ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 25, 2022, 7:00 PM IST

1.Amit Shah Interview: ଭଗବାନ ଶିବଙ୍କ ବିଷ ପାନ ପରି ସବୁ ଦୁଃଖ ସହିଛନ୍ତି ମୋଦି

2002 ଗୁଜୁରାଟ ଦଙ୍ଗାକୁ ନେଇ ଆଜି ଜାତୀୟ ନ୍ୟୁଜ ଏଜେନ୍ସି ANIରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଦୀର୍ଘ ୧୯ ବର୍ଷ ହେଲା ମୋଦି ସବୁ ଦୁଃଖକୁ ଭଗବାନ ଶିବଙ୍କ ପରି ବିଷ ପାନ କରି ଲଢି ଚାଲିଥିବା କହିଲେ ଶାହ ।

2.Maharashtra crisis: 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ଜାରି କଲେ ଉପବାଚସ୍ପତି

ମହାରାଷ୍ଟ୍ର ସଙ୍କଟରେ ନୂଆ ମୋଡ । 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନୋଟିସ ଜାରି କଲେ ଉପ ବାଚସ୍ପତି । ଗୌହାଟୀରେ ଅଛନ୍ତି ବିଦ୍ରୋହୀ ବିଧାୟକ ।

3.୧୦ ବର୍ଷ କାରାଦଣ୍ଡ ଶୁଣି କୋର୍ଟରୁ ଆସାମୀ ଚମ୍ପଟ, ଖୋଜୁଛି ପୋଲିସ

ଭୁବନେଶ୍ବର ADJ କୋର୍ଟରୁ ଆସାମୀ ଫେରାର । ୧୦ ବର୍ଷ କାରାଦଣ୍ଡ ଶୁଣି କୋର୍ଟରୁ ଚମ୍ପଟ ମାରିଲା ଆସାମୀ । ଏକ ଏନଡିପିଏସ ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ ।

4.ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ: ପିଲେ କହିପାରିଲେନି ପଣିକିଆ, ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବାଲେଶ୍ଵର ଗସ୍ତରେ ଆସି ବିଭିନ୍ନ ସ୍କୁଲ କଲେ ପରିଦର୍ଶନ । ପିଲାଙ୍କୁ ପ୍ରଶ୍ନ ପଚାରି ସନ୍ତୋଷ ଜନକ ଉତ୍ତର ନପାଇବାରୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ ।

5.Godhra Riots 2002: ପୂର୍ବତନ ଅତିରିକ୍ତ DGPଙ୍କୁ କ୍ରାଇମବ୍ରାଞ୍ଚର ସମନ

ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ ରାୟର ଚ୍ୟାଲେଞ୍ଜ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ଗୁଜୁରାଟ ପୂର୍ବତନ ଅତିରିକ୍ତ ଡିଜିପିଙ୍କୁ ସମନ କରିଛି ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ।

6.ମହିଳା ଚିତ୍ରକାରଙ୍କ ତୂଳୀରେ ଦ୍ବିଗୁଣିତ ହେଉଛି କାଶ୍ମୀରର ସୁନ୍ଦରତା

ଜମ୍ମୁ କାଶ୍ମୀରରେ ମହିଳା ଚିତ୍ରକାରଙ୍କ ୫ ଦିନିଆ କ୍ୟାମ୍ପ । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଙ୍କୁଛନ୍ତି କାଶ୍ମୀରର ସୁନ୍ଦର ଚିତ୍ର

7.କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ସୁରକ୍ଷିତ ଉଦ୍ଧାର ହେଲେ 50 ରୋଗୀ

ଅହମ୍ମଦାବାଦର ଏକ କମ୍ପେଲ୍ସରେ ଅଗ୍ନିକାଣ୍ଡ । କମ୍ପେଲ୍ସକର 4ର୍ଥ ମହଲାରେ ହସ୍ପିଟାଲ ମଧ୍ୟ ଥିବା ସୂଚନା । ଶିଶୁଙ୍କ ସମେତ ମୋଟ 50 ଜଣ ସୁରକ୍ଷିତ ଉଦ୍ଧାର । ନିଆଁକୁ ଆୟତ୍ତ କରିବାକୁ ଲାଗିଛନ୍ତି 27ରୁ ଅଧିକ ଫାୟାର ଟିମ ।

8.ପବିତ୍ର ରଥଯାତ୍ରା: ମୁତୟନ ହେବ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ଲାଗିବ ୫୦ରୁ ଊର୍ଦ୍ଧ୍ବ ସିସିଟିଭି

ଚଳିତ ବର୍ଷ ପୁରୀରେ ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

9.ଗଣିତ ଶିକ୍ଷକଙ୍କ କମାଲ, ପ୍ରସ୍ତୁତ କଲେ ସୋଲାର କାର

ବିଜ୍ଞାନକୁ ଭିନ୍ନ ଏକ ସଫଳତା ଦେଲେ ଗଣିତ ଶିକ୍ଷକ । ପ୍ରସ୍ତୁତ କଲେ ସୋଲାର କାର ।

10.ପ୍ୟାରିସ୍‌ରୁ ସାମ୍ନାକୁ ଆସିଲା ଲଭ ବାର୍ଡଙ୍କ ରୋମାଣ୍ଟିକ୍‌ ଫଟୋ

ପ୍ୟାରିସରୁ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ଫଟୋ ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରିବାକୁ ଏହି ଲଭ ବାର୍ଡ ପ୍ୟାରିସ୍‌ ଯାଇଛନ୍ତି ।

ABOUT THE AUTHOR

...view details