ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 13, 2021, 9:00 AM IST

1.ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ କଟକ-ଖୋର୍ଦ୍ଧା

ଗତକାଲି ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ସୋମବାର) ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ।

2. CM Khordha Visit: ରାତିଅଧିଆ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଆଜି ମୁଖ୍ୟମନ୍ତ୍ରୀଙ୍କ ବେଗୁନିଆ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ( BJP Yuva Morcha)ର ଛାତ୍ର ନେତାଙ୍କୁ ଉଠାଇନେଲା ପୋଲିସ ।

3. Omicron Scare: ଟିକାର ପ୍ରଭାବ ହ୍ରାସ କରୁଛି ଓମିକ୍ରନ

ଟିକାର ପ୍ରଭାବକୁ ହ୍ରାସ କରୁଛି କୋରୋନାର ନୂଆ ପ୍ରଜାତି ଓମିକ୍ରନ । ଡେଲଟା ଭାରିଆଣ୍ଟ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି (Omicron spreads faster)ଏହି ନୂଆ ଭାରିଆଣ୍ଟ ।

4. Omicron Update: ରାଜସ୍ଥାନରୁ ଆଉ ୪ Omicron ଆକ୍ରାନ୍ତ ଚିହ୍ନଟ

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜସ୍ଥାନ ଜୟପୁରରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ(4 new cases of Omicron reorted in Jaipur) ହୋଇଛନ୍ତି ।

5. Kashi Vishwanath Corridor: ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଆଜି(ସୋମବାର) ଉତ୍ତରପ୍ରଦେଶ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି ।

6. Taratarini Temple Reopens: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ମା' ତାରାତାରିଣୀ ମନ୍ଦିର

ଆଜି(ସୋମବାର) ଠାରୁ ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିର

7. ସଲାମ କଲେନି ବୋଲି ରାସ୍ତା ଉପରେ ମାଡ ମାରିବା ସହ ହତ୍ୟା ଧମକ ଦେଲେ ବିଧାୟକ !

ସମ୍ମାନ ନଜଣାଇବାରୁ ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ମାଡ ମାରିଲେ ବିଧାୟକ । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଥାନାରେ ଏତଲା ।

8. Farmers Protest: କୃଷକଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେବ ରାଜ୍ୟ

କୃଷକଙ୍କ ବିରୋଧରେ ହୋଇଥିବା ମାମଲା (Case file Against Farmer) ପ୍ରତ୍ୟାହାର ରାଜ୍ୟ ସରକାର ବୁଝିବେ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Union Minister Narendra Singh Tomar)।

9. ଖୋଲାସ୍ଥାନରେ ନମାଜ ପାଠ ନିଷେଧ ନିଷ୍ପତ୍ତି ଅନ୍ୟାୟ ଓ ଗଣତନ୍ତ୍ର ବିରୋଧୀ: ଓମାର ଅବଦୁଲ୍ଲା

ଖୋଲାସ୍ଥାନରେ ନମାଜ ପାଠକୁ ମନା ନିଷ୍ପତ୍ତିକୁ ନେଇ ମୁହଁ ଖୋଲିଲେ ନ୍ୟାସନାଲ କନଫରନେନ୍ସ ନେତା ଓମାର ଅବଦୁଲ୍ଲା ।

10. ଏଠି ରକ୍ତଦାନ କଲେ ମିଳିବ ଅଧା କେଜି ପନିର ବା ୨ କେଜି ଚିକେନ

ମହାରାଷ୍ଟ୍ରର ପୁଣେରେ ଏକ ନିଆରା ରକ୍ତଦାନ ଶିବିର ଦେଖିବାକୁ ମିଳିଛି । ଏହି ରକ୍ତଦାନ ଶିବିରରେ ଶାକାହାରୀ ରକ୍ତଦାତାଙ୍କୁ ଅଧା କେଜି ପନିର ଦିଆଯାଉଥିବା ବେଳେ ମାଂସାହାରୀ ରକ୍ତଦାତାଙ୍କୁ ଦୁଇ କେଜି ଚିକେନ ଦିଆଯାଇଛି ।

ABOUT THE AUTHOR

...view details