟୁ ଗୁଜବକୁ କଲା ଖଣ୍ଡନ

ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ପେଣ୍ଟାଗନ ଟାଓ୍ବାର ଉପରେ ଆକ୍ରମଣର 20 ତମ ବାର୍ଷିକୀ ପାଳନ ଅବସରରେ ସାମ୍ନାକୁ ଆସିଲା ଆତଙ୍କୀ ସଂଗଠନ ଅଲ-କାଏଦା ମୁଖ୍ୟର ଭିଡିଓ ।

୧୦.ଲିଙ୍ଗଗତ ପୃଥକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବେ ମହିଳା: ତାଲିବାନ ସରକାର

ପୃଥକ ଭାବେ ପାଠ ପଢିବେ ଛାତ୍ରୀ । ତାଲିବାନ ସରକାରର ବାଧ୍ୟତାମୂଳକ ଡ୍ରେସ କୋଡ୍ ସହ ପାଠ ପଢା କ୍ଷେତ୍ରରେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବେ ମହିଳା ।

ABOUT THE AUTHOR

...view details