ଓଡିଶା

odisha

ETV Bharat / bharat

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@9 PM

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 4, 2021, 9:08 PM IST

1. ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁଆଣୀ

ଅନୁଗୋଳ DWO ଚାରୁଲତା ମଲ୍ଲିକ ନିଜ ରୋଷେୟା ଠାରୁ 49 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

2. କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ରାଜ୍ୟ ଲାଗି ବଡ ଉପଲବ୍ଧି: ଦିବ୍ୟଶଙ୍କର ମିଶ୍ର

ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟରେ ସ୍ବାକ୍ଷରିତ ହେବା ପରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ।

3. ଘରୋଇ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ, ହସ୍ପିଟାଲ ପରିସରରେ ଉତ୍ତେଜନା

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ।

4. ପୁଣି ବଢ଼ିଲା ବସ ଭଡା, ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଦର

ସାଧାରଣ ଓ ଏକ୍ସପ୍ରେସରେ ୫ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୧୦ ପଇସା ବଢିଛି ।

5. ଲଭ ଜିହାଦ ଆଇନ: ହରିୟାଣାରେ ଭାଜପା-ଜଜପା ମଧ୍ୟରେ ଫାଟ!

ହରିୟାଣାରେ ଲଭ ଜିହାଦ ଆଇନ ଗଠନକୁ ବିରୋଧ କରିଛନ୍ତି ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ଦୁଷ୍ୟନ୍ତ କହିଛନ୍ତି, ଲଭ ଜିହାଦ ନାଁରେ କୌଣସି ଆଇନ ଆସିବ ନାହିଁ ।

6. ଟିକା ନେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଗୁରୁବାର କୋଭିଡ-19 ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଲେ ଭାରତରେ ଜନ୍ମ ନେଇ ମୁଁ ନିକୁ ସୌଭାଗ୍ୟଶାଳୀ ମନେ କରୁଛି ।

7. କାହାକୁ ମିଳିବ ଭାରତରତ୍ନ ? ବିଜେଡି କହିଲା ବିଜୁ ବାବୁଙ୍କୁ ମିଳୁ, କଂଗ୍ରେସର ଦାବି ଆଗ ମହତାବ

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କୁ ଭାରତରତ୍ନ ଦେବାକୁ ଦାବି ଉଠିଛି । ଏପଟେ କଂଗ୍ରେସ କହିଲା ଆଗ ହରେକୃଷ୍ଣ ମହତାବଙ୍କୁ ମିଳୁ ।

8.ପୁଣି ବଢ଼ିଲା ବସ ଭଡା, ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଦର

ସାଧାରଣ ଓ ଏକ୍ସପ୍ରେସରେ ୫ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୧୦ ପଇସା ବଢିଛି । ସାଧାରଣ ବସ ଭଡା କିଲୋମିଟର ପ୍ରତି ୮୦ ପଇସା ଥିବାବେଳେ ଏବେ ଏହା ୮୫ ପଇସାକୁ ବୃଦ୍ଧି ପାଇଛି।

9. ଡାକ୍ତରଙ୍କ ବେପରୁଆ ଅସ୍ତ୍ରୋପଚାର, ନସବନ୍ଦୀ ବେଳେ କଟିଲା ଖାଦ୍ୟନଳୀ

ଝାରସୁଗୁଡା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

10. ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ନିୟମିତ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details