ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ@9PMର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 19, 2022, 9:01 PM IST

୧. ବିଧାୟକ ଦଳ ନେତା ପଦରୁ ନରସିଂହଙ୍କୁ ହଟାଇବାକୁ ଦାବି

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦାବି ଜୋର ଧରିଲା । ଏପ୍ରିଲ ଶେଷ ସୁଦ୍ଧା ଓଡିଶା କଂଗ୍ରେସ ନୂଆ ସଭାପତି ପାଇବାକୁ ଥିବାବେଳେ, ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ଦାବି ହେଉଛି । ଆଉ ଏହି ଦାବି କରିଛନ୍ତି ଖୋଦ୍‌ କଂଗ୍ରେସ ବିଧାୟକ ମାନେ ।

୨. ବଡଗଡ ହାଜତ ମୃତ୍ୟ ମାମଲା: ବଡ ଅଧିକାରୀ ଚୁପ୍, ବଦଳିଲେ ଆଇଓ

ବଡଗଡ ଥାନା ହାଜତ ମୃତ୍ୟ ମାମଲା । ବଦଳିଲେ ତଦନ୍ତକାରୀ ଅଧିକାରୀ ଏସ.କେ ବେହେରା ।

୩.WODC FUND: ବିଧାୟକଙ୍କ ପାଣ୍ଠି ସହ ବାର୍ଷିକ ବଜେଟ ବୃଦ୍ଧି ପାଇଁ ଦାବି

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ପାଣ୍ଠି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ଚିଠି ଲେଖିବା ପ୍ରସଙ୍ଗରେ ଆଜି ପୁଣି ଥରେ ଦାବି କରିଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ।

୪.୨୦୨୫ ସୁଦ୍ଧା ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ

୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ । ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଥିବା ସୂଚନା ।

୫.BrahMos Missile Test Fired: ସୁଖୋଇରୁ ଲଞ୍ଚ ହେଲା ବ୍ରହ୍ମୋସ, ହିଟ୍ କଲା ଟାର୍ଗେଟ

ପୁଣି ଥରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30ରୁ ସଫଳତାର ସହ ବ୍ରହ୍ମୋସ କ୍ଷପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ । ନୌସେନାର ଏକ ସେବାନିବୃତ ଜାହାଜ ଟାର୍ଗେଟକୁ କରି ନଷ୍ଟ କରିବାରେ ସଫଳ ହୋଇଛି ।

୬.Delhi Violence: ଡ୍ରୋନ ସର୍ଭିଲାନ୍ସରେ ସମଗ୍ର ଜାହାଙ୍ଗୀରପୁରୀ ଅଞ୍ଚଳ, ପିସ୍ ମାର୍ଚ୍ଚ କଲା ପୋଲିସ

ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇଲା ପୋଲିସ । ଡ୍ରୋନ ସର୍ଭିଲାନ୍ସରେ ସମଗ୍ର ଅଞ୍ଚଳ । ପିସ୍ ମାର୍ଚ୍ଚରେ ଶାନ୍ତି ରକ୍ଷା ପାଇଁ ନିବେଦନ କଲା ପୋଲିସ । ତଦନ୍ତ ଜାରି ରଖିଛି ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ ।

୭.ଧିରେ ଧିରେ ଘନଉଛି ଯୁଦ୍ଧ ! ହଠାତ୍ 2 ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ ଅଧ୍ୟକ୍ଷା

ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ୟୁରୋପୀୟ ଆୟୋଗ (European Commission) ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେନ । ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ ।

୮. ଗୁଜୁରାଟରେ ଉଦଘାଟିତ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନର ଗ୍ଲୋବାଲ ପାରମ୍ପାରିକ ମେଡିସିନ ସେଣ୍ଟର

ଗୁଜୁରାଟରେ ଜାମନଗରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ର ଗ୍ଲୋବାଲ ପାରମ୍ପାରିକ ମେଡିସିନ ସେଣ୍ଟର (WHO-Global Centre for Traditional Medicine)ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । WHO ମହାନିର୍ଦ୍ଦେଶକଙ୍କ ସହ ସାମିଲ ହେଲେ ମରିସସ ପ୍ରଧାନମନ୍ତ୍ରୀ । ଭର୍ଚ୍ଚୁଆଲି ଯୋଡି ହେଲେ ନେପାଳ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ।

୯.IPL 2022: ଟସ୍‌ ଜିତି ଲକ୍ଷ୍ନୌର ପ୍ରଥମେ ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି ୩୧ତମ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଛି ଲକ୍ଷ୍ନୌ ।

୧୦. ମାଆ ହେଲେ କାଜଲ, ଘରକୁ ଆସିଲେ କୁନି ଅତିଥି

ମାଆ ହେଲେ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସ୍ବାମୀ ଗୌତମ କିଚୁଲୁ ଓ କାଜଲ ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି ।

ABOUT THE AUTHOR

...view details