ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 18, 2022, 7:05 PM IST

୧. 31 ପ୍ରସ୍ତାବ ଉପରେ କ୍ୟାବିନେଟ ମଞ୍ଜୁରୀ

ସରିଲା କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ।

୨. ମୁଖ୍ୟମନ୍ତ୍ରୀ ଧର୍ମର ରାଜନୀତି କରନ୍ତି ନାହିଁ: ବଦ୍ରି ପାତ୍ର

ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମିଲ ହୋଇଛନ୍ତି । ଏହାକୁ ନେଇ ବିରୋଧୀ ସମାଲୋଚନା କରିଥିବା ବେଳେ, ଜବାବ ଦେଇଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ବଦ୍ରି ପାତ୍ର।

୩. CRP ଛକରେ ଗୁଳିକାଣ୍ଡ ଘଟଣା: ସ୍ତ୍ରୀ ବନ୍ଧୁକରୁ ଗୁଳିଫୁଟାଇ ସ୍ୱାମୀ ଗିରଫ

ରାଜଧାନୀ ସ୍ଥିତ ସିଆରପି ଛକରେ ଗୁଳିମାଡ ଘଟଣା । ବୁଧବାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

୪. Delhi LG Resigns: ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂତ୍ରରୁ ସୂଚନା ।

୫. ଦୁଇ ବସ ମୁହାଁମୁହିଁ ଧକ୍କା: ୪୦ରୁ ଊର୍ଦ୍ଧ୍ବ ଆହତ, CCTVରେ କଏଦ ହେଲା ଦୃଶ୍ଯ

ତାମିଲନାଡୁର ସେଲମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ବସ । 40ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ । CCTVରେ କଏଦ ହେଲା ଦୃଶ୍ଯ ।

୬. Bengaluru rains: ପ୍ରବଳ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ, 2 ମୃତ

କର୍ଣ୍ଣାଟକରେ ପ୍ରବଳ ବର୍ଷା । ବେହାଲ ରାଜଧାନୀ ବେଙ୍ଗାଲୁରୁ ସହର । ରାସ୍ତା ଉପରେ 2 ଫୁଟର ପାଣି । 2 ଶ୍ରମିକ ମୃତ । ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ।

୭. ପ୍ରେମିକ ଘର ଆଗରେ ଗର୍ଭବତୀ ପ୍ରେମିକାର ଧାରଣା, ନ୍ୟାୟ ପାଇଁ ବାରଦୁଆର ହେଉଛନ୍ତି ପୀଡ଼ିତା

ସାତ ମାସର ଗର୍ଭବତୀ ପ୍ରେମିକା । ଏହି ସମୟରେ ପ୍ରେମିକ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି ପୀଡ଼ିତା ।

୮. ବେଦୀରେ ଶଙ୍ଖା-ଚୁଡି ଖୋଲିଲେ କନିଆଁ, ବର ହୋଇଗଲେ ବେହୋସ

ବେଦୀରେ ବିବାହ କରିବାକୁ ମନାକଲେ କନିଆଁ । ହାତରୁ ଶଙ୍ଖା-ଚୁଡି କାଢି ଫିଙ୍ଗିଦେବା ପରେ ବେହୋସ ହୋଇଗଲେ ବର ।

୯. NATO ସଦସ୍ୟତା ପାଇଁ ଆବେଦନ ଦାଖଲ କଲେ ସ୍ୱିଡେନ-ଫିନଲ୍ୟାଣ୍ଡ, ଋଷ ଆକ୍ସନକୁ ଅପେକ୍ଷା

NATO ରେ ମିଶିବା ପାଇଁ ବିଧବିଦ୍ଧ ଆବେଦନ କଲେ ଦୁଇ ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡ ଓ ସ୍ବିଡେନ । ଋଷ କହିଲା ମସ୍ତବଡ ଭୁଲ । ପୁଣି ସୃଷ୍ଟି ହୋଇପାରେ ଉତ୍ତେଜନା ।

୧୦. Cannes Film Festival: ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଇତିହାସ ରଚିଲେ ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ (Rajasthani folk singer Mame Khan) । ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜୈସଲମେର ଜିଲ୍ଲାର ଲୋକ ଗାୟକ ହେଉଛନ୍ତି ମାମେ ଖାନ ।

ABOUT THE AUTHOR

...view details