ଓଡିଶା

odisha

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 6, 2022, 7:17 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Cyclone Alert: କେଉଁଠି ସ୍ଥଳ ଭାଗ ଛୁଇଁବ ବାତ୍ୟା ?

ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୭ ତାରିଖରେ ଅବପାତରେ ପରିଣତ ହେବ ।

2. Cyclone Alert: ରବିବାର ବାତ୍ୟା ! ମଙ୍ଗଳବାର ଛୁଇଁପାରେ ସ୍ଥଳଭାଗ, 4 ଜିଲ୍ଲାକୁ ପ୍ରବଳ ବର୍ଷା

ଦକ୍ଷିଣ-ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । କ୍ରମେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ରୂପ ନେବ । ଆସନ୍ତା (ରବିବାର) ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେଇପାରେ ।

3. ବାଗାଙ୍କ ପାଇଁ 3ରାଜ୍ୟ ପୋଲିସର ଛକାପଞ୍ଝା ! ଦିଲ୍ଲୀ ଆପ୍‌ ପାର୍ଟି ଅଫିସ ଆଗରେ ବିଜେପିର ଧାରଣା, ଏତଲା ଦେଲେ ପରିବାର

ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫକୁ ନେଇ ବିବାଦ ଘନେଇବାରେ ଲାଗିଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ବାହାରେ ବାଗାଙ୍କ ଗିରଫକୁ ବିରୋଧରେ ବିଜେପି କର୍ମୀଙ୍କ ଧାରଣା ।

4. ଶକ୍ତି ସଙ୍କଟ: କୋଇଲା ମହଜୁଦ ନେଇ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ସ୍ଥିତ ସମୀକ୍ଷା, ରାଜ୍ୟମାନଙ୍କୁ ଆବଣ୍ଟନ ପ୍ରତ୍ୟାହାର ପାଇଁ ଦେଲେ ଚେତାବନୀ

ଦେଶରେ ଘନଉଛି ବିଦ୍ୟୁତ୍‌ ସଙ୍କଟ । ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ଅଭାବ ଓ ମହଜୁଦ୍‌ ନେଇ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଆର.କେ ସିଂ ।

5. Anantnag Encounter: ଦୀର୍ଘଦିନ ଧରି ସେନାକୁ ଚମକା ଦେଇଚାଲିଥିଲା, ଏନକାଉଣ୍ଟରରେ ସଫା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ସମେତ ୩ ଆତଙ୍କୀ

ଜମ୍ମୁକଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ ।

6. ରୋଗ ଦୂର କରୁଛି ନାଲି କାଇ ! ସର୍ବୋଷଧି ମାନ୍ୟତା ମିଳିବା ନେଇ ବଢିଲା ଆଶା

ମୟୂରଭଞ୍ଜ ଆଦିବାସୀ ଜନଜାତିଙ୍କ ଖାଦ୍ୟ ନାଲି କାଇ ଚଟଣୀକୁ ମିଳିପାରେ ସର୍ବୋଷଧି ମାନ୍ୟତା । ନାଲି କାଇରୁ ପ୍ରସ୍ତୁତ ହେଉଥିବା ଚଟଣୀର ବୈଜ୍ଞାନିକ ପରୀକ୍ଷା କରି ରିପୋର୍ଟ ଦେବାକୁ ଆୟୁର୍ବେଦ ବିଜ୍ଞାନର ସେଣ୍ଟ୍ରାଲ କାଉନସିଲ ଫର୍ ରିସର୍ଚ୍ଚକୁ ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ବଢିଲା ଆଶା ।

7. ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ୫ ବର୍ଷର ଝିଅ, ସହଯୋଗ କଲେ ବଞ୍ଚିବ ଜୀବନ

କୁନି ଶିଶୁଟି ଜୀବନ ସହିତ ସଂଗ୍ରାମ ଜାରି ରଖିଛି । ଟଙ୍କା ଖର୍ଚ୍ଚ କରିବା ପାଇଁ ନାହିଁ ଟଙ୍କା । ତେବେ ଶେଷ ଭରସା ପ୍ରଶାସନ । ଯଦି ପ୍ରଶାସନ ସହଯୋଗର ହାତ ବଢାଏ ତେବେ ଜୀବନ ବଞ୍ଚିପାରନ୍ତା ।

8. ଯନ୍ତ୍ରଣାରେ ଛଟପଟ ୨୮ ବର୍ଷୀୟା ଯୁବତୀ ଝୁମିତା, ଚାରି କାନ୍ଥ ଭିତରେ କଟୁଛି ଦିନ

ଅସହ୍ୟ ଯନ୍ତ୍ରଣାରେ ଛଟପଟ କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳର ୨୮ ବର୍ଷ ଯୁବତୀ ଝୁମିତା ମାଝୀ । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଚାରି କାନ୍ଥରେ କଟୁଛି ତାଙ୍କ ଯୁବାବସ୍ଥା ।

9. IPL2022: ମୁମ୍ବାଇ ବିପକ୍ଷରେ ଟସ୍ ଜିତି ଟାଇଟନ୍ସର ବୋଲିଂ ନିଷ୍ପତ୍ତି

ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୧ତମ ମ୍ୟାଚ୍‌ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଟାଇଟନ୍ସ ।

10. ମନ ମୋହିନେଲେ ମୋନାଲିସା, ଦେଖନ୍ତୁ ଜବରଦସ୍ତ ଫଟୋ

ମନ ମୋହିନେଲେ ମୋନାଲିସା, ଦେଖନ୍ତୁ ଜବରଦସ୍ତ ଫଟୋ

ABOUT THE AUTHOR

...view details