ଓଡିଶା

odisha

By

Published : Sep 1, 2022, 7:08 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1.ପାଳିତ ହେଲା ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ନିର୍ଦ୍ଧାରିତ ସମୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ପରିବାରରେ ନବାନ୍ନ ଗ୍ରହଣ ପରେ ଗୀତ ନାଚରେ ମସଗୁଲ ସମ୍ବଲପୁରବାସୀ

2.ଦେଶରେ ଖୁବଶୀଘ୍ର ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଜରାୟୁ କର୍କଟ ଟିକା

ଖୁବଶୀଘ୍ର ଉପଲବ୍ଧ ହେବ ଜରାୟୁ କର୍କଟ ଟିକା । ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେବା ନେଇ ଆଦାର ପୁନାଓ୍ବାଲାଙ୍କ ସୂଚନା

3.ଧରାଧାମରେ ଅଗ୍ରପୂଜ୍ୟ, ଭଦ୍ରକରେ ମାସେ କାଳ ପୂଜା ପାଇବେ ବୁଢ଼ା ଟୋକା ପିଲା ଗଣେଶ

ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ । ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା । ବିଦ୍ୟା ଓ ବୁଦ୍ଧିର ଦେବତା ହେଉଛନ୍ତି ଗଜାନନ । ସମସ୍ତ ବିଘ୍ନ ଓ ବିନାଶକାରୀ ପାର୍ବତୀ ନନ୍ଦନ ।

4.ଖୋଜା ପଡିଛି ଦାଉଦ ଇବ୍ରାହିମ, ସୂଚନା ଦେଲେ ମିଳିବ ୨୫ ଲକ୍ଷ

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମକୁ କାବୁ କରିବା ଲାଗି ଭାରତରେ ତତ୍ପରତା ପ୍ରକାଶ ପାଇଛି । ଦାଉଦ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିକୁ ୨୫ ଲକ୍ଷ ଅର୍ଥ ଦେବା ଲାଗି ଘୋଷଣା କଲା NIA

5.SpiceJet ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା, ଦିଲ୍ଲୀରେ ଜରୁରୀକାଳୀନ ଅବତରଣ

ଦିଲ୍ଲୀରୁ ନାସିକ ଯାଉଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟ ସିଷ୍ଟମରେ ସମସ୍ୟା । ଦିଲ୍ଲୀରେ କଲା ଜରୁରୀକାଳୀନ ଅବତରଣ ।

6.ମାସ ଆରମ୍ଭରୁ ବଦଳିଲା ବହୁ ନିୟମ, ବଢିଲା ଗ୍ରାହକଙ୍କ ପକେଟ ବୋଝ

ପ୍ରତିଟି ମାସର ପ୍ରଥମ ତାରିଖ ନିଜ ସହିତ ଅନେକ ପରିବର୍ତ୍ତନ ଆଣିଥାଏ । ଆଜିଠୁ ଆରମ୍ଭ ହୋଇଥିବା ସେପ୍ଟେମ୍ବରର ପ୍ରଥମ ଦିନ ଆପଣଙ୍କ ପକେଟର ବୋଝକୁ ବଢାଇବାକୁ ଯାଉଛି

7.ନୂଆଁଖାଇରେ ଝୁମୁଛି ପଶ୍ଚିମ ଓଡିଶା, ମାଆ ଭୈରବୀଙ୍କୁ ଲାଗି ହେଲା ନବାନ୍ନ

ନୂଆଁଖାଇ ତିହାରରେ ଝୁମୁଛି ପଶ୍ଚମ ଓଡିଶା । ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ନୂଆଖାଇ ତିହାର ପାଳିତ ହେଉଛି

8.ଅଜଣା ରୋଗରେ ପୀଡିତ ତିନି ସନ୍ତାନ, ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

ରୋଗ ଶଯ୍ୟାରେ ତିନି ସନ୍ତାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କ ନିକଟରେ ସାହାଯ୍ୟ ଭିକ୍ଷା କଲେ ପରିବାର । ଅଜଣା ରୋଗରେ ପୀଡିତ ବଢିଲା ପୁଅ ଝିଅ ।

9.ହାଇଦ୍ରାବାଦ ଟିମରେ ଚୟନ ପରେ ଓଡିଆ ଜୁନିଅର୍ କ୍ରିକେଟର ମାନସଙ୍କ ପ୍ରତିକ୍ରିୟା

ଓଡିଆ ଜୁନିଅର କ୍ରିକେଟର ମାନସ ଖାରା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତ ବନାମ ଶ୍ରୀଲଙ୍କା ଅଭ୍ୟାସ ମ୍ୟାଚ୍‌ ଖେଳିବେ । ଜଣେ ଓଡିଆ ପୁଅ ଭାବେ ମାନସ ଖାରାଙ୍କ ଏ ସଫଳତା ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି

10.ଆସନ୍ତାକାଲି ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ମହାବାହୁ

ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ମହାବାହୁ । ଆସନ୍ତାକାଲି ରାଜ୍ୟର ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବ ମହାବାହୁ

ABOUT THE AUTHOR

...view details