ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 9AM
ବର୍ତ୍ତମାନର ବଡ଼ ଖବର

By

Published : Nov 22, 2020, 9:00 AM IST

1-ପିଏମ ମୋଦି ଭର୍ଚୁଆଲରେ G-20 ବୈଠକରେ ଯୋଗଦେଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭର୍ଚୁଆଲ ମାଧ୍ୟମରେ 15 ତମ ଜି-20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଚଳିତ ବର୍ଷ G-20 ବୈଠକ କୋରୋନା ମାହମାରୀ ମଧ୍ୟରେ ସାଉଦିଆରବରେ ଆୟୋଜନ କରାଯାଉଛି ।

2-ପୁରୀ ହାଜତ ମୃତ୍ୟୁ ମାମଲା, ତଦନ୍ତ ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ

ପିପିଲି ଥାନାରେ ଅପରାଧୀଙ୍କୁ ଥାର୍ଡ ଡ଼ିଗ୍ରୀ ଅଭିଯୋଗ ଘଟଣାର ତଦନ୍ତ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

3-ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ

ନିଜର ଅନନ୍ୟ ପ୍ରତିଭା ପାଇଁ ଇଣ୍ଡିଆନ୍ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ପାରଳାଖେମୁଣ୍ଡିର ବିସ୍ମୟ ବାଳକ ଆରୁଷ । ୩ ବର୍ଷୀୟ ଏହି ବାଳକ ଅନର୍ଗଳ ଭାବେ କହୁଛନ୍ତି ସଂସ୍କୃତ ଶ୍ଳୋକ ଏବଂ ଦେଶ ବିଦେଶର ବହୁ ଜଣା ଅଜଣା କଥା ।

4-ଲୋକଙ୍କ କବଜାରେ ୨ ବାଇକ ଲୁଟେରା

ଖୋର୍ଦ୍ଧା ପିଚୁକୁଳି ବଜାରରେ ବାଇକ ଚୋରି କରି ଖସି ପଳାଉଥିବା ବେଳେ ପଡ଼ିଲେ ଧରା । ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ ।

5-ପିଡ଼ିଏସ ଚୋରା ଚାଲାଣ ଘଟଣା, କଚ୍ଛପ ଗତିରେ ଯୋଗାଣ ବିଭାଗର ତଦନ୍ତ

କେନ୍ଦ୍ରାପଡା ପିଡିଏସ ସାମଗ୍ରୀ ମହାଘୋଟାଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କ ଘଟଣାରେ ତଦନ୍ତ ଜାରି ।

6-ମଥୁରା ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ

ମଥୁରା ସ୍ଥିତ ଗୋବର୍ଦ୍ଧନ ଅଞ୍ଚଳରେ ଶନିବାର ସନ୍ଦେହଜନକ ଅବସ୍ଥାରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ରହିଛି ।

7-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଶନିବାର ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି ।

8-ମାଲିକ କିଏ ଜାଣିବା ପାଇଁ କୁକୁରର ହେବ ଡିଏନଏ ଟେଷ୍ଟ

ପୋଲିସ ଗୋଟିଏ ଲାବ୍ରାଡୋର କୁକୁରର ମାଲିକ କିଏ, ତାହା ଚିହ୍ନଟ ପାଇଁ ଡି.ଏନ.ଏ ପରୀକ୍ଷା କରିବାକୁ ଯାଉଛନ୍ତି । ହୋଶଙ୍ଗାବାଦ୍‌ରେ ଦୁଇଜଣ ବ୍ୟକ୍ତି ଗୋଟିଏ 3 ବର୍ଷ ଲାବ୍ରାଡୋର ପ୍ରଜାତି କୁକୁରର ମାଲିକ ବୋଲି ଦାବି କରୁଛନ୍ତି ।

9-କୋରୋନାରେ ମୃତ ଘୋଷିତ ବୃଦ୍ଧ, ଶ୍ରାଦ୍ଧର ଦିନକ ପୂର୍ବରୁ ଘରକୁ ଫେରିଲେ

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ କୋରୋନାରେ ମୃତ ବୃଦ୍ଧ ଘରକୁ ଫେରିଲେ। ଏ ଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଘରେ ସମସ୍ତେ ଦୁଃଖରେ ମ୍ରିୟମାଣ ଥିବାବେଳେ କିନ୍ତୁ ଶ୍ରାଦ୍ଧର ଦିନକ ପୂର୍ବରୁ ଘରକୁ ଫେରିଲେ ।

10-ତ୍ରୀପୁରାରେ ଶରଣାର୍ଥୀଙ୍କ ଥଇଥାନକୁ ବିରୋଧ, ପୋଲିସ ଗୁଳିରେ ଜଣେ ବିକ୍ଷୋଭକାରୀ ମୃତ

ମିଜୋରାମରୁ ଆସିଥିବା ଶରଣାର୍ଥୀଙ୍କୁ ଥଇଥାନ ନିଷ୍ପତ୍ତିକୁ ନେଇ ତ୍ରୀପୁରାରେ ବିକ୍ଷୋଭ । ପୋଲିସ ଗୁଳିରେ ଜଣେ ମୃତ ।

ABOUT THE AUTHOR

...view details