ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....
ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

By

Published : Jun 20, 2021, 9:06 PM IST

1.ଡରାଉଛି ଡେଲ୍‌ଟା ପ୍ଲସ, ବଢୁଛି ଚିନ୍ତା

ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କୋରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ B.1.617.2 ପ୍ରକାରର ମ୍ୟୁଟେଡ ଭର୍ସନ ହେଉଛି ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ । ଏହା K417N ନାମକ ଏକ ଅତିରିକ୍ତ ମ୍ୟୁଟେସନ ଦେଇ ଗତି କରୁଛି ।

2.ଜୁନ 21ରୁ ଦିଲ୍ଲୀ ଅନଲକ: ବାର, ପାର୍କ ଖୋଲିବାକୁ ନିର୍ଦ୍ଦେଶ

ଦିଲ୍ଲୀରେ କୋରୋନା ସଂକ୍ରମଣ କମିବାରୁ କଟକଣା କୋହଳ କରାଯାଇଛି । ଦିଲ୍ଲୀରେ ସୋମବାର ଅର୍ଥାତ ଜୁନ 21 ତାରିଖ ଠାରୁ ଅନଲକ-4 ଲାଗୁ ହେବାକୁ ଯାଉଛି ।

3.ପିତୃ ଦିବସ: ପୁଅ ଜୀବନ ଭିକ୍ଷା କରୁଛି ବାପା

ଆଜି ପିତୃ ଦିବସ । ଏହି ଦିନରେ ପୁଅ ଝିଅ ମାନେ ନିଜ ବାପାଙ୍କ ପାଇଁ ଦିନଟିକୁ ଉତ୍ସର୍ଗୀକୃତ କରିଥାନ୍ତି । କିନ୍ତୁ ଅନ୍ୟପଟେ ଭୁବନେଶ୍ବର ଚନ୍ଦ୍ରଶେଖରପୁରର ଜଣେ ଅସହାୟ ବାପା ନିଜ ପୁଅର ଜୀବନ ଭିକ୍ଷା କରୁଛନ୍ତି।

4.ସୋମବାରରୁ ସମସ୍ତଙ୍କୁ ମାଗଣା ଭ୍ୟାକ୍ସିନ, CoWin ଆପ୍‌ରେ କରିବାକୁ ପଡିବନି ପଞ୍ଜୀକରଣ

21 ଜୁନରୁ ଆରମ୍ଭ ହେବାକୁ ଯାଉଛି ଟୀକାକରଣର ଆଗାମୀ ପର୍ଯ୍ୟାୟ । ଏହା ଅନ୍ତର୍ଗତ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମାଗଣା ଟିକା ଯୋଗାଇବେ କେନ୍ଦ୍ର ସରକାର ।

5.ଜୁଲାଇରେ ପ୍ରଧାନମନ୍ତ୍ରୀ ଆବାସ ଛାଡିବେ ନେତାନ୍ୟାହୁ

ନୂଆ ପ୍ରଧାନମନ୍ତ୍ରୀଙ୍କ ଶପଥପାଠ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଛାଡିନଥିବା ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଜୁଲାଇରେ ଆବାସ ଛାଡିବାକୁ ଯାଉଛନ୍ତି ।

6.ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଜୁନ 21 ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 6ଟା 30ରେ ହେବ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ।

7.UN ରେ ଭାରତର ଦାବି, ନୂଆ IT ନିୟମ ସୋସିଆଲ ମିଡିଆ ୟୁଜର୍ସଙ୍କୁ କରିବ ସଶକ୍ତ

ସୋସିଆଲ ମିଡିଆ ୟୁଜର୍ସଙ୍କୁ ନୂଆ ଆଇଟି ଆଇନ ଶକ୍ତ କରିବ ବୋଲି ସଂଯୁକ୍ତ ରାଷ୍ଟ୍ର(UN)ରେ ସ୍ପଷ୍ଟ କରିଛି ଭାରତର ସ୍ଥାୟୀ ମିଶନ ।

8.ବାଧିଲା ତେଲ ଦର, ଲୁନା ଛାଡି ଗଧ ବ୍ୟବହାର କଲେ ରଜକ

ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ଅସହ୍ୟ ହେଲାଣି । ପେଟ୍ରୋଲ ଦର ବର୍ତ୍ତମାନ ଶହେ ପାର କଲାଣି । ଏ ଭଳି ସ୍ଥିତିରେ ଦୁଇ ଚକିଆ ଯାନ ବଦଳରେ ବ୍ୟବହାର କରୁଛନ୍ତି ଗଧ। ଏ ଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ରାୟଦୁର୍ଗମରେ ।

9.ଯୋଗ କରି ସୁସ୍ଥ ହେଲେ କଙ୍ଗନାଙ୍କ ମା'

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯୋଗ ପ୍ରତି ଅତ୍ୟନ୍ତ ଉତ୍ସର୍ଗୀକୃତ । ସେ କେବଳ ନିଜ ଲାଇଫଷ୍ଟାଇଲ ବଦଳାଇନାହାଁନ୍ତି ବରଂ ଯୋଗ କରିବାକୁ ତାଙ୍କ ପରିବାରକୁ ମଧ୍ୟ ପ୍ରେରଣା ଦେଇଛନ୍ତି ।

10.ପରଲୋକରେ ମହିଳା ହକି ମହାସଂଘର ସମ୍ପାଦିକା ଅମ୍ରିତ ବୋସ୍‌

ଆଉ ନାହାନ୍ତି ଭାରତୀୟ ମହିଳା ହକି ମହାସଂଘର ସମ୍ପାଦିକା ଅମ୍ରିତ ବୋସ୍‌ ।

ABOUT THE AUTHOR

...view details