ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : May 20, 2022, 7:04 PM IST

1.ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା +2 ପରୀକ୍ଷା

ବ୍ରଜରାଜନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।

2.ଜେଲ ଯିବେ ପ୍ରଶାନ୍ତ ଜଗଦେବ ! ନିୟମିତ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିୟମିତ ଜାମିନ ହାଇକୋର୍ଟରେ ଖାରଜ । ଫଳରେ ବିଧାୟକ ଜେଲ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ଅନ୍ତରୀଣ ଜାମିନରେ ଅଛନ୍ତି ପ୍ରଶାନ୍ତ । ତେବେ ନିୟମିତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାକୁ ଖାରଜ କରିଛନ୍ତି ହାଇକୋର୍ଟ ।

3.Railways jobs scam: ପୁଣି ଅଡୁଆରେ ଲାଲୁ, ଘରେ CBI ରେଡ୍‌ ବାହାରେ କର୍ମୀଙ୍କ ହଙ୍ଗାମା

ରେଲୱେରେ ଚାକିରି ଦେବା ନାଁରେ ଦୁର୍ନୀତି । ପୁଣି ସିବିଆଇ ଘେରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।

4.Brajrajnagar By Poll: ଶାନ୍ତି ଶୃଙ୍ଖଳା ପାଇଁ 3 ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ

ବ୍ରଜରାଜନଗର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ପ୍ରାର୍ଥି ତାଲିକା ଚୁଡାନ୍ତ ହୋଇଛି। ମତଦାନରେ ମୋଟ ୧୧ ଜଣ ପ୍ରାର୍ଥି ଅଛନ୍ତି। ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି। ଭୋଟର ତାଲିକା ଚୁଡାନ୍ତ ହୋଇଛି ।

5.Sheena Bora Murder Case: ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ବହୁଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲା । ଜେଲ୍‌ରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ।

6.Gyanvapi Mosque Case: ଜିଲ୍ଲା ଅଦାଲତକୁ ହସ୍ତାନ୍ତର ହେଲା ମାମଲା, 8 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲା । ଆଜି ଏହା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାକୁ ବାରଣାସୀ ଜିଲ୍ଲା ଜଜଙ୍କୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ ।

7.Hyderabad Encounter Case: ଏନକାଉଣ୍ଟରକୁ ଫେକ୍ କହିଲେ ସୁପ୍ରିମକୋର୍ଟ, ୧୦ପୋଲିସ କର୍ମୀଙ୍କ ବିରୋଧରେ ହେବ ମାମଲା !

ବହୁଚର୍ଚ୍ଚିତ ୨୦୧୯ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୋଲିସର ଏହି ଏନକାଉଣ୍ଟରକୁ ନକଲି କହିଲେ ସୁପ୍ରିମକୋର୍ଟ । ଘଟଣାରେ କିଛି ପୋଲିସ କର୍ମଚାରୀ ଦୋଷୀ ବୋଲି ଆୟୋଗ କହିଛି ।

8.SSC Recruitment scam: ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ପାର୍ଥ ଚାଟାର୍ଜୀ

SSCରେ ନିଯୁକ୍ତି ଦୁର୍ନୀତି ମାମଲାରେ (School Service Commission Recruitment Scam) କୋଲକାତା ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ TMC ନେତା ତଥା ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ।

9.Ayodhya Visit: ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ବାତିଲ

ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) ସଭାପତି ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତ ବାତିଲ ହୋଇଛି । ଏ ନେଇ ରାଜ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

10.ଦୂତୀଙ୍କ ବ୍ୟାଟ୍‌ର ଅବତାର, ଗିନିଜ ଓ୍ୱାର୍ଲ୍ଡ ରେକର୍ଡ କଲେ RCB ଫ୍ୟାନ୍ସ

ନୂଆ ଗିନିଜ ବିଶ୍ବ ରେକର୍ଡର ଅଧିକାରୀ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାନ୍ସ । ଗୋଟିଏ ଘଣ୍ଟାରେ ୱିକେଟ ମଧ୍ୟରେ ଦୌଡି ସର୍ବାଧିକ ରନ୍‌ କରିବାରେ ବିଶ୍ବ ରେକର୍ଡ କରିଛନ୍ତି RCB ଫ୍ୟାନ୍ସ ।

ABOUT THE AUTHOR

...view details