ଓଡିଶା

odisha

ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 23, 2022, 9:00 AM IST

1. ସାମ୍ନାକୁ ଆସିଲା ଟିଭି ଅଭିନେତାଙ୍କ ବୟାନ, ଅଫତାବର ଡ୍ରଗ୍ସ ସେବନ କଥା ଜାଣିଥିଲେ ଶ୍ରଦ୍ଧା

ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସିଲା ମୁମ୍ବାଇର ଜଣେ ଟିଭି ଅଭିନେତା ନଜିର ଖାନଙ୍କ ବୟାନ । କହିଲେ ସେ ଶ୍ରଦ୍ଧାଙ୍କୁ ଜାଣନ୍ତି । ଅଫତାବର ନିଶା ସେବନ କଥା ଜାଣିଥିଲେ ଶ୍ରଦ୍ଧା । 2021ରେ ମାଗିଥିଲେ ସାହାଯ୍ୟ ।

2. ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ, ତୀବ୍ରତା ୩.୬ ରେକର୍ଡ

ମହାରାଷ୍ଟ୍ରର ନାଶିକରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ ।

3. ଚୀନର କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 38 ମୃତ

ଚୀନର ଏୱୟାଙ୍ଗ ସହରରେ ଭୟାବହ ଅଗ୍ନିକାଣ୍ଡ । ଏକ କପଡା କାରଖାନାରେ ନିଆଁ ଲାଗିବା ଯୋଗୁଁ 38 ଜଣଙ୍କ ମୃତ୍ୟୁ ଘଟିଛି ।

4. ଓଡିଶାରେ ଫାର୍ମା କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ

ଜର୍ମାନୀରୁ ଫେରି ଓଡିଶାରେ ରହିବେ ସମ୍ବଲପୁର ରେଢାଖୋଲ ଅଞ୍ଚଳର ଯୁବ ବୈଜ୍ଞାନିକ ଶେଷ କିସାନ (Young scientist Sesha Kishan) । ଆଗକୁ ଓଡିଶାରେ ଏକ ଫାର୍ମା କମାନୀ ଲଞ୍ଚ କରିବେ ଶେଷ କିସାନ । "Dr ଶେଷ କିସାନ ଫାର୍ମା ପ୍ରାଇଭେଟ ଲିମିଟେଡ" ନାଁରେ ଖୋଲିବେ କମ୍ପାନୀ l ନିଜର ବିବାହର ରିସେପସନ ପାର୍ଟିରେ ସେ ଏହି ସୂଚନା ଦେଇଛନ୍ତି l

5. ନନ୍ଦନକାନନରୁ ଆସିଲା ଖୁସି ଖବର, ପୁଣି ମା’ ହେଲା ବିଜଲି

ନନ୍ଦନକାନନରେ ଖୁସି ଖବର । ପୁଣି ମାଆ ହେଲା ସିଂହୀ ବିଜଲି । ମଙ୍ଗଳବାର ଏସୀୟ ସିଂହୀ ବିଜଲି ତା’ର ତୃତୀୟ ଗର୍ଭରୁ 5ଟି ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି( Lioness Bijli gives birth to Five cubs )।

6. ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ସହାୟକ

ଜମିପଟ୍ଟା କରାଇଦେବା ପାଇଁ 6 ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ।

7. ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ବିବାହ କରାଇଥିଲା ସ୍ବାମୀ, ହରିୟାଣାରୁ ଉଦ୍ଧାର ହେଲେ ମହିଳା

ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳର ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ଅନ୍ୟ ରାଜ୍ୟରେ ଜଣକୁ ବିବାହ କରିଦେବା ଘଟଣା । ହରିୟାଣାରୁ ମହିଳାଙ୍କୁ ଉଦ୍ଧାର କରିଛି ନର୍ଲା ପୋଲିସ ।

8. ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ଅମର୍ଦ୍ଦା ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ଅନୁମତି ଦେଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ।

9. କେନ୍ଦ୍ର ସରକାରଙ୍କ ବୃହତ୍‌ ରୋଜଗାର ମେଳା, ଓଡ଼ିଶାରୁ 384ଙ୍କୁ ନିଯୁକ୍ତି

ଭାରତର 45ଟି ସ୍ଥାନରେ 71 ହଜାର 56 ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଓଡ଼ିଶାରେ 384 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

10. ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଟ୍ରି ମ୍ୟାନ ଅଫ ଦି ଇଣ୍ଡିଆ ସମ୍ମାନ

ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ଟ୍ରି ମ୍ୟାନ ଅଫ ଦି ଇଣ୍ଡିଆ ସମ୍ମାନ ପ୍ରଦାନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ।

ABOUT THE AUTHOR

...view details