ଓଡିଶା

odisha

ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 7, 2022, 9:00 AM IST

1. Winter Session Of Parliament: ଆଜିଠୁ ସଂସଦର ଶୀତ ଅଧିବେଶନ, ଆସିପାରେ 16 ନୂଆ ବିଧେୟକ

ଆଜି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ 16ଟି ବିଲ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

2. MCD Poll: ଆଜି MCD ଜନାଦେଶ, କିଏ ମାରିବ ବାଜି

ଆଜି ଆସିବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।

3. Winter session: ଆଜି ଗଣମାଧ୍ୟମ ସହ କଥା ହେବେ ପ୍ରଧାନମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ(Winter Session of Parliament) । ତେବେ ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଗଣମାଧ୍ୟମ ସହ ଆଲେଚନା କରିବେ ।

4. ଆସନ୍ତା 9ରେ ରାଜଧାନୀରେ ବିକ୍ଷୋଭ କରିବ କିଷାନ କଂଗ୍ରେସ

ଚଳିତ ଅଧିବେଶରେ ଚାଷୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP)କୁ ଆଇନଗତ ସ୍ବୀକୃତି ଦାବି କରି ଆସନ୍ତା 9 ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ ସର୍ବ ଭାରତୀୟ କିଷାନ କଂଗ୍ରେସ ।

5. Mayurbhanj Rape Case: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

ମହିଳାଙ୍କୁ ଦୁଷ୍କର୍ମ ଅପରାଧରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ମୟୂରଭଞ୍ଜ-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ।

6. ଇଣ୍ଡିକେଟର ବ୍ୟବହାର କହିବାରୁ ଯୁବକଙ୍କୁ ବାପ-ପୁଅଙ୍କ ହତ୍ୟା ଉଦ୍ୟମ

ରାସ୍ତାରେ ଇଣ୍ଡିକେଟର ବ୍ୟବହାର ନକରି ଦୃତ ଗତିରେ ଗାଡ଼ି ଚଲାଉଥିଲେ ବାପ ପୁଅ । ସେମାନଙ୍କୁ ଇଣ୍ଡିକେଟର ବ୍ୟବହାର କରିବାକୁ କହିବାରୁ ଯୁବକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ ।

7. Fake Marks Card Racket: ବେଙ୍ଗାଲୁରୁରେ ବଢୁଛି ନକଲି ସାର୍ଟିଫିକେଟ ରାକେଟ୍, ୪ ଗିରଫ

କର୍ଣ୍ଣାଟକ ବେଙ୍ଗାଲୁରୁରେ ବଢି ଚାଲିଛି ନକଲି ସାର୍ଟିଫିକେଟ ବ୍ୟବସାୟ ( Fake marks card network ) । ଏଭଳି ଘଟଣାରେ ସାଇବର କ୍ରାଇମ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

8. ବୋରଓ୍ବେଲରେ ଫସିଛି 6 ବର୍ଷର ବାଳକ, ରେସକ୍ୟୁ ଅପରେସନ ଜାରି

ଛତିଶଗଡ ପରେ ମଧ୍ୟ ପ୍ରଦେଶରେ ବୋରଓ୍ବେଲ ଅଘଟଣ । ଖୋଳାଯାଉଥିବା ବୋରଓ୍ବେଲରେ 50ଫୁଟ ଗଭୀରରେ ଫସିଛି 6ବର୍ଷର ବାଳକ (child fell in borewell)। ଜାରି ରହିଛି ରେସ୍କ୍ୟୁ ଅପରେସନ ।

9. ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ହେତଲ ଯାଦବ, କାରକୁ ଟାଣି ନେଲା ଟ୍ରକ୍‌

ଟିଭି ଅଭିନେତ୍ରୀ ହେତଲ ଯାଦବ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ସୁଟିଂରୁ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

10. IND vs BAN 2nd ODI: ସିରିଜ୍ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବାଂଲାଦେଶ, ଭାରତ ପାଇଁ କର ବା ମର ସ୍ଥିତି

ଟିମ୍ ଇଣ୍ଡିଆ ବର୍ଷ ୨୦୧୫ ମସିହାରେ ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ୨-୧ରେ ପରାସ୍ତ ହୋଇଥିଲା । ଯଦି ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଉତ୍ତମ ନ ରହେ ତାହେଲେ ଇତିହାସ ପୁଣି ଥରେ ଦୋହରାଇପାରେ ।

ABOUT THE AUTHOR

...view details