ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - ଟପ ଟେନ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବ
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବ

By

Published : Nov 5, 2020, 9:12 AM IST

Updated : Nov 5, 2020, 9:18 AM IST

1-ଅଦାଲତ ଅବମାନନା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମେତ 3 ଡିଇଓ ଦୋଷୀ ସାବ୍ୟସ୍ତ

ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶଙ୍କ ସମେତ ୩ ଡିଇଓ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ଅର୍ଣ୍ଣବ

14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ । ମୁ୍ମ୍ବାଇ ଆଲିଗଡ କୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ ।

2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ

2 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନଭେମ୍ବର 5 ଓ 6 ଦୁଇ ଦିନ ପଶ୍ଟିମବଙ୍ଗ ଗସ୍ତରେ ରହିବେ ଗୃହମନ୍ତ୍ରୀ ।

3-ଫ୍ରାନ୍ସରୁ ନନ୍‌ଷ୍ଟପ ଉଡାଣ ଭରି ଭାରତରେ ପହଞ୍ଚିଲା 3 ରାଫେଲ

ଚୀନ ସହ ଜାରି ତିକ୍ତତା ମଧ୍ୟରେ ଭାରତରେ ଆସି ପହଞ୍ଚିଛି ଆଉ 3 ରାଫେଲ ଯୁଦ୍ଧ ବିମାନ ।

4-ସାରୁଅ ଜମି ଦୁର୍ନୀତି ମାମଲା: ଜେଲ ଗଲେ ଓଡିଶା ଇନଫ୍ରାର ଦୁଇ କର୍ମଚାରୀ

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡିଶା ଇନଫ୍ରାର ଦୁଇ କର୍ମଚାରୀଙ୍କୁ ଜେଲ ହାଜତକୁ ପଠାଇଲା ପୋଲିସ ।

5-ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗ: ଓଡିଶାକୁ ପ୍ରଶଂସା, 23 ରାଜ୍ୟ ମୁଖ୍ୟ ସଚିବଙ୍କୁ ନୋଟିସ

ଦିପାବଳୀରେ ବାଣ ଫୁଟାଇବା ପ୍ରସଙ୍ଗରେ 23 ରାଜ୍ୟର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କଲେ ଏନଜିଟି ।

6-ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ, ଦୁଇ ଯୁବତୀଙ୍କୁ ଛୁରାମାଡ

ପ୍ରେମ ନିବେଦନ ବିଫଳ ହେବାରୁ ଦୁଇ ଯୁବତୀଙ୍କୁ ଛୁରାମାଡ କଲା ପାଗଳ ପ୍ରେମିକ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ମେଡିକାଲରେ ଭର୍ତ୍ତି

7-ଜମ୍ମୁ କାଶ୍ମୀର DDC ନିର୍ବାଚନ ଘୋଷଣା, ପ୍ରଥମ ଥର ପଶ୍ଚିମ ପାକିସ୍ତାନ ଶରଣାର୍ଥୀ ଦେବେ ଭୋଟ

ଘୋଷଣା ହୋଇଛି ଜମ୍ମୁ ଓ କାଶ୍ମୀର ଜିଲ୍ଲା ବିକାଶ ପରିଷଦ(DDC) ନିର୍ବାଚନ ତାରିଖ । 8ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

8-ମହିଳା ଟି20 ଚ୍ୟାଲେଞ୍ଜ: ସୁପରନୋଭାସକୁ 5 ୱିକେଟରେ ପରାସ୍ତ କଲା ଭେଲୋସିଟି

ମହିଳା ଟି 20 ମ୍ୟାଚରେ ମିତାଲି ରାଜଙ୍କ ଭେଲୋସିଟି ହରମନପ୍ରୀତ କୌରଙ୍କ ସୁପରନୋଭାକୁ 5 ୱିକେଟ୍‌ରେ ପରାସ୍ତ କରିଛି ।

9-ସୁଟିଂ ସେଟରେ ଲୋକଙ୍କ ଦୁଃଖ ଦୂର କରୁଛନ୍ତି ସୋନୁ, ଭାଇରାଲ ଭିଡିଓ

ସାମ୍ନାକୁ ଆସିଲା ସୋନୁଙ୍କ ଆଉ ଏକ ଭିଡିଓ । ସୁଟିଂ ସେଟରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଭୁଲିନାହାଁନ୍ତି ସେ ।

10-ଦୁର୍ନୀତିଗ୍ରସ୍ତ ରାଜନେତା ସାଜିବେ ଅଭିଷେକ

ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ନିର୍ମାତା ଅନୁରାଗ ବାସୁଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ରେ ନଜର ଆସିବେ ।

Last Updated : Nov 5, 2020, 9:18 AM IST

ABOUT THE AUTHOR

...view details