ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 24, 2022, 9:00 PM IST

୧.ଭୁବନେଶ୍ୱରରେ ଲାଞ୍ଚ ନେଉଥିଲା ଦିଲ୍ଲୀ ପୋଲିସ, Eow କନଷ୍ଟେବଳଙ୍କୁ ବାନ୍ଧିଲା ସିବିଆଇ ଟିମ୍

ଦିଲ୍ଲୀ ପୋଲିସର ଦୁଇ ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ । ଆଜି(ରବିବାର) ଭୁବନେଶ୍ବରରେ ଏକ ମାମଲାର ରଫାଦଫା କରିବା ଲାଗି ଏହି ଦୁଇ ଅଧିକାରୀ ଲାଞ୍ଚ ନେଉଥିବାବେଳେ ସିବିଆଇ କାବୁ କରିଛି ।

୨. ଘରୋଇ ନ୍ୟୁଜ ଚ୍ୟାନେଲକୁ କେନ୍ଦ୍ରର ଛାଟ, ବିବାଦୀୟ ବିବୃତ୍ତିରୁ ନିବୃତ୍ତ ରୁହ

କେତେକ ଘରୋଇ ଚ୍ୟାନେଲରେ ଖବର ପରିବେଷଣର ଶୈଳୀ ଏବଂ ଶବ୍ଦ ପ୍ରୟୋଗରେ ତ୍ରୁଟି ଥିବା ଦର୍ଶାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କଡା ପରାମର୍ଶନାମା ଜାରି କରିବା ସହ ଭାରତୀୟ ଟିଭି ଚ୍ୟାନେଲର ନିର୍ଦ୍ଦିଷ୍ଟ 9ଟି କାର୍ଯ୍ୟକ୍ରମରେ ତ୍ରୁଟି ଥିବା ଦର୍ଶାଇଲା ।

୩. ସିରିୟଲ ଅଭିନେତାଙ୍କ ଲଭ ସେକ୍ସ ଧୋକା, ଗିରଫ ହେଲେ ଅଭିନେତା ଏମ ସୁମନ କୁମାର

ପ୍ରଥମେ ଲଭ୍, ତା ପରେ ଶାରୀରିକ ସମ୍ପର୍କ ଓ ପରେ ଧୋକା । ଦୁଇ ବର୍ଷ ଧରି ଯୁବତୀଙ୍କ ସହ ଲିଭ୍ଇନରେ ରହି ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଧରାଛୁଆଁ ଦେଉ ନାହାଁନ୍ତି ଓଲିଉଡ ଅଭିନେତା ।

୪. ପିପୁଲ ଫର୍ ଆନିମଲ୍‌ସର ମହତ ପ୍ରୟାସ, ରାଜଧାନୀରେ ପଶୁ-ପକ୍ଷୀଙ୍କ ପାଇଁ ଜଳକୁଣ୍ଡ

ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଏହି ସମୟରେ ନିର୍ବାକ ପଶୁ, ପକ୍ଷୀଙ୍କ ମୁହଁରେ ମୁନ୍ଦାଏଁ ପାଣି ଦେବା ପାଇଁ ରାଜଧାନୀର ରାସ୍ତାରେ ଖୋଲାଯାଇଛି ଜଳଛତ୍ର ।

୫.କଅଁଳ ବୟସରେ କୁନି କ୍ରିକେଟରଙ୍କ କମାଲ, କରୁଛନ୍ତି ଚମତ୍କାର ବ୍ୟାଟିଂ

ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ତାଙ୍କ ଆଦର୍ଶ । କଅଁଳ ବୟସରେ ହାତରେ ବ୍ୟାଟ୍‌ ଧରି ଦେଇଛନ୍ତି ନିଜ ପ୍ରତିଭାର ପରିଚୟ । ଏମିତି ବ୍ୟାଟିଂ ଷ୍ଟାଇଲ ଯେ ଗୋଟିଏ ବଲ୍‌ ମିସ୍‌ କରୁନାହାନ୍ତି ।

୬.ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଆନ୍ଧ୍ର ରାଜ୍ୟପାଳ

୭.Lata Deenanath Mangeshkar Award: ପ୍ରଥମ ଆଓ୍ବାର୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ଲତା ଦିନାନାଥ ମଙ୍ଗେସର ଆଓ୍ବାର୍ଡରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି । ସୁର ସାମ୍ରାଜ୍ଞୀ ଲତାଙ୍କୁ ମନେ ପକାଇ କହିଲେ ସଙ୍ଗୀତ ହେଉଛି ସାଧନା ।

୮.Pulwama Encounter: ଦୁଇ ଆତଙ୍କୀ ନିପାତ, ଗୁଳି ବିନିମୟ ଜାରି

ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ । ଦୁଇଜଣ ଆତଙ୍କୀ ନିପାତ ହୋଇଥିବାବେଳେ ଏବେବି ଜାରି ରହିଛି ଗୁଳି ବିନିମୟ ।

୯. ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ଉଦଘାଟିତ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ । ମହାମାରୀ କୋଭିଡ ସଂକ୍ରମଣ କାରଣରୁ ଗତବର୍ଷ ଏହି ୟୁନିଭର୍ସିଟି ଗେମ୍ସ ଖେଳାଯାଇ ପାରିନଥିଲା ।

୧୦. ରଣବୀର ନୁହେଁ ଏଡୱାର୍ଡ ସହ ଫଟୋ ସେୟାର କଲେ ଆଲିଆ

ବିବାହ ପରେ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କଲେ ଆଲିଆ ଭଟ୍ଟ । ନିଜ ପୋଷା ବିଲେଇ ଏଡୱାର୍ଡକୁ ହାତରେ ଧରି ବେଶ ଖୁସିଥିବା ଦେଖିବାକୁ ମିଳିଛି

ABOUT THE AUTHOR

...view details