ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Feb 17, 2022, 9:01 AM IST

୧.ବିବାହ ଉତ୍ସବ ବେଳେ ଅଘଟଣ, କୂଅରେ ପଡି ୧୩ ମହିଳା ମୃତ

ବିବାହ ଉତ୍ସବ ବେଳେ ଅଘଟଣ । ହଳଦୀ ସମାରୋହ ଚାଲିଥିବାବେଳେ କୂଅରେ ପଡି ୧୩ ମହିଳା ମୃତ ।

୨.YES BANK ପ୍ରତିଷ୍ଠାତା ରାଣା କପୁରଙ୍କୁ ସର୍ତ୍ତ ମୂଳକ ଜାମିନ

ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଆଧାରରେ ମୁ୍ମ୍ବାଇ ସ୍ଥିତ ସ୍ବତନ୍ତ୍ର ସେସନ୍ସ କୋର୍ଟ ରାଣାଙ୍କୁ ଜାମିନ ଦେଇଛନ୍ତି ।

୩.Covid Restrictions: କୋରୋନା କଟକଣା ହଟାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ରର ଚିଠି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କୋରୋନା ମହାମାରୀ ପାଇଁ ଲଗା ଯାଇଥିବା ପ୍ରତିବନ୍ଧକକୁ ପୁଣି ଥରେ ସମୀକ୍ଷା କରିବା ପାଇଁ କହିଛନ୍ତି ।

୪.Mahanga Double Murder: ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ମାହାଙ୍ଗା ଡବଲ ମର୍ଡର ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।

୫.ମାଡି ଆସୁଥିଲା ଦନ୍ତା, ଏକାକୀ ଅଟକାଇଲେ ଫରେଷ୍ଟ ଗାର୍ଡ

ମାଡି ଆସୁଥିଲା ଦନ୍ତା । ଏକାକୀ ଦନ୍ତାହାତୀର ସାମ୍ନା କଲେ ଫରେଷ୍ଟ ଗାର୍ଡ । ଭିଡିଓ ଭାଇରାଲ ।

୬.ପଞ୍ଜାବରେ ୟୁପି-ବିହାର ଭାଇକୁ ପୁରାଇ ଦେବୁନି କହିଲେ ଚନ୍ନି, ତାଳି ମାରିଲେ ପ୍ରିୟଙ୍କା

ଉତ୍ତରପ୍ରଦେଶ-ବିହାରବାସୀଙ୍କ ଉପରେ ଚନ୍ନିଙ୍କ ବିବାଦୀୟ ବୟାନ । ୟୁପି, ବିହାର ଦିଲ୍ଲୀର ଭେୟା(ଭାଇ)ଙ୍କୁ ପଞ୍ଜାବରେ ପଶିବାକୁ ଦେବୁନି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

୭.ଟଙ୍କା ପାଇଁ ବାଜିରେ ଲାଗିଛି ଜଙ୍ଗଲୀ ଜନ୍ତୁଙ୍କ ଜୀବନ, ଦୁର୍ଦ୍ଦାନ୍ତ ଶିକାରୀକୁ ଗିରଫ କଲା STF

ମୟୂରଭଞ୍ଜ ଯଶିପୁର ଅଞ୍ଚଳରୁ ବନ୍ୟଜନ୍ତୁ ଶିକାରୀ ନଣ୍ଡା ବାଗେକୁ ଗିରଫ କଲା STF । କରଞ୍ଜିଆ ଜଙ୍ଗଲରେ ବାଘଠୁ ଆରମ୍ଭ କରି ଅନେକ ବନ୍ୟପ୍ରାଣୀ ଶିକାର କରୁଥିଲା ଅଭିଯୁକ୍ତ ଜଣଙ୍କ

୮.ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାଁରେ ମାମଲା

କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ହାଇଦ୍ରାବାଦ ପୋଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରିଛି ।

୯.IPL 2022: KKR ନୂଆ କ୍ୟାପଟେନ ଶ୍ରେୟାସ ଆୟର

ନିକଟରେ ଖେଳାଳି କ୍ରୟ ପ୍ରକ୍ରିୟା ଶେଷ ହୋଇଛି । ଆଇପିଏଲ ୧୫ ସଂସ୍କରଣ ପାଇଁ କୋଲକାତା ନାଇଟ ଟାଇଡର୍ସ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି ।

୧୦.Ind vs WI 1st T20: ରବି-ରୋହିତଙ୍କ କମାଲ, ୬ ୱିକେଟରେ ଜିତିଲା ଭାରତ

ଇଡେନ ଗାର୍ଡେନରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ABOUT THE AUTHOR

...view details