ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 21, 2021, 9:02 AM IST

1.ମମିତା ମର୍ଡର ମିଷ୍ଟ୍ରି, ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମାମଲାରେ ରଣହୁଙ୍କାର ଦେଉଛି ବିଜେପି । ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ମମିତାଙ୍କୁ ନ୍ୟାୟ ଦାବିରେ ଆଜି ବଲାଙ୍ଗୀର ବନ୍ଦ ଡାକରା ଦେଇଛି ଦଳ ।

2.ଦେବଭୂମିରେ ବର୍ଷା ତାଣ୍ଡବ: ଗଲାଣି 55 ଜୀବନ, ଆଜି ସମୀକ୍ଷା କରିବେ ଶାହ

ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା 55 ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଛି । ଯାହାର ସମୀକ୍ଷା କରିବାକୁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

3.ଆଜିଠୁ କାର୍ତ୍ତିକ ମାସ ଆରମ୍ଭ; ମାସଟିଏ ଆମିଷ ନିଷେଧ, ଚଉରା ମୂଳେ ଏକାଠି ହବିଷ୍ୟାଳି

ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ ମାସ । ଏହା ଦାନ,ଧର୍ମ ଓ ପୁଣ୍ୟର ମାସ ହୋଇଥିବାରୁ ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି ।

4.ଆଜିଠୁ ଅଫଲାଇନ କ୍ଲାସ ଆରମ୍ଭ, ଶିକ୍ଷାନୁଷ୍ଠାନ ଆସିବେ ଏକାଦଶ ଶ୍ରେଣୀ ପିଲା

ଆଜିଠାରୁ ଅଫଲାଇନରେ ପାଠ ପଢିବେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଦିନ 10 ଟାରୁ 1ଟା 30 ଯାଏଁ ଚାଲିବ ଏକାଦଶ କ୍ଲାସ ।

5.ମମିତା ମର୍ଡର ମିଷ୍ଟ୍ରୀ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା NCW, ଦୁଇ ମନ୍ତ୍ରୀଙ୍କ ବହିଷ୍କାର ନିର୍ଦ୍ଦେଶ !

ମମିତା ମେହେର ହତ୍ୟାକାଣ୍ଡରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଜାତୀୟ ମହିଳା ଆୟୋଗ (NCW)। ଘଟଣାକୁ ଗମ୍ଭୀରତାର ସହ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା ଆୟୋଗ ।

6.ମୋହନ କ୍ଷମା ନ ମାଗିଲେ ଆଇନର ଆଶ୍ରୟ ନେବି: ସୌମ୍ୟ ଚକ୍ର

ବିଜେପି ବିଧାୟକ ମୋହନ ମାଝୀଙ୍କ ଉପରେ ତାଙ୍କର କିଛି ଘନିଷ୍ଠ ଆକ୍ରମଣ କରିଥିଲେ । ହେଲେ ବିଧାୟକ ଜାଣିଶୁଣି ମୋତେ ବଦନାମ କରିବାକୁ ଚାହୁଁଥିବା କହିଛନ୍ତି ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ।

7.କାଠପୋଲ ଭରସାରେ ପର୍ଯ୍ୟଟନ ପୀଠ ଓ ଗାଁ ଲୋକେ

ଭଲ ରାସ୍ତା ସଙ୍ଗେ ସଙ୍ଗେ ବ୍ରିଜଟିଏ ନଥିବାରୁ କାଠପୋଲ ଉପରେ ବିପଦଶଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଲୋକେ ।

8.BJDରେ କୁଲେସିକା, ମୀନାକ୍ଷୀ କହିଲେ ଡ୍ରାମାର ଘଟିଲା ଅନ୍ତ

କଂଗ୍ରେସ ଛାଡି କୈଳାଶ କୁଲେସିକାଙ୍କ ବିଜେଡିରେ ଯୋଗଦାନ କୋରାପୁଟ କିମ୍ବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଜିଲ୍ଲା ସଭାପତି ମୀନାକ୍ଷୀ କହିଛନ୍ତି ।

9.T-20 WC: ଆୟରଲ୍ୟାଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଶାଳ ବିଜୟ

ଲଗାତାର ଦ୍ବିତୀୟ ମ୍ୟାଚ ଜିତି ସୁପର-୧୨ ରାଉଣ୍ଡ ଆଶା ଉଜ୍ଜିବୀତ କରିଛି । ଗ୍ରୁପ-ଏର ଏକ ମ୍ୟାଚରେ ଆୟରଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୧ରନ ରନ ସଂଗ୍ରହ କରିଥିଲା ଶ୍ରୀଲଙ୍କା ।

10.T-20 WC: ନେଦରଲ୍ୟାଣ୍ଡକୁ ହରାଇଲା ନାମ୍ବିଆ, ସୁପର-୧୨ ଆଶା ଉଜ୍ଜୀବିତ

ନେଦରଲ୍ୟାଣ୍ଡକୁ 6 ଓ୍ବିକେଟରେ ପରାସ୍ତ କଲା ନାମ୍ବିଆ । ଟି-20 ବିଶ୍ବକପରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ।

ABOUT THE AUTHOR

...view details