ଓଡିଶା

odisha

ETV Bharat / bharat

TOP NEWS @ 9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

By

Published : Jan 13, 2022, 9:02 AM IST

Updated : Jan 13, 2022, 9:12 AM IST

1-Covid Surge: ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ କୋଭିଡ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନରେ ଭର୍ଚ୍ଚୁଆଲି ହେବ ବୈଠକ ।

2-ବଳଦେବଜୀଉ ପୀଠରେ ମକର କଟକଣା: ଭକ୍ତଙ୍କୁ ଦର୍ଶନ ମନା

ଦିନକ ପରେ ଆସୁଛି ମକର ସଂକ୍ରାନ୍ତି । ପ୍ରତିଟି ହିନ୍ଦୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଏ ଦିନ ଲୋକମାନେ ଭଗବାନଙ୍କୁ ଦର୍ଶନ କରିଥାନ୍ତି । ହେଲେ ଏଥର କୋରୋନା ପାଇଁ ବିଭିନ୍ନ ଦେବାଳୟରେ କଟକଣା ଜାରି କରାଯାଇଛି । କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ମକର କଟକଣା ରହିଛି ।

3-ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର Twitter ଆକାଉଣ୍ଟ ହ୍ୟାକ୍

ଗତକାଲି(ବୁଧବାର) ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଛି(I&B Ministry Twitter account hacked)। ତେବେ କିଛି ସମୟ ପରେ ମନ୍ତ୍ରାଳୟ ଆକାଉଣ୍ଟ ଉପରେ ନିୟନ୍ତ୍ରଣ ଫେରି ପାଇଥିଲା ।

4-Omicron ସାଧାରଣ ଥଣ୍ଡା ନୁହେଁ: ଭିକେ ପଲ୍

ଓମିକ୍ରନକୁ ସାଧାରଣ ଥଣ୍ଡା ଭାବେ ବିବେଚନା କରାଯିବା ଅନୁଚିତ୍ । ଏହାକୁ ହାଲୁକାରେ ନ ନେବାକୁ ସତର୍କ କରାଇଲେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ।

5-UP Polls: ଅଯୋଧ୍ୟାରୁ ପ୍ରତିନ୍ଦ୍ବନ୍ଦିତା କରିପାରନ୍ତି ଆଦିତ୍ୟନାଥ

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ଅଯୋଧ୍ୟା ବିଧାନସଭା ଆସନରୁ ଲଢିବା ନେଇ ସମ୍ଭାବନା ରହିଛି (Yogi Adityanath likely to contest election from Ayodhya) ।

6-ଜନ୍ମଦିନ ପାଳି ଫସିଲେ ସାଂସଦ, ସାକ୍ଷୀ ମହାରାଜଙ୍କ ନାଁରେ ମାମଲା ରୁଜୁ

ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ନାଁରେ ମାମଲା ରୁଜୁ । ଧାରା ୧୪୪ ଏବଂ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା ।

7-ସାଢେ 6 ଦଶନ୍ଧିରେ ପଦାର୍ପଣ କଲା ହୀରାକୁଦ ନଦୀବନ୍ଧ, କେମିତି ଅଛନ୍ତି ବିସ୍ଥାପିତ ?

ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତିପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 65 ବର୍ଷରେ ପଦାର୍ପଣ କରିଛି ।

8-Kotia Dispute: କୋଟିଆ ସୀମାକୁ ନେଇ ଓଡ଼ିଶା ମାନଚିତ୍ର ସ୍ପଷ୍ଟ କହିଲେ ପୂର୍ବତନ ଜିଲ୍ଲାପାଳ

ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ରରେ ସମଗ୍ର କୋଟିଆ ଅଞ୍ଚଳ ଓଡିଶା ସୀମା ମଧ୍ୟରେ ରହିଛି । ଆନ୍ଧ୍ର ସରକାରଙ୍କୁ ଏହି ପ୍ରମାଣ ଦେଇ ଅନଧିକାର ପ୍ରବେଶ ରୋକିବାକୁ ମତ ରଖିଲେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ।

9-ରକେଟ ଇଂଜିନିୟରିଂ ଏକ୍ସପର୍ଟ ଏସ. ସୋମନାଥ ହେଲେ ନୂଆ ISRO ମୁଖ୍ୟ

ବରିଷ୍ଠ ମହାକାଶ ବିଜ୍ଞାନୀ ଏସ.ସୋମନାଥ ହେଲେ ନୂଆ ISRO ମୁଖ୍ୟ । ଚଳିତ ମାସ ୧୪ ତାରିଖରେ ଶେଷ ହେଉଛି ଡ.କେ ଶିବନଙ୍କ କାର୍ଯ୍ୟକାଳ ।

10-Earthquake In Manipur: ଇମ୍ଫାଲରେ ୪.୦ ତୀବ୍ରତାର ଭୂକମ୍ପ

ମଣିପୁରର ଇମ୍ଫାଲରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ।

Last Updated : Jan 13, 2022, 9:12 AM IST

ABOUT THE AUTHOR

...view details