ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : May 27, 2022, 7:01 PM IST

1.କେବେ ଦୂରହେବ ଦାଦନ ଦୁଃଖ: ହାଇଦ୍ରାବାଦରେ ଗଲା ଆଉଜଣେ ନାବାଳକ ଶ୍ରମିକଙ୍କ ଜୀବନ

ଅଭାବ ପାଇଁ ବାହାର ରାଜ୍ୟକୁ କାମକରି ଯାଇଥିବା କଳାହାଣ୍ଡିର ଜଣେ ନାବାଳକଙ୍କ ମୃତ୍ୟୁ । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇ ଥିବାବେଲେ କେବେ ଏ ଦାଦନ ଦୁଃଖ ଦୂରହେବ, ସେନେଇ ସରକାରଙ୍କୁ ସର୍ବସାଧାରଣଙ୍କ ପ୍ରଶ୍ନ ।

2.ମଠ ମନ୍ଦିର ଭଙ୍ଗା ହେଲେ କିଛି ଅସୁବିଧା ନାହିଁ: ବିଜେଡି ବିଧାୟକ

ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ବିତଣ୍ଡା ଯୁକ୍ତି । ପୁରୀ ଧାମକୁ ଯେତିକି ପୁରାତନ ମଠ ଅବରୋଧ କରି ରଖିଥିଲେ, ସେଗୁଡିକୁ ସରକାର ଭାଙ୍ଗି ନୂତନ ସ୍ଥାନ ନିରୂପଣ କରି ତିଆରି କରୁଛନ୍ତି । ଯଦି ଆପଣଙ୍କ ଘର ଆଗରେ ବେଆଇନ ଭାବେ ମଠ ଅଛି । ପୁରୀ ଧାମକୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତାଙ୍କର ସୁବିଧା ପାଇଁ ସରକାର କରୁଛନ୍ତି ବୋଲି କହିଛନ୍ତି ଭାଗୀରଥି ।

3.Road Accident: ଲଦାଖରେ ପ୍ରାଣ ହରାଇଲେ 7 ଯବାନ, ନଦୀକୁ ଖସିପଡିଲା ବସ୍

ଲଦାଖରେ 7 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ । ତୁରତୁକ ସେକ୍ଟରରେ ବସ ନଦୀକୁ ଖସିପଡିବାରୁ 7 ଯବାନ ପ୍ରାଣ ହରାଇଛନ୍ତି ।

4.Subramaniam Swamy Visits Puri: ମନ୍ଦିର କୌଣସି ସରକାରଙ୍କ ଅଧୀନସ୍ଥ ରହିବା ଉଚିତ ନୁହେଁ କହିଲେ ସୁବ୍ରମଣ୍ୟମ ସ୍ୱାମୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ ଦେଲେ ପ୍ରତିକ୍ରିୟା ।

5.ପରିକ୍ରମା ପ୍ରକଳ୍ପ ନେଇ ଦଳୀୟ ମତ ରଖିଲେ ବିଜେଡି ବିଧାୟକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ମହାନ କାର୍ଯ୍ୟ ରାଜ୍ୟବାସୀଙ୍କ ସମର୍ଥନ ରହିଛି। ଆଇନ ଅନୁସାରେ ଆହୁରି କିଭଳି ଭଲ କାମ ହୋଇ ପାରିବ ସେ ଦିଗରେ ସହଯୋଗ ଆବଶ୍ୟକ। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ।

6.ପିଲାଙ୍କୁ HFMD ହେଲେ ଆଇସୋଲେସନରେ ରଖନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

HFMD ଆତଙ୍କିତ ହେବା ଭଳି ରୋଗ ନୁହେଁ । ୯୯%ରୁ ଅଧିକ ଭଲ ହେଇଯାଆନ୍ତି । ଏଥିରେ ମୃତ୍ୟୁ ସଂଖ୍ୟା ବହୁତ କମ । ଏହା ସପ୍ତାହେ ଭିତରେ ଭଲ ହୋଇଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

7.Drone Festival: 2030 ସୁଦ୍ଧା ଭାରତ ହେବ ବିଶ୍ୱର ଡ୍ରୋନ୍ ହବ୍, ଡ୍ରୋନ୍‌ ଉଡ଼ାଇଲେ ମୋଦି

ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’ ଉଦଘାଟନ କରି ଡ୍ରୋନ୍‌ ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଭାରତର ସବୁଠୁ ବଡ ଡ୍ରୋନ ଉତ୍ସବ । ଏହି ଅବସରରେ ରଧାନମନ୍ତ୍ରୀ କିଷାନ ଡ୍ରୋନ ପାଇଲଟ ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

8.ଅର୍ଥ ହେରଫେର୍‌ ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ EDର ସମନ

ଅର୍ଥ ହେରଫେର ମାମଲାରେ ନ୍ୟାସନାଲ୍‌ କନଫରେନ୍ସର ସଭାପତି ତଥା ଜମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ସମନ କରିଛି ED । ଏହି ମାମଲାରେ ପଚରାଉଚୁରା ପାଇଁ ମେ ୩୧ ତାରିଖରେ ଇଡି ନିକଟରେ ହାଜର ହେବାକୁ ନୋଟିସ କରାଯାଇଛି ।

9.ହାଇପ୍ରୋଫାଇଲ୍‌ କ୍ରୁଜ୍ ଡ୍ରଗ୍ସ ମାମଲା: ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ ପୁଣି ହେବ କାର୍ଯ୍ୟାନୁଷ୍ଠାନ !

ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଦକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପୂର୍ବରୁ ନକଲି ଜାତି ପ୍ରମାଣ ପତ୍ର ମାମଲାରେ ସମୀରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି ।

10.ଦୀପିକାଙ୍କୁ ମିଳିଲା ଦଶନ୍ଧୀର ଶ୍ରେଷ୍ଠ ଉପହାର, ସେୟାରକଲେ ଭିଡିଓ

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 28 ମଇରେ ଶେଷ ହେବ। ଇଭେଣ୍ଟ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଦୀପିକା ପାଦୁକୋନ୍ କାନ୍ସରୁ ଏକ ଭିଡିଓ ସେୟାର କରିଛନ୍ତି।

ABOUT THE AUTHOR

...view details