ଓଡିଶା

odisha

ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @9AM
TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 22, 2022, 9:05 AM IST

1. ଏପ୍ରିଲରୁ ମିଳିବ ମଧ୍ୟାହ୍ନ ଭୋଜନ

ଏପ୍ରିଲରୁ ମିଳିବ ମଧ୍ୟାହ୍ନ ଭୋଜନ। ରାଜ୍ୟର ସ୍କୁଲ ଗୁଡ଼ିକରେ କୋଭିଡ ପର ଠାରୁ ବନ୍ଦ ଥିବା ରନ୍ଧା ଖାଦ୍ୟ ବ୍ୟବସ୍ଥା ଆସନ୍ତା ଏପ୍ରିଲରୁ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପିଏମ୍ ପୋଷଣ ଯୋଜନା ଅନ୍ତର୍ଗତ ଏହି ମଧ୍ୟାହ୍ନ ଭୋଜନ ପୁନଃ ଆରମ୍ଭ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

2. ଓ୍ବାର୍ଡରେ ପ୍ରଚାର‌ କରିବାକୁ ମାଗୁଥିଲେ ୨ ଲକ୍ଷ, କର୍ପୋରେଟର‌ ପ୍ରାର୍ଥୀଙ୍କ ଅଭିଯୋଗ ପରେ ୨ ଗିରଫB

ନିର୍ବାଚନ ଆଳରେ ନେତାଙ୍କୁ ବଟି ମାଗିବା ପଡ଼ିଛି ମହଙ୍ଗା । ନିଜକୁ ଲୋକାଲ ପିଲା କହି କଲେକ୍ସନ କରୁଥିଲେ ବଟି । ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା।

3. ଗୁଣୁପୁରରେ ହାତୀପଲଙ୍କ ଆତଙ୍କ, ଆତଙ୍କିତ ଗ୍ରାମବାସୀ

ଗୁଣୁପୁର ବ୍ଲକ ରୂପାପଦର ନିକଟରେ ହାତୀପଲ ଆତଙ୍କ । ଖାଦ୍ୟ ଅନ୍ବେଷଣରେ 5 ଟିକିଆ ହାତୀପଲ ଗାଁମୁହାଁ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

4. udget session: ନୀତିନ ଗଡକରୀଙ୍କୁ SpiderMan କହିଲେ BJP ସାଂସଦ

ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ନୀତିନ ଗଡକରୀଙ୍କୁ ସ୍ପାଇଡର ମ୍ୟାନ ବୋଲି କହିଛନ୍ତି ବିଜେପି ଏମପି ତାପିର ଗାଓ ।

5. ସିଡିଏସ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ସମ୍ମାନ ଗ୍ରହଣ କଲେ ଦୁଇଝିଅ

ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ (CDS General Bipin Rawat)ଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

6. ଚୀନ ବିମାନ ଦୁର୍ଘଟଣା ପରେ ବୋଇଂ-737ର ବର୍ଗର ବିମାନ ଉପରେ DGCAର ନଜର

ଚୀନରେ ବିମାନ ଦୁର୍ଘଟଣା ପରେ ଭାରତରେ ବଢିଲା ଉଡାଣ ସୁରକ୍ଷା ଚିନ୍ତା । ବୋଇଂ-737ର ବର୍ଗର ବିମାନ ଉଡାଣ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିବା DGCA ର ସୂଚନା ।

7. BJPକୁ ନାଗଲାଣ୍ଡରୁ ମିଳିଲା ପ୍ରଥମ ରାଜ୍ୟସଭା ସାଂସଦ

ଉତ୍ତର-ପୂର୍ବାଞ୍ଚଳର ଆଉ ଏକ ରାଜ୍ୟ ନାଗଲାଣ୍ଡରୁ ପ୍ରଥମ ରାଜ୍ୟସଭା ସାଂସଦ ପାଇଲା ଭାରତୀୟ ଜନତା ପାର୍ଟି (BJP) । ଆଜି ଦଳର ରାଜ୍ୟ ଶାଖା ମହିଳା ମୋର୍ଚ୍ଚା ସଭାପତି ଏସ ଫାଙ୍ଗନୋନ କୋନ୍ୟାକ୍ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

8. Kotia Dispute: ଆନ୍ଧ୍ରର ରିଟ୍ ପିଟିସନ ସୁପ୍ରିମକୋର୍ଟରେ ଖାରଜ

କୋଟିଆ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରୁ ଝଟକା ଖାଇଲା ଆନ୍ଧ୍ର ପ୍ରଦେଶ । ଆନ୍ଧ୍ର ପକ୍ଷରୁ କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହୋଇଥିଲା । ଯାହାକୁ ଖାରଜ କରିଛନ୍ତି ସର୍ବୋଚ୍ଚକୋର୍ଟ ।

9. ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ପିଏମଙ୍କୁ ନିମନ୍ତ୍ରଣ କଲେ ପ୍ରମୋଦ

ଆସନ୍ତାକାଲି କିମ୍ବା ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ । ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରମୋଦ ସାୱନ୍ତ ।

10. ମହିଳା ବିଶ୍ବକପ ୨୦୨୨: ଟସ ଜିତି ଭାରତର ବ୍ୟାଟିଂ ଜାରି

ଆଇସିସି ମହିଳା ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲା ଆରମ୍ଭ । ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ମେଘନା ସିଂଙ୍କ ବଦଳରେ ପୁନମ ଯାଦବ ଟିମରେ ସାମିଲ ।

ABOUT THE AUTHOR

...view details