ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jul 13, 2022, 9:03 PM IST

1.Odisha Assembly: SDPOଙ୍କ ଦବଙ୍ଗଗିରି ପ୍ରସଙ୍ଗରେ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଧାନସଭାରେ ମାଲକାନଗିରି SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜର ଝଡ । ଆଦିବାସୀଙ୍କ ଉପରେ ଆକ୍ରମଣକୁ ନେଇ ଏକାଠି ହେଲେ ବିଜେପି ଓ କଂଗ୍ରେସ । ପୂର୍ବାହ୍ନରେ ପ୍ରଶ୍ନକାଳ ସହ ଶୂନ୍ୟକାଳରେ ଲାଗି ରହିଲା ହଟ୍ଟଗୋଳ । ଘଟଣାକୁ ନେଇ ମିଳିତ ଭାବେ ସରକାରଙ୍କୁ ଆକ୍ରମଣ କଲେ ବିରୋଧୀ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି ।

2.ଫିଟିବ କି ସମାଧାନର ବାଟ ? ରବିବାର ଭାରତ-ଚୀନ ୧୬ତମ କମାଣ୍ଡରସ୍ତରୀୟ ବୈଠକ

ପୂର୍ବ ଲଦ୍ଦାଖ LACରେ ଏବେବି ଭାରତ ଓ ଚୀନ ମଧ୍ୟରେ ଏବେ ମୁହାଁମୁହିଁ ଭଳି ପରିସ୍ଥିତି ଜାରି ରହିଛି । ଏହାକୁ ନେଇ ଜୁଲାଇ ୧୭ ତାରିଖରେ ଭାରତ ଓ ଚୀନ ମଧ୍ୟରେ ୧୬ତମ କମାଣ୍ଡରସ୍ତରୀୟ ଆଲୋଚନା ହେବ ।

3.ଶ୍ରୀଲଙ୍କା ସଙ୍କଟ: ମାଳଦ୍ବୀପରୁ ସିଙ୍ଗାପୁରକୁ ଯିବେ ରାଷ୍ଟ୍ରପତି ଗୋଟାବାୟା

ଅସମ୍ଭାଳ ରହିଛି ଶ୍ରୀଲଙ୍କା ସ୍ଥିତି । ସେପଟେ ଦେଶ ଛାଡି ମାଳଦ୍ବୀପରେ ଆତ୍ମଗୋପନ କରିଥିବା ରାଷ୍ଟ୍ରପତି ଗୋଟାବାୟା ଆଜି ରାତିସୁଦ୍ଧା ସିଙ୍ଗାପୁରକୁ ପଳାୟନ କରିବେ ବୋଲି ଜଣାପଡିଛି ।

4.ଓଡିଶାର 15 ଖଣି ଓ 16 ଲଘୁ ଖଣିଜ ବ୍ଲକର ହେବ ନିଲାମ: ଖଣିମନ୍ତ୍ରୀ

ଖୁବଶୀଘ୍ର ଓଡିଶାର 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । 2021-2022 ଆର୍ଥିକ ବର୍ଷରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି । ଓଡିଶା 1 ନଂ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଛି । କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛି ରାଜ୍ୟ । ଏନେଇ ଆଜି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

5.Odisha Assembly: ଟାର୍ଗେଟ ଫିକ୍ସ କଲେ ସରକାର, 2025 ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡିଶା

ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ଲାଗି ଟାର୍ଗେଟ ଫିକ୍ସି କରିଛନ୍ତି ରାଜ୍ୟ ସରକାର । 2025 ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ହେବ ଓଡିଶା । ଏହାସହ ଗତ 5 ବର୍ଷ ମଧ୍ୟରେ 420 ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ରହିଛି ।

6.OdishaAssembly: ରାଜ୍ୟର 436 ଟି ପଞ୍ଚାୟତରେ ନାହିଁ ହାଇସ୍କୁଲ

ରାଜ୍ୟର 436 ଟି ପଞ୍ଚାୟତରେ ନାହିଁ ଉଚ୍ଚ ବିଦ୍ୟାଳୟ । ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ରୂପେ ଉନ୍ନୀତ କରାଯାଉଛି । ବିଧାନସଭାରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

7.Agnipath Scheme: ଅଗ୍ନିପଥ ବିରୋଧରେ ପିଟିସନ, ଆସନ୍ତା 15ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜୁଲାଇ ୧୫ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ ।

8.ରଥଯାତ୍ରା ପରେ ପ୍ରଥମ ଅବଢା ପାଇଲେ ଭକ୍ତ

ରତ୍ନବେଦିରେ ବିରାଜିତ କାଳିଆ ସାଆନ୍ତେ । ଶ୍ରୀଗୁଣ୍ଡା ଯାତ୍ରା ପରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବା ପରେ ପୁଣି ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର । ନୀଳାଚଳ ଅବଢ଼ା ପାଇ ଭକ୍ତ ମନ ଆନନ୍ଦିତ । ଦୀର୍ଘ ୧୨ ଦିନ ପରେ ଆଜି ଠାରୁ ପୁଣିଥରେ ନୀଳାଚଳ ଅବଢ଼ା ଉପଲବ୍ଧ ହୋଇଛି ।

9.କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ

କନ୍ଧମାଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ ।

10.Cricket History: ଆଜିର ଦିନରେ ଭାରତ ଖେଳିଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ

ଭାରତୀୟ କ୍ରିକେଟ ଦଳ ୪୮ ବର୍ଷ ପୂର୍ବରୁ ଆଜିର ଦିନରେ ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲା । ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୫ ରନ ସଂଗ୍ରହ କରିଥିଲା ।

ABOUT THE AUTHOR

...view details