ଓଡିଶା

odisha

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jan 5, 2022, 9:05 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-Pulwama Encounter: 3 ଆତଙ୍କୀ ସଫା

ଦକ୍ଷିଣ ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ(Encounter breaks out in south Kashmir's Pulwama) 3 ଆତଙ୍କୀ ସଫା

2-Cabinet Meeting: ଆଜି ରାଜ୍ୟ କ୍ୟାବିନେଟ, ବଡ ପ୍ରସ୍ତାବ ଉପରେ ବାଜିବ ମୋହର !

ଆଜି (ବୁଧବାର) ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଏକାଧିକ ପ୍ରସ୍ତାବ ଆସିବାରେ ସମ୍ଭାବନା ରହିଛି ।

3-PM Visit Punjab: ନିର୍ବାଚନ ପୂର୍ବରୁ ପଞ୍ଜାବକୁ ମିଳିବ 42 ହଜାର କୋଟିର ପ୍ରକଳ୍ପ ଉପହାର

ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଫିରୋଜପୁର ଗସ୍ତ କରିବେ (PM modi Visit Punjab today) । ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨ ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

4-ସମୀର ୱାଙ୍ଖଡେଙ୍କ ସ୍ଥାନ ନେଲେ ବିଜେନ୍ଦ୍ର ସିଂହ

ଏନସିବି(NCB)ରୁ ସମୀର ୱାଙ୍ଖଡେ ବିଦା ହେବା ପରେ ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ବିଜେନ୍ଦ୍ର ସିଂହ ।

5-ନବୋଦୟ ବିଦ୍ୟାଳୟରୁ 36 ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ

ନବୋଦୟ ବିଦ୍ୟାଳୟର 36 ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ । ସର୍ଗିପାଲି ଜିଙ୍କ ନଗରସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

6-ଖରିଫ ମାର୍କେଟିଂ ଗାଇଡଲାଇନରେ ସଂଶୋଧନ: ବଳକା ଉଷୁନା ଚାଉଳ ଉଠାଇବେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର । ଚଳିତ ଖରିଫରେ କେନ୍ଦ୍ର ସରକାର ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

7-ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ

ବ୍ରହ୍ମପୁର ସହର ସମେତ କିଛି ସ୍ଥାନରେ ମୃଦୁ ଭୂମିକମ୍ପ ଝଟକା । ମଙ୍ଗଳବାର ରାତିରେ ଅନୁଭୂତ ହୋଇଛି ଏହି ଭୂକମ୍ପ ।

8-ସରିଲା ଚିିଲିକାରେ ପକ୍ଷୀ ଗଣନା, ପୂର୍ବ ବର୍ଷ ତୁଳନାରେ କମିଛି ପକ୍ଷୀଙ୍କ ସମାଗମ

ସରିଲା ଚିଲିକାରେ ପକ୍ଷୀ ଗଣନା (annual bird counting exercise over in chilika) ।ଗତ ବର୍ଷ ତୁଳନାରେ ଏ ବର୍ଷ କମ ପକ୍ଷୀଙ୍କ ସମାଗମ ହୋଇଥିବା ଗଣନା ରିପୋର୍ଟ କହିଛି ।

9-ତେଲେଙ୍ଗାନାରେ ଚାଲିଛି ଅଗଣତାନ୍ତ୍ରିକ ଶାସନ: ଜେପି ନଡ୍ଡା

ତେଲେଙ୍ଗାନା ବିଜେପି ସଭାପତିଙ୍କୁ ଗିରଫ ଘଟଣାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ ତେଲେଙ୍ଗାନାରେ ଚାଲିଛି ଅଗଣତାନ୍ତ୍ରିକ ସରକାର ।

10-ଝିଅଙ୍କ ବିବାହ ବୟସ ପୂର୍ବପରି ୧୮ ହେଉ : OSCPCR ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ

ଦେଶରେ ପୁଅ ଝିଅଙ୍କ ବିବାହ ବୟସ ପୂର୍ବପରି ୧୮ ବର୍ଷ ରଖିବାକୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ଚିଠି ଲେଖିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

ABOUT THE AUTHOR

...view details