ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 30, 2021, 9:34 PM IST

1. BMCକୁ 10 କୋଟିର ସ୍ବତନ୍ତ୍ର ପ୍ୟାକେଜ, 2 ମାସ ପାଇଁ ମିଳିବ ଅତିରିକ୍ତ 5 କେଜି ଚାଉଳ

ରାଜଧାନୀରେ କୋରୋନା ପରିଚାଳନା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

2. ରାଜ୍ୟରେ କୋଭିସିଲ୍ଡ ଟିକା ସଙ୍କଟ, ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ କୋଭାସିଲ୍ଡ ଟିକାର ଅନିୟମତା ଯୋଗାଣ ଯୋଗୁଁ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଣୁ ପୁଣି ଥରେ ଟୀକା ଅଭାବ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।

3. ବେଙ୍ଗଲ ଜିତିବୁ; ପରେ ଫୋକସ ଓଡିଶା

ଆସନ୍ତା ମେ ୨ରେ ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ । ଏହାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ପ୍ରତିକ୍ରିୟା ରଖିଛନ୍ତି ।

4. ରାତି ପାହିଲେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି

ଭ୍ୟାକ୍ସିନ ସଙ୍କଟ ମଧ୍ୟରେ ଖୁବଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି ଋଷରେ ପ୍ରସ୍ତୁତ ସ୍ପୁଟନିକ-ଭି । ମେ ପହିଲା ଅର୍ଥାତ ଶନିବାର ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଟିକା ।

5. 2024ରେ କ୍ଷମତାରୁ ହଟିବେ ମୋଦି ସରକାର: ସୁର

ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଯଥାକ୍ରମେ ଟିଏମସି ଏବଂ ଡିଏମକେ ସରକାରକୁ ଫେରୁଛନ୍ତି ବୋଲି ପୋଲ ଦର୍ଶାଉଛି । ପଶ୍ଚିମବଙ୍ଗ ବିଜୟ ସହ ବିଜେପିର ପୂର୍ବଦୋୟ ବିଜୟ ଆରମ୍ଭ ଆଶା ମଉଳିଯାଇଛି । ଏହାକୁ ନେଇ ଖୁସି ବ୍ୟକ୍ତ କରିଛି ଓଡିଶା କଂଗ୍ରେସ ।

6. ପୁଣି ନୌସେନାର ସମୁଦ୍ର ସେତୁ ଅପରେସନ ଆକ୍ଟିଭ୍, ବିଦେଶରୁ ଆସିବ ଅମ୍ଲଜାନ

ଭାରତୀୟ ନୌସେନା ପୁଣି ଥରେ ସମୁଦ୍ର ସେତୁ ଅପରେସନ ଆରମ୍ଭ କରିଛି । ଦେଶ ବର୍ତ୍ତମାନ ଅମ୍ଲଜାନ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ବିଦେଶରୁ ସହାୟତା ଲୋଡିଛି ଭାରତ । ଚିକିତ୍ସା ସାମଗ୍ରୀ ସହ ଗୁରୁତ୍ବପୂର୍ଣ୍ଣ ଔଷଧ ଆମଦାନୀ କରିବାରେ ଭାରତୀୟ ନୌସେନା ଆଗକୁ ଆସିଛି ।

7. ପୁଣି ଫର୍ଦ୍ଦ ଲେଉଟାଉଛି କି ଦୁର୍ଭିକ୍ଷ...

ବର୍ତ୍ତମାନ ବିଶ୍ୱରେ ମହାମାରୀ ନିଜର କାୟା ବିସ୍ତାର କରୁଥିବା ବେଳେ ଆସନ୍ତା ବର୍ଷ ଭୟଙ୍କର ଦୁର୍ଭିକ୍ଷ ମାଡି ଆସୁଥିବା ନେଇ ସୂଚନା ଦେଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ । ବିଶ୍ୱ ମହାମାରୀ କୋରୋନାକୁ ମୁକାବିଲା କରିବା ଭିତରେ ଏବେ ବିଶ୍ୱ କ୍ଷୁଧା ମହାମାରୀ ଦ୍ୱାରରେ ପହଁଞ୍ଚି ଯାଇଥିବା ସେ କହିଛନ୍ତି

8. ରାଜ୍ୟରେ 24 ଘଣ୍ଟାରେ ସୁସ୍ଥ ହେଲେ 5 ହଜାରରୁ ଉର୍ଦ୍ଧ୍ବ

ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ ଗତ 24 ଘଣ୍ଟାରେ 5014 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

9. 4ଟି ନୂତନ ଅତ୍ୟାଧୁନିକ ବିଶିଷ୍ଟ ଆମ୍ବୁଲାନ୍ସ ଉଦଘାଟିତ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି 4ଟି ଅତ୍ୟାଧୁନିକ ବିଶିଷ୍ଟ ଆମ୍ବୁଲାନ୍ସ ଉଦଘାଟିତ ହୋଇଛି ।

10. ଆଇପିଏଲ ମହାସମର: ରାହୁଲଙ୍କ ଲଢୁଆ ଇଂନିସ, ପଞ୍ଜାବ 179/5

ନିର୍ଦ୍ଧାରିତ 20 ଓଭରରେ ୱିକେଟ ହରାଇ ରନ୍‌ ସଂଗ୍ରହ କରିଛି ପଞ୍ଜାବ । ଫଳରେ ବାଙ୍ଗାଲୋର ସାମ୍ନାରେ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ABOUT THE AUTHOR

...view details