ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୯ ପିଏମ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 6, 2022, 9:11 PM IST

1.ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍‌: ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବାକୁ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2.ଅର୍ଥ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜୁନ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ ହେବ।

3.କାଶ୍ମୀରର ପାନିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଏନକାଉଣ୍ଟର ଆରମ୍ଭ

କାଶ୍ମୀରର ପାନିପୋରାରେ ସୁରକ୍ଷା କର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ । କ୍ଷୟକ୍ଷତି ନେଇ ସ୍ପଷ୍ଟ ହୋଇନି ସୂଚନା ।

4.ନାଥୁରାମ ଗୋଡସେଙ୍କ ନାମରେ ସଡ଼କ ନାମକରଣ, ବିବାଦ ପରେ ହଟିଲା ନାମ ଫଳକ

କର୍ଣ୍ଣାଟକ ଉଦୁପିରେ ନାଥୁରାମ ଗୋଡସେଙ୍କ ନାମରେ ସଡ଼କ ନାମକରଣ । ବିବାଦ ପରେ ଅଜଣା ଦୁର୍ବୃତ୍ତ ଏପରି କରିଥିବା କହି ସଫେଇ ରଖିଲେ ପଞ୍ଚାୟତ କର୍ତ୍ତୃପକ୍ଷ । ପୋଲିସର ତଦନ୍ତ ଜାରି ।

5.Trainer Aircraft Crash: ପ୍ରଶିକ୍ଷଣ ବେଳେ ଖସିପଡିଲା ବିମାନ, ପାଇଲଟ୍ ଆହତ

ଢେଙ୍କାନାଳ କାମାକ୍ଷାନଗର ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ବିମାନ । ଫଳରେ ଟ୍ରେନି ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି ।

6.କାଲି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ରାହୁଲ

କାଲି ପଞ୍ଜାବ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ । ଆଜି ସକାଳେ ଭେଟିଥିଲେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ।

7.ବିବାହ ବନ୍ଧନରେ ବାନ୍ଧି ହେଲେ କାଲୁ ଓ ଭୁରି, ରୋଷଣିରେ ଆସିଲେ ୫୦୦ ବରଯାତ୍ରୀ

ଉତ୍ତରପ୍ରଦେଶ ସୁମେରପୁରର ଭାରୁଆ ଗ୍ରାମରେ ନିଆରା ବିବାହ। ହୋମ ନିଆଁକୁ ସାକ୍ଷୀରଖି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କଲେ ଦୁଇ ପୋଷା କୁକୁର ।

8.ନିମ୍ନମାନର ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ବିରୋଧ, ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଚେତାବନୀ

ବାଲେଶ୍ଵର ସହରର 24, 25 ଓ 27 ନଂ ୱାର୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ଉନ୍ନତମାନର କାମ କରିବା ପାଇଁ ଦାବି ଉଠିଛି ।

9.ଓଡିଶା ଉପକୂଳରୁ ଅଗ୍ନି-4 ର ପରୀକ୍ଷଣ ସଫଳ

ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-4ର ପରୀକ୍ଷଣ ସଫଳ । ଅବଦୁଲ୍ଲ କଲାମ ଦ୍ବୀପରୁ ସନ୍ଧ୍ୟାରେ ଉତକ୍ଷେପଣ ।

10.ଦେଶରେ ବଢୁଛି ସଂକ୍ରମଣ: ରାଜ୍ୟବାସୀ ନେଉନାହାନ୍ତି ପ୍ରିକସନ ଡୋଜ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘‘ବର୍ତ୍ତମାନ ସାବଧାନ ହେବା ସମୟ । ମାସ୍କକୁ ବାଧ୍ୟତାମୂଳକ କରାଯିବା ନିଶ୍ଚିତ, ଯଦି ରାଜ୍ୟରେ ସଂକ୍ରମଣ ବଢେ । କିନ୍ତୁ, ବର୍ତ୍ତମାନ ମାସ୍କ ବ୍ୟବହାର କରିବା ଆବଶ୍ୟକ ।’’

ABOUT THE AUTHOR

...view details