ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : May 23, 2022, 9:04 AM IST

1. PM Modi Arrives In Japan: ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ମୋଦି ନାରାରେ କମ୍ପିଲା ଟୋକିଓ

ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡ୍ ସମ୍ମିଳନୀରେ ଯୋଗଦେବାକୁ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

2. Chardham Yatra 2022: ୨୦ ଦିନରେ ଗଲାଣି ୫୭ ତୀର୍ଥଯାତ୍ରୀଙ୍କ ଜୀବନ

ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ୨୦ ଦିନ ମଧ୍ୟରେ ମୋଟ ୫୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

3. ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ, କହିଲେ ଇଟାଲି ଚଷମା କାଢ଼ ବିକାଶ ଦେଖିପାରିବ

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। "ଇଟାଲି ଚଷମା କାଢ଼ିଲେ ରାହୁଲ 8 ବର୍ଷର ବିକାଶ ଦେଖିପାରିବେ"।

4. ଜଣଙ୍କୁ ବଞ୍ଚାଇବାକୁ ଯାଇ ଗଙ୍ଗା ନଦୀରେ ବୁଡି ଗଲେ 4 ସାଙ୍ଗ

ବିହାର ପାଟନାର LCT ଘାଟ ଗଙ୍ଗା ନଦୀରେ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଗଲେ ୪ ନାବାଳକ ।

5. Monkeypox Outbreak: ବେଲଜିୟମରେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମଙ୍କିପକ୍ସ । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ରାଷ୍ଟ୍ର ଭାବେ ବେଲଜିୟମ ଲାଗୁ କରିଛି ସଙ୍ଗରୋଧ ନିୟମ ।

6. ଭାରତରେ BA.4 ଓ BA.5 କୋଭିଡ ଭ୍ୟାରିଆଣ୍ଟ ଚିହ୍ନଟ, ସୂଚନା ଦେଲା INSACOG

ଭାରତରେ ଚିହ୍ନଟ ହେଲାଣି BA.4 ଓ BA.5 ଭ୍ୟାରିଆଣ୍ଟ । ଦୁଇ ଆକ୍ରାନ୍ତଙ୍କ ନମୁନାର ଏହି ଦୁଇ ନୂଆ ପ୍ରଜାତି ଚିହ୍ନଟ ହୋଇଥିବା INSACOGର ସୂଚନା ।

7. ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ହଷ୍ଟେଲରେ ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ।

8. ୨୪ରୁ ଅଧିକ ସକ୍ରିୟ କାଳବୈଶାଖୀ, ବଢିବ ବର୍ଷାର ପରିମାଣ

ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ଅତ୍ଯାଧିକ ଗରମ ଯୋଗୁଁ ସୋନପୁର ଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେର୍କଡ କରାଯାଇଛି ।

9. Asia Cup Hockey: ଆଜି ଭାରତ-ପାକିସ୍ତାନ ଲଢେଇ

ଇଣ୍ଡୋନେସିଆରେ ଆଜିଠୁ (ସୋମବାର) ଆରମ୍ଭ ହେଉଛି ପୁରୁଷ ଏସିଆ ହକି କପ । ପ୍ରଥମ ଦିନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଆଜି ପରସ୍ପରକୁ ଭେଟିବେ ।

10. IPL 2022: ଶେଷ ଲିଗ ମ୍ୟାଚ ଜିତିଲା ପଞ୍ଜାବ କିଙ୍ଗ୍ସ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଶେଷ ତଥା 70ତମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ମ୍ୟାଚରେ ହାଇଦ୍ରାବାଦକୁ 5 ୱିକେଟରେ ହରାଇ 14 ପଏଣ୍ଟ ସହ ଅଭିଯାନ ଶେଷ କରିଛି କିଙ୍ଗ୍ସ ।

ABOUT THE AUTHOR

...view details