ଓଡିଶା

odisha

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Nov 19, 2020, 9:00 AM IST

Updated : Nov 19, 2020, 9:37 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡଖବର
ବର୍ତ୍ତମାନର ବଡଖବର

1. ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, 4 ଆତଙ୍କୀ ସଫା

ଗୁରୁବାର ସକାଳେ ଜାମ୍ମୁର ନାଗ୍ରୋଟ ଅଞ୍ଚଳର ବ୍ୟାନ ଟୋଲ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର । 4 ଆତଙ୍କବାଦୀ ନିପାତ ।

2. ବରଫ ଅତଡା ଖସି ଯବାନ ମୃତ

ଜାମ୍ମୁର କୁପାୱାର ଜିଲ୍ଲା ତାଙ୍ଗଧର ସେକ୍ଟରରେ ବରଫ ଅତଡା ଖସି ଜଣେ ଯବାନଙ୍କର ମୃତ୍ୟୁ ହୋଇଛି ।

3. ଆଜି ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ କପାଟ

ଶୀତ ପାଇଁ ବନ୍ଦ ହେବ ବଦ୍ରିନାଥଙ୍କ କପାଟ । ଆସନ୍ତା 6 ମାସ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର ।

4. ବେଙ୍ଗାଲୁରୁ ଟେକ ସମ୍ମିଳନୀ 2020ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ବେଙ୍ଗାଲୁରୁରେ ଟେକ ସମ୍ମିଳନୀ 2020ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟେକ ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

5. କ୍ୟାସ ଭ୍ୟାନ ଲୁଟ ମାମଲା, ପୋଲିସ ପଞ୍ଝାରେ 3 ଅଭିଯୁକ୍ତ

ମହାରାଷ୍ଟ୍ର ଏଟିଏମ କ୍ୟାସ ଭ୍ୟାନ ଲୁଟ ମାମଲାରେ 3 ଅଭିଯୁକ୍ତ ଗିରଫ । ଏଟିଏମରେ ଟଙ୍କା ଲୋଡ ହେଉଥିବା ସମୟରେ ଅଭିଯୁକ୍ତମାନେ ଭ୍ୟାନ ନେଇ ଫେରାର ହୋଇଯାଇଥିଲେ ।

6. ଆସନ୍ତାକାଲିଠୁ PGIMSରେ ହେବ ତୃତୀୟ ପର୍ଯ୍ୟାୟ କୋଭାକ୍ସିନ ଟ୍ରାଏଲ

ଆସନ୍ତାକାଲି(ଶୁକ୍ରବାର)ଠାରୁ PGIMSରେ ଆରମ୍ଭ ହେବାକୁ ଯାଉଛି କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ । ଏନେଇ 1000 ସ୍ବେଚ୍ଛାସେବୀଙ୍କ ଆବଶ୍ୟକତା ରହିଥିବା କହିଛନ୍ତି PGIMSର ଭାଇସ୍‌ ଚାନସଲର ।

7. ଦ୍ବିତୀୟ ବିବାହ ପାଇଁ ମନା କରିବାରୁ ବିଧବାଙ୍କ ନାକ, ଜିଭ କାଟିଲେ ସମ୍ପର୍କୀୟ

ଦ୍ବିତୀୟ ବିବାହ ପାଇଁ ମନା କରିବାରୁ 28 ବର୍ଷୀୟା ବିଧବା ମହିଳାଙ୍କ ନାକ ଏବଂ ଜିଭ କାଟିଲେ ସମ୍ପର୍କୀୟ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

8. ଅକ୍ଟୋବରରେ 33.67% ବୃଦ୍ଧି ପାଇଛି ଘରୋଇ ବିମାନ ଯାତ୍ରୀ ପରିବହନ

କୋରୋନା କାଳରେ ବିମାନରେ ଯାତ୍ରା କରିବାକୁ ଅଧିକା ପସନ୍ଦ କରୁଛନ୍ତି ଯାତ୍ରୀ । ଏନେଇ ଡିଜିସିଏ ଏକ ରିପୋର୍ଟ ଦାଖଲ କରିଛି ।

9. ଲାଞ୍ଚ ନେଇ ଧଉଳି ASI ଗିରଫ, 15 ଶହ ଟଙ୍କା ପାଇଁ କମିସନରେଟ ପୋଲିସ ବଦନାମ

ଦାଦାବଟି ମାଗିଲେ ଲୋକଙ୍କୁ ନା । ଥାନା ଭିତରେ କିନ୍ତୁ ଲାଞ୍ଚକୁ ନାହିଁ ମନା । ଏପରି ଅଜବ କାରବାର କମିସନରେଟ ପୋଲିସକୁ କରିଛି ବଦନାମ ।

10. ଏନସିଏରେ ଅଭ୍ୟାସ ଆରମ୍ଭ କଲେ ଦ୍ରୁତ ବୋଲର ଇଶାନ୍ତ ଶର୍ମା

ସିନିୟର ପେସ ବୋଲର ଇଶାନ୍ତ ଶର୍ମା ଏନସିଏରେ ଅଭ୍ୟାସ ଆରମ୍ଭ କରିଛନ୍ତି ।ଆଷ୍ଟ୍ରେଲିଆ ଗସ୍ତରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଲକ୍ଷ୍ୟ ରଖି ଅଭ୍ୟାସ ଆରମ୍ଭ କରିଛନ୍ତି ।

Last Updated : Nov 19, 2020, 9:37 AM IST

ABOUT THE AUTHOR

...view details