ଓଡିଶା

odisha

ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 19, 2022, 9:00 AM IST

1.କଟକରେ ୫T ସଚିବ, SCB ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ସୋମବାର କଟକ ଗସ୍ତରେ ଆସି ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କରିଛି 5ଟି ସଚିବ ଭିକେ ପାଣ୍ଡିଆନ।

2.ଆଜି ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ, ସାମିଲ ହେବେ ବିଶ୍ବର ବିଶିଷ୍ଟ ବ୍ୟକ୍ତି

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଆଜି ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ବର ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ସାମିଲ ହେବେ ।

3.ରାଗିଲେ କମଲନାଥ: କହିଲେ ଦଳ ଛାଡିବାକୁ ଚାହୁଁଥିଲେ ଆମେ ଖୁସି, ନିଜ କାରରେ ଛାଡିଦେଇ ଆସିବି

ଦଳ ଛାଡିବା ନେଇ କଡା ବାର୍ତ୍ତା ଦେଲେ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ । କହିଲେ ଚାହୁଁଥିଲେ ଖୁସିରେ ଛାଡି ପାରନ୍ତି ଦଳ ।

4.ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା 4.4 ରେକର୍ଡ

ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.4 ଆକଳନ ହୋଇଛି ।

5.Chandigarh university case: ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ୨ ଗିରଫ

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଶିମଲାରୁ ଗିରଫ ହେଲା ସମ୍ପୃକ୍ତ ଯୁବତୀଙ୍କ ପୁରଷ ବନ୍ଧୁ ।

6.କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ ଭାଙ୍ଗିଥିଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନ କାର୍ଯ୍ୟକ୍ରମ ବେଳେ ଭାଙ୍ଗିଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ । ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାବେଳେ ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମଧ୍ୟ ପ୍ରଦେଶ ପଞ୍ଚାୟତିରାଜ ମନ୍ତ୍ରୀ ।

7.ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ, ମାରଣାସ୍ତ୍ର ଜବତ

ଜମ୍ମୁକାଶ୍ମୀର ରାମବାନ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ । ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ ଓ ସୁରକ୍ଷାବାହିନୀ ।

8.ରୁଗ୍ଣ ମାନସିକତା, କର୍ଣ୍ଣାଟକରେ କୁକୁର ଭୋକିବାରୁ ଗୁଳି କରିଦେଲେ

କୁକୁର ଭୋକିବାରୁ ପଡୋଶୀଙ୍କ ପୋଷା କୁକୁରକୁ ଗୁଳି କରି ହତ୍ୟା କଲେ କ୍ରୋଧାନ୍ବିତ ବ୍ୟକ୍ତି । କର୍ଣ୍ଣାଟକର ଦୋଡାବଲ୍ଲାପୁର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

9.World Wrestling Championships: ବ୍ରୋଞ୍ଜ ଜିତିଲେ ବଜରଙ୍ଗ, 4 ପଦକ ଜିତିବାରେ ପ୍ରଥମ ଭାରତୀୟ

ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ ପୁରୁଷ ଫ୍ରିଷ୍ଟାଇଲ 65 କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ବଜରଙ୍ଗ ପୁନିଆ ।

10.200 Crore Extortion Case: ଆଜି ପୁଣି ଜେରା ହେବେ ସିଂହଳ ସୁନ୍ଦରୀ

ବେଆଇନ ଅର୍ଥ କାରବାର ମାମଲାରେ ଆଜି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରିବ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ।

ABOUT THE AUTHOR

...view details