ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 13, 2021, 9:04 AM IST

1. ଚର୍ଚ୍ଚିତ ରାସଗୋବିନ୍ଦପୁର ଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ

୨୦୧୬ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଦେବଶୋଳ ଶିବରାତ୍ରୀ ମେଳାରେ ହୋଇଥିବା ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।

2. Independence Day; ଆଜି ଏକାଧିକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜି(ଶୁକ୍ରବାର) ପ୍ରତିରକ୍ଷା ମନ୍ତ୍ରଣାଳୟର ଏକାଧିକ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ସୀମା ସଡକ ସଂଗଠନ(BRO)ର ମଧ୍ୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ ।

3. କୁଲଗାମରେ ଗୁଳିବିନିମୟ, ଜଣେ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯୁଦ୍ଧରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।

4. Nandigram Result: ନଭେମ୍ବର ୧୫ ଯାଏଁ ମାମଲା ସ୍ଥଗିତ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଗୁରୁବାର ଶୁଣାଣି କରିଥିଲେ କୋଲକାତା ହାଇକୋର୍ଟ । ତେବେ ଏହି ମାମଲାକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି କୋର୍ଟ ।

5. ଦେଶରେ ୫୨.୮୯ କୋଟି ଅତିକ୍ରମ କଲା ଟୀକାକରଣ

ଦେଶରେ ଟୀକାକରଣ ୫୨.୮୯ (୫୨, ୮୯, ୨୭, ୮୪୪) କୋଟି ଅତିକ୍ରମ କରିଛି ।

6. STATE CORONA: ଦିନକରେ ୧୧୯୩ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

7. ଧାନ ଚାଷରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକୁ ଗୁରୁତ୍ୱ

ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ । ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

8. ପୋଖରୀରେ ବୁଡି 2 ଶିଶୁଙ୍କ ସଲିଳ ସମାଧି

ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ମୁଣ୍ଡା ସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସାହିର ଯୋଗୀ ମୁଣ୍ଡା ଓ ତାଙ୍କ ଭାଇ ସୁଶୀଲଙ୍କ ଦୁଇ କନ୍ୟାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି ।

9. Herat କବଜା ପରେ କାବୁଲ ମୁହାଁ ତାଲିବାନ, ଭାରତ କହିଲା ଶୀଘ୍ର ଫେରିବ ଶାନ୍ତି

ଆଫଗାନିସ୍ତାନରେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡି ଚାଲିଛି । ଅନ୍ୟସହରରେ ନିଜର କାୟା ବିସ୍ତାର କରିସାରିବା ପରେ ଏବେ ରାଜଧାନୀ କାବୁଲ ମୁହାଁ ହୋଇଛନ୍ତି ତାଲିବାନ ଆତଙ୍କବାଦୀ ।

10. ସିଗ୍ନେଚର ବ୍ରିଜ ନିର୍ମାଣ ପାଇଁ ଦାବି କଲା ଓଡ଼ିଶା ନାଗରିକ ସମାଜ

ଓଡ଼ିଶାରେ ନିର୍ମାଣ ସିଗ୍ନେଚର୍ ବ୍ରିଜ୍ ନିର୍ମାଣ କରିବାକୁ ଉଠୁଛି ଦାବି । ଗୋପାଳପୁର ଓ ସାତପଡା ମଧ୍ୟରେ ପ୍ରସ୍ତାବିତ ସିଗ୍ନେଚର୍ ବ୍ରିଜକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ରଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା ନାଗରିକ ସମାଜ ।

ABOUT THE AUTHOR

...view details