ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Jun 3, 2022, 7:02 PM IST

1.ରାଜସ୍ଥାନର କରୌଲିରେ ଦୂଷିତ ପାଣି ପିଇ ଶତାଧିକ ଅସୁସ୍ଥ

ରାଜସ୍ଥାନ କରୌଲିରେ କୂଅରୁ ଦୂଷିତ ପାଣି ପିଇ ୧୧୯ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ୪୩ ଜଣ ମହିଳା ଥିବାବେଳେ ୩୯ ଜଣ ଶିଶୁ ରହିଛନ୍ତି ।

2.ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାନପୁରରେ ଉତ୍ତେଜନା

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ପୂର୍ବରୁ ପରେଡ ଅଞ୍ଚଳରେ ପଥରବାଜୀ ହୋଇଛି । ଦୁଇ ସମୁଦାୟ ମଧ୍ୟରେ ବିବାଦ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

3.ପରିବର୍ତ୍ତନ ହେଲା ନାମ, ତୁର୍କୀରୁ ହେଲା ତୁର୍କିଏ

ତୁର୍କୀ ନୁହେଁ ଏଥର ତୁର୍କିଏ ନାମରେ ଜଣାଯିବ ତୁର୍କୀ । ଜାତିସଂଘରେ ଦେଶର ନାମ ପରିବର୍ତ୍ତନ ନେଇ ଆବେଦନ କରିଥିଲା ତୁର୍କୀ ।

4.BJD ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ: ମୁଖ୍ୟ ନିର୍ବାଚନ ଅଧିକାରୀ

ଅଳକା ମହାନ୍ତି ମୋଟ ୯୩ ହଜାର ୯୫୩ ଭୋଟ ପାଇ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭ ହଜାର ୮୩୧ ଓ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ୨୨ ହଜାର ୬୩୦ ଭୋଟ ପାଇଛନ୍ତି ।

5.ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାନପୁରରେ ଉତ୍ତେଜନା

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ପୂର୍ବରୁ ପରେଡ ଅଞ୍ଚଳରେ ପଥରବାଜୀ ହୋଇଛି । ଦୁଇ ସମୁଦାୟ ମଧ୍ୟରେ ବିବାଦ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

6.ବ୍ରଜରାନଗରବାସୀଙ୍କୁ ଧନ୍ୟବାଦ ଦେଲେ ଅଳକା ମହାନ୍ତି

ଝାରସୁଗୁଡା: ଗଡ ବଜାୟ ରଖିଲା ବିଜୁ ଜନତା ଦଳ(ବିଜେଡି) । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନି ଅଳକା ମହାନ୍ତି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ 27 ହଜାର 565 ଖଣ୍ଡ ଭୋଟ ପାଇଛନ୍ତି ।

7.ମହାପ୍ରଭୁଙ୍କ କାର୍ଯ୍ୟ ଚାଲିଛି, ଚାଲୁ ରହିବ: ପ୍ରଣବ ପ୍ରକାଶ ଦାସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ 5T ସଚିବ ଭିକେ ପାଣ୍ଡିଆନ ।

8.ରେଳଯାତ୍ରୀ ବାହାନାରେ ଲୁଟୁଥିଲେ, ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଗିରଫ କଲା RPF

ରେଳ ଯାତ୍ରୀ ଆଢୁଆଳରେ ଲୁଟୁଥିଲେ ବ୍ୟାଗ୍ ଓ ପର୍ସ । ବ୍ଲେଡ୍‌ ମାରି ଗାଏବ କରୁଥିଲେ ଦାମୀ ଜିନିଷ । ୩ଜଣିଆ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ କାବୁ କଲା RPF ।

9.ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଘଟଣା, ଫେସବୁକକୁ ତଥ୍ୟ ମାଗିଲା ସାଇବର ପୋଲିସ

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣା । ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ବର୍ଷାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ଏହି ତଥ୍ୟ ମାଗିଛି ।

10.Anubhav-Varsha Marital Discord: ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ପଠାଇଲେ ଅନୁଭବ

କଟକ SDJM କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଚଙ୍କା ପଠାଇଲେ ଅନୁଭବ । ଶାଶୁଘର ଛାଡି ବାହାରେ ରହିବେ ବର୍ଷା ପ୍ରିୟଦର୍ଶିନୀ ।

ABOUT THE AUTHOR

...view details