ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ସକାଳର ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 24, 2022, 9:01 AM IST

1.World Athletics Championships: ରୌପ୍ୟ ଜିତିଲେ ସୁନାପୁଅ ନୀରଜ

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ।

2.ଆଜି 6 ଘଣ୍ଟିଆ ଅନୁଗୋଳ NH ବନ୍ଦ ଡାକରା

ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ତୁରନ୍ତ ମରାମତି ଦାବିରେ ଆଜି (ରବିବାର) ଅନୁଗୋଳ ଓକିଲ ସଂଘ ପକ୍ଷରୁ ୬ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

3.Flag Code: ଦିନରାତି ଉଡିପାରିବ ତ୍ରିରଙ୍ଗା

କେନ୍ଦ୍ର ସରକାର ଦେଶର ଧ୍ବଜ ସଂହିତାରେ(Flag Code) ବଡ଼ ପରିବର୍ତ୍ତନ କରିଛନ୍ତି । ଏଣିକି ଦିନରାତି ୨୪ ଘଣ୍ଟା ଉଡ଼ିପାରିବ ତ୍ରିରଙ୍ଗା ।

4.Kargil Vijay Diwas: ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ରାଜନାଥ ସିଂ

କାର୍ଗିଲ ବିଜୟ ଦିବସ ପୂର୍ବରୁ ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

5.ମାଲକାନଗିରି ଗସ୍ତରେ BSF ଆଇଜି, ମାଓ ସ୍ଥିତି କଲେ ସମୀକ୍ଷା

ତିନି ଦିନିଆ ମାଲକାନଗିରି ଗସ୍ତ ସାରି ଫେରିଲେ ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଦାକୋଟି ।

6.ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ

ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

7.ଆଜମ ଖାନଙ୍କ ଜୀବନ ପ୍ରତି ବିପଦ, ମାଗିଲେ Z ଶ୍ରେଣୀ ସୁରକ୍ଷା

Z ଶ୍ରେଣୀ ସୁରକ୍ଷା ଫେରାଇବାକୁ ଯୋଗୀ ସରକାରଙ୍କୁ ନିବେଦନ କଲେ ସପା ନେତା ଆଜମ ଖାନ ।

8.ଜମିବାଡି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ, ଅନେକ ଆହତ

ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘବଦ୍ଧ ଆକ୍ରମଣ । ଅନେକ ଆହତ ।

9.Farewell Ceremony: ସଂସଦ ଶାନ୍ତି ସଦଭାବନା ଓ ସମ୍ବାଦ ଆଧାରିତ ହେବା ଉଚିତ: ରାମନାଥ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତବର୍ଷର ଚତୁର୍ଦ୍ଦଶ ରାଷ୍ଚ୍ରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନ ପୂରଣ କରିଛନ୍ତି । ଯଦିଓ ଆସନ୍ତାକାଲି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ।

10.Babushan-Maritral Discord: ମୋ ସହିତ ପୁଅ ଜୀବନ ପ୍ରତି ବିପଦ ଅଛି କହିଲେ ତୃପ୍ତି

ଓଲିଉଡ଼ ଅଭିନେତା ବାବୁଶାନ ଓ ପତ୍ନୀ ତୃପ୍ତିଙ୍କ ବିବାଦ । ପ୍ରତିକ୍ରିୟା ରଖିଲେ ପତ୍ନୀ ତୃପ୍ତି ।

ABOUT THE AUTHOR

...view details