ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 28, 2021, 9:01 PM IST

1. ପୁତିନଙ୍କ ସହ କଥା ହେଲେ ମୋଦି, କୋରୋନା ସଂଘର୍ଷରେ ଭ୍ୟାକ୍ସିନ କରିବ ସହଯୋଗ...

ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଚର୍ଚ୍ଚା ।

2. ରାଜ୍ୟକୁ ସୁପ୍ରିମକୋର୍ଟଙ୍କ କୋଭିଡ ମୁକାବିଲା ରିପୋର୍ଟ ତଲବ, ସ୍ବାଗତ କଲା ବିଜେଡି
କୋରୋନା ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବକୁ ସ୍ବାଗତ କଲା ବିଜେଡି ।

3.କମିଲା କୋଭିସିଲ୍ଡ ଟିକା ଦାମ

କମିଲା କୋଭିସିଲ୍ଡ ଟିକା ଦାମ । ଏବେ 400 ନୁହେଁ, 300 ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା । ଟ୍ବିଟ କରି ସୂଚନା ଦେଲେ SII ପ୍ରତିଷ୍ଠାତା ଅଦାର ପୁନାୱାଲା ।

4. ହୋମ ଆଇସୋଲେସନ କୋରୋନା ରୋଗୀଙ୍କ ପାଇଁ ଟେଲିମେଡିସିନ୍ ସେବା ଆରମ୍ଭ

ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି ।

5. ସ୍ବର୍ଗତ ମନୋଜ ଦାସଙ୍କ ସଂପର୍କୀୟଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମନୋଜ ଦାସଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି । ଫୋନ ଯୋଗେ ସ୍ବର୍ଗତ ଦାସଙ୍କ ସମ୍ପର୍କୀୟଙ୍କ ସହିତ କଥା ହେଲେ ନବୀନ ।

6. ସେରମ CEO ଅଦାର ପୁନାୱାଲାଙ୍କୁ ମିଳିବ Y ସୁରକ୍ଷା

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲାଙ୍କୁ ଦିଆଗଲା Y କାଟାଗୋରୀ ସୁରକ୍ଷା । ଏନେଇ ବୁଧବାର ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

7. ଚୀନ ନାଗରିକଙ୍କ ସୀମା ଅନୁପ୍ରବେଶ ମାମଲା, ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ଗତବର୍ଷ ହିମାଚଳ ପ୍ରଦେଶରୁ ବେଆଇନ ଅନୁପ୍ରବେଶ ମାମଲାରେ ଗିରଫ ଚୀନ ନାଗରିକଙ୍କ ମାମଲାର ଶୁଣାଣି ।

8. ପାଇଥନ-5 ମିସାଇଲର ସଫଳ ପରୀକ୍ଷଣ କଲା DRDO

ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷେମତାରେ ଯୋଡି ହୋଇଛି ପଞ୍ଚମ ପିଢିର ପାଇଥନ-5 ମିସାଇଲ ।

9. ଭାରତୀୟ ଫେନସିଂ ଦଳର ଅଲମ୍ପିକ୍ସ ଖେଳିବା ସ୍ବପ୍ନ ରହିଲା ଅଧୁରା

ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଲା ନାହିଁ ଭାରତୀୟ ଫେନସିଂ ଟିମ୍ । ଉଜବେକିସ୍ତାନର ତାଶକନ୍ଦରେ ଆୟୋଜିତ ଏସିଆନ ଅଲମ୍ପିକ୍ସ କ୍ବାଲିଫାୟର ଟୁର୍ଣ୍ଣାମେଣ୍ଟରେ ଉଭୟ ମହିଳା ଓ ପୁରୁଷ ଦଳ ପରାଜିତ ହୋଇଛନ୍ତି ।

10.ଜିମି ଶେର୍ଗିଲ ଗିରଫ

ପଞ୍ଜାବୀ ଫିଲ୍ମ ଅଭିନେତା ଜିମି ଶେର୍ଗିଲ କୋଭିଡ ନିୟମ ଉଲ୍ଲଂଘନ କରି ଗିରଫ ହୋଇଛନ୍ତି । ବିଳମ୍ବିତ ରାତି କର୍ଫ୍ୟୁ ସମୟରେ ମଧ୍ୟ ସେମାନେ ସୁଟିଂ ଜାରି ରଖିଥିଲେ ।

ABOUT THE AUTHOR

...view details