ଓଡିଶା

odisha

ETV Bharat / bharat

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 9, 2022, 9:03 AM IST

1.ଶକ୍ତିଶାଳୀ ଭୂକମ୍ପରେ ଥରିଲା ନେପାଳ, ୬ ମୃତ

ନେପାଳରେ ବଡ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ । ଏହି ଶକ୍ତିଶାଳୀ ଭୂକମ୍ପ ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ।

2.ଭୂକମ୍ପରେ ଥରିଲା ଦିଲ୍ଲୀ, ଅନୁଭୂତି ବଖାଣିଲେ ସ୍ଥାନୀୟଲୋକେ

ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ନେପାଳରେ ବଡ ଧରଣର ଅନୁଭୂତ ହୋଇଥିଲା ।

3.ନଭେମ୍ବର ୧୯ରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଆସନ୍ତା ୧୯ ତାରିଖରେ ଧର୍ମଘଟ ଡାକରା ଦେଲା ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ । ଏହି ଦିନ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା ।

4.ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ । ଏହି ଘଟଣାରେ ଜଣେ ଅଟକ ।

5.ସମୁଦ୍ର ଆଁରେ ସାତଭାୟା, ବିସ୍ଥାପନ ନାଁରେ କଲବଲ କରୁଛି ପ୍ରଶାସନ !

କେନ୍ଦ୍ରାପଡ଼ା ସାତଭାୟା ପଞ୍ଚାୟତରେ ମାଡ଼ି ଆସୁଛି ସମୁଦ୍ର । ଜୀବନ ବଞ୍ଚାଇବାକୁ ଯାଇ ୬୦୦ରୁ ଊର୍ଦ୍ଧ୍ୱ ପରିବାର ଗାଁ ଛାଡି ବଗପାଟିଆରେ ବିସ୍ଥାପିତ ଜୀବନ ବିତାଉଛନ୍ତି ।

6.ଲଦାଖରେ ପ୍ରବଳ ତୁଷାରପାତ, ସୀମା ସଡ଼କ ସଂଗଠନ ପକ୍ଷରୁ ରାସ୍ତା ସଫେଇ କାର୍ଯ୍ୟକ୍ରମ

କାର୍ଗିଲରେ ତୁଷାରପାତ ଆରମ୍ଭ ହୋଇଛି। ପ୍ରବଳ ବରଫପାତ ଯୋଗୁଁ ପୁରା ଅଞ୍ଚଳ ବରଫ ଚାଦରରେ ଘୋଡ଼େଇ ହୋଇଯାଇଛି।

7.ଗୁଜୁରାଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ମୋହନ ସିଂ ରାଠୱା

ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସକୁ ବଡ ଝଟକା । ହାତ ଛାଡି ପଦ୍ମ ଧରିଲେ ବରିଷ୍ଠ ନେତା ମୋହନ ସିଂ ରାଠୱା । ୧୦ ଥର ବିଧାୟକ ଭାବେ ହୋଇଛନ୍ତି ନିର୍ବାଚିତ ।

8.Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !

ଧାମନଗରରେ ଧୋଇଦେଲେ ସାମଲ । ପଦ୍ମପୁରରେ ପୋଛିଦେବେ ସୁରେଶ । ଦମ ଦେଖାଇଲେ ଉପକୂଳିଆ ।

9.T20 World Cup: ସେମିରେ ନ୍ୟୁଜିଲାଣ୍ଡଠୁ କେବେ ପରାସ୍ତ ହୋଇନାହିଁ ପାକିସ୍ତାନ, ଦେଖନ୍ତୁ ରେକର୍ଡ

ରାତି ପାହିଲେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ତେବେ ଏହି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରୁ କାହାର ପଲ୍ଲା ଭାରି ରହିଛି ଆସନ୍ତୁ ନଜର ପକାଇବା ।

10.Daman Abhiyan: ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆର ନିରାକରଣ ‘ଦମନ ଅଭିଯାନ’

ମାଓପ୍ରବଣ ମାଲକାନଗିରିରେ ମ୍ୟାଲେରିଆ ନେଉଥିଲା ଶହ ଶହ ଜୀବନ । ମ୍ୟାଲେରିଆକୁ ମାତ ଦେବା ପାଇଁ ସରକାର ଆରମ୍ଭ କରିଥିଲେ ‘ଦମନ ଅଭିଯାନ’ ।

ABOUT THE AUTHOR

...view details