ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 22, 2022, 9:00 AM IST

1. ଜୋ ବାଇଡେନଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋରୋନା । ଟ୍ବିଟ୍ କରି ଆଶୁ ଆରୋଗ୍ୟ କାମନା କଲେ ମୋଦି ।

2. ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

NH-୫୫ର ଦୂରାବସ୍ଥା ନେଇ ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା । କଟକ ସମ୍ବଲପୁର ମଧ୍ୟରେ ଯାତାୟାତ ସଂପୂର୍ଣ୍ଣ ଠପ ।

3. CEOଙ୍କ ନିର୍ଦ୍ଦେଶ: ନୂଆ ନିୟମାନୁସାରେ ପ୍ରସ୍ତୁତ କର ତ୍ରୁଟିଶୂନ୍ୟ ଭୋଟର ତାଲିକା

ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ।

4. ଟେଲିକମ କମ୍ପାନୀ ସହ IT ମନ୍ତ୍ରୀଙ୍କ ବୈଠକ: ଦୁର୍ଗମ ଅଞ୍ଚଳରେ ନେଟୱାର୍କ ସେବା ଉପରେ ଗୁରୁତ୍ୱ

ଓଡିଶାର ଅନେକ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ସେବା ଅପହଞ୍ଚ ରହିଛି । ଏହିସବୁ ଅଞ୍ଚଳରେ ମୋବାଇଲ ନେଟୱାର୍କ ସୁଦୃଢୀକରଣ ପାଇଁ ଟେଲିକମ କମ୍ପାନୀମାନଙ୍କ ସହ କଥା ହେଲେ ଆଇଟି ମନ୍ତ୍ରୀ ।

5. ବୋମା ଆତଙ୍କ ପରେ ପାଟନାରେ ଅଟକିଲା ଇଣ୍ଡିଗୋ ବିମାନ

ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ବ୍ୟାଗରେ ବୋମା ଥିବା ଦାବି କଲେ ଯାତ୍ରୀ ।

6. ଓଡିଶା ସରକାର ଓ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ବୁଝାମଣା

ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଆଉ ଏକ ପଦକ୍ଷେପ । ରାଜ୍ୟ ସରକାର ଓ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ।

7. ସାଲବିରାରେ ଡବଲ ମର୍ଡର, ହତ୍ୟାକାରୀକୁ ହତ୍ୟା

ସୁନ୍ଦରଗଡ ସାଲବିରାରେ ଡବଲ ମର୍ଡର । ଜଣେ ଜଣଙ୍କୁ ନିର୍ମମ ହତ୍ୟା ପରେ ତାକୁ ମଧ୍ୟ କିଏ ହତ୍ୟା କରି ଚମ୍ପଟ ମାରିଛି ।

8. ମୃତ୍ୟୁ ପରେ ବି ଅମର ରାଜା, ଅଙ୍ଗଦାନ କରି ବଞ୍ଚାଇଲେ ୫ ଜୀବନ

ତାମିଲନାଡୁ ମମ୍ବାଲାମାର ଛାତ୍ର ରାଜା ଅଙ୍ଗଦାନ କରି ମୃତ୍ୟୁ ପରେ ବି ଅମର ହୋଇପାରିଛନ୍ତି ।

9. 15ତମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ସହ ପ୍ରମାଣପତ୍ର ପ୍ରଦାନ କଲେ ରିଟର୍ଣ୍ଣିଂ ଅଧିକାରୀ

ଦ୍ରୌପଦୀ ମୁର୍ମୁଙ୍କୁ ଆନୁଷ୍ଠାନିକ ଭାବେ ବିଜେତା ଘୋଷଣା କଲେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ । ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ପ୍ରଦାନ କଲେ ପ୍ରମାଣପତ୍ର । ମୁର୍ମୁଙ୍କୁ ମିଳିଛି 64.03 ପ୍ରତିଶତ ସହ 6,76,803 ଭୋଟ ।

10. World Athletics Championships: ଫାଇନାଲରେ ନୀରଜ

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ଦମଦାର ପ୍ରଦର୍ଶନ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ଉଦ୍ୟମରେ ପୁରୁଷ ଜାଭଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ।

ABOUT THE AUTHOR

...view details