ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9PM ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9 PM
TOP NEWS AT 9 PM

By

Published : May 2, 2022, 9:06 PM IST

1.ଟ୍ବିଟର ହ୍ୟାଣ୍ଡେଲ ବାୟୋରୁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ହଟାଇଲେ ହାର୍ଦ୍ଦିକ ପଟେଲ

ତେଜିବାରେ ଲାଗିଛି ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି ବିବାଦ । ଦଳୀୟ କାର୍ଯ୍ୟକ୍ରମ ପୋଷ୍ଟରରୁ ଫଟୋ ବାଦ ପଡିବା ପରେ ଟ୍ବିଟର ହ୍ୟାଣ୍ଡେଲରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦ ହଟାଇଲେ ହାର୍ଦ୍ଦିକ ପଟେଲ ।

2.Eid-ul-Fitr 2022: ଇଦ୍‌ରେ କଟକ ସହରକୁ ଜଗିବେ ୧୨ ପ୍ଲାଟୁନ୍‌ ଫୋର୍ସ

ପବିତ୍ର ଇଦ୍‌ ଅବସରରେ କଟକ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସହରରେ ମୋଟ ୪ଟି ଏଡ୍‌ ପୋଷ୍ଟ ସହ ମୁତୟନ ହେବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ।

3.ମରି ବି ଅମର, ଯୁବକଙ୍କ ହାର୍ଟ ଦାନ କଲେ ପରିବାର ଲୋକେ

ନିଜେ ମରି ଅନ୍ୟର ଜୀବନ ବଞ୍ଚାଇଲେ ଯୁବକ । ବ୍ରେନଡେଡ ହୋଇ ହସ୍ପିଟାଲରେ ପଡିଥିବା ଯୁବକଙ୍କ ଅଙ୍ଗଦାନ କଲେ ପରିବାର ଲୋକେ ।

4.Brajrajnagar By-Poll: ଆସନ୍ତା ୩୧ରେ ବ୍ରଜରାଜଗନର ଉପନିର୍ବାଚନ, ଜୁନ୍‌ ୩ରେ ଗଣତି

ଆସନ୍ତା ମେ ୩୧ ତାରିଖରେ ବ୍ରଜରାଜଗନର ଉପନିର୍ବାଚନ ହେବ । ଘୋଷଣା କଲେ ଭାରତ ନିର୍ବାଚନ କମିଶନ । ଜୁନ ୩ ରେ ଗଣତି ।

5.ମହାଆଳତୀ କାର୍ଯ୍ୟକ୍ରମ ବାତିଲ କଲା MNS, ଆସନ୍ତାକାଲି ପରବର୍ତ୍ତୀ ନିଷ୍ପତ୍ତି

MNSର ମହାଆଳତୀ କାର୍ଯ୍ୟକ୍ରମ ବାତିଲ । ପରବର୍ତ୍ତୀ ନିଷ୍ପତ୍ତି ଆସନ୍ତାକାଲି ଘୋଷଣା ନେଇ ଟ୍ବିଟ କଲେ ଦଳ ମୁଖ୍ୟ ରାଜ ଠାକରେ ।

6.ଭୁବନେଶ୍ବର AIIMSରେ ପ୍ରଥମ, ଯୋଡାହେଲା ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ଆଙ୍ଗୁଳି

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ବୁଢା ଆଙ୍ଗୁଳି ପ୍ରତିରୋପଣ (Thumb Transplantation) ସଫଳ ହୋଇଛି । ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ବାମ ହାତର ବୁଢା ଆଙ୍ଗୁଳିକୁ ଯୋଡ଼ିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ ।

7.ପାରମ୍ପରିକ ନୃତ୍ୟକଳା ଦାସକାଠିଆ: ବଞ୍ଚାଇ ରଖିବା ପାଇଁ କଳାକାରଙ୍କ ପ୍ରୟାସ, ନୃତ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା

ଦାସକାଠିଆର ଏନ୍ତୁଡିଶାଳ ବୋଲାଉଥିବା ଗଞ୍ଜାମରେ ଏହି ନୃତ୍ୟ ଧିରେ ଧିରେ ଲୋପ ପାଉଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ଜାରି ରହିଛି ଉଦ୍ୟମ । ଆଗକାଳରେ ଏହା ମନୋରଞ୍ଜନର ଏକ ମାଧ୍ୟମ ଥିଲା ।

8.ଭାରତର ଶିକ୍ଷା ବ୍ୟବସ୍ଥା ଆମର ସଂସ୍କୃତି ଓ ଐତିହ୍ୟ ସହ ଯୋଡି ହୋଇ ରହିବ: ଧର୍ମେନ୍ଦ୍ର

ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ବୟିକ ନାଗରିକ ସୃଷ୍ଟି କରିବ । ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତ୍ତନ କରିପାରିବ ।

9.33 ବର୍ଷ ପୂର୍ବେ ଦିଲ୍ଲୀରେ କାହିଁକି ହୋଇଥିଲେ ଅପମାନିତ, ଖୁଲାସା କଲେ ମେଗାଷ୍ଟାର ଚିରଞ୍ଜୀବୀ

ମେଗାଷ୍ଟାର ଚିରଞ୍ଜୀବୀ(Chiranjeevi) ତାଙ୍କର ଆଗାମୀ ତେଲୁଗୁ ଚଳଚ୍ଚିତ୍ର 'ଆଚାର୍ଯ୍ୟ' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପ୍ରମୋସନ ସମୟରେ 33 ବର୍ଷ ପୂର୍ବେ ତାଙ୍କୁ ଦିଲ୍ଲୀରେ କେପରି ଅପମାନିତ ହେବାକୁ ପଡିଥିଲା ଖୁଲାସା କରିଛନ୍ତି ।

10.IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା କୋଲକାତା

ଆଇପିଏଲ ୨୦୨୨ର ୪୭ତମ ମୁକାବିଲାରେ ଟସ୍‌ ଜିତି କୋଲକାତା କ୍ୟାପଟେନ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତି ନେବାସହ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ABOUT THE AUTHOR

...view details