ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top 9 pm

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....
ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

By

Published : Jun 12, 2021, 9:23 PM IST

1.ଟିଏମସି ନେତା କୁନାଲ ଘୋଷଙ୍କ ବାସଭବନରେ ବିଜେପି ନେତା ରାଜୀବ ବାନାର୍ଜୀ, ଜୋର ଧରିଲା ଦଳବଦଳ ଚର୍ଚ୍ଚା

ବିଧାନସଭା ନିର୍ବାଚନ ପରେ ପୁଣି ଚର୍ଚ୍ଚାରେ ବଙ୍ଗ ରାଜନୀତି । ଟିଏମସି ନେତା କୁନାଲ ଘୋଷଙ୍କୁ ବାସଭବନରେ ଭେଟିଲେ ବିଜେପି ନେତା ରାଜୀବ ବାନାର୍ଜୀ ।

2.Baby Bumpରେ ନଜର ଆସିଲେ ନୁସରତ ଜାହାଁ

ବେବି ବମ୍ପ ସହ ଫଟୋ ସେୟାର କରି ନିଜ ଗର୍ଭବତୀ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ।

3.ରାଜଧାନୀରେ ଆଉ ଦିଶିବେନି ଭିକ୍ଷୁକ, ଖର୍ଚ୍ଚ ହେବ ଏକ କୋଟି

ଭୁବନେଶ୍ବରରେ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା Beggar home ଆଜି ସାକାର ହୋଇଛି। ଭିକ୍ଷୁକଙ୍କ ଠାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ରାଜଧାନୀ ।

4.ଗଲୱାନ ଉପତ୍ୟକାରେ ଭାରତ-ଚୀନ ସଂଘର୍ଷ: 5 ଦଶନ୍ଧିର ଏକ ବଡ ପରିବର୍ତ୍ତନ

ଭାରତ ଏବଂ ଚୀନ ସେନା ମଧ୍ୟରେ ଗତବର୍ଷ ଦେଖାଯାଇଥିବା ଭୟଙ୍କର ସଂଘର୍ଷ ଦୁଇ ଦେଶର ସାମରିକ ବ୍ୟବସ୍ଥା ଓ ଯାତ୍ରାରେ ଏକ ବଡ ପରିବର୍ତ୍ତନ ଆଣିଛି ।

5.କୋଭିଡରେ ପିତାମାତା ହରାଇଥିବା ପିଲାଙ୍କୁ ମାସିକ 2500 ଟଙ୍କା ସହାୟତା ଦେବେ ରାଜସ୍ଥାନ ସରକାର

କୋଭିଡରେ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ନୂଆ ସହାୟତା ରାଶି ଘୋଷଣା କଲେ ରାଜସ୍ଥାନ ସରକାର ।

6.ଯୌତୁକବାହାଲ ହତ୍ୟାକାଣ୍ଡ ଘଟଣାରେ SPଙ୍କ ପ୍ରତିକ୍ରିୟା

ସମ୍ବଲପୁର ଜିଲ୍ଲା ଯୌତୁକବହାଲରେ ହତ୍ୟାକାଣ୍ଡ ନେଇ SP ବତୁଲା ଗଙ୍ଗାଧର ପ୍ରତିକ୍ରିୟା ରଖିଛନ୍ତି ।

7.ଶନିବାର ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ

ଶନିବାର ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 1122 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 89 ହଜାର 66 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

8.ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟରେ ସକ୍ରିୟ, 14 ଯାଏଁ ବର୍ଷା

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨ରୁ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

9.ସୁସ୍ଥ ହେଉଛନ୍ତି ମିଲଖା ସିଂହ: ହସ୍ପିଟାଲ କର୍ତ୍ତୃପକ୍ଷ

ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି, ମାତ୍ର ଏବେବି ଆଇସିୟୁରେ ରହିଛନ୍ତି ।

10.ଷ୍ଟମ୍ପ୍‌କୁ ଗୋଡରେ ଫିଙ୍ଗିବା ଘଟଣାରେ 4ଟି ମ୍ୟାଚରୁ ବାସନ୍ଦ ସାକିବ

ଢାକା ପ୍ରିମିୟର ଲିଗ୍‌ର ଏକ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ନାଖୁସ ହୋଇ ରାଗ ଉପରେ ନିୟନ୍ତ୍ରଣ ହରାଇ ୱିକେଟକୁ ଗୋଇଠା ମାରି ଭାଙ୍ଗିବା ପରେ ଓପାଡି ପିଙ୍ଗିବା ବାଂଲାଦେଶର ଆଙ୍ଗ୍ରୀ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ମହଙ୍ଗା ପଡିଛି ।

For All Latest Updates

ABOUT THE AUTHOR

...view details