ଓଡିଶା

odisha

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Apr 23, 2022, 7:01 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ସୁରଙ୍କ ବିସ୍ଫୋରଣ: ନବୀନଙ୍କ ଇସାରାରେ ହୁଏ PCC ଓ ପ୍ରଭାରୀ ଚୟନ, ଜବାବ ରଖିଲା BJD

ଓଡିଶା ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । 4 ବିଧାୟକ ସମେତ 10ରୁ ଅଧିକ ନେତା ପିସିସି ସଭାପତି ରେସରେ ରହିଛନ୍ତି । ତେବେ ଏହାରି ଭିତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଦେଇଛନ୍ତି ଏକ ବିସ୍ଫୋରକ ମନ୍ତବ୍ୟ । କଂଗ୍ରେସ ନୁହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନାଁ ।

୨.Hanuman Chalisa Controversy: ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ଗିରଫ

ମହାରାଷ୍ଟ୍ର ହନୁମାନ ଚାଳିଶା ବିବାଦରେ ସାଂସଦ ନବନୀତ ରାଣା ରାଣା ଓ ସ୍ବାମୀ ତଥା ବିଧାୟକ ରବି ରାଣାଙ୍କୁ ଉଠାଇ ନେଲା ପୋଲିସ ।

୩.Fire Break Video: ହୁତୁ ହୁତୁ ହୋଇ ଜଳିଗଲା ପ୍ଲାଷ୍ଟିକ ଅଖା କମ୍ପାନୀ

ଏକ ପ୍ଲାଷ୍ଟିକ ଅଖା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣା ଶୁକ୍ରବାର ରାତି ପ୍ରାୟ 8.30 ସମୟରେ ଘଟିଛି ।

୪. କ୍ରୁଜରକୁ ଧକ୍କା ଦେଲା ଟ୍ରକ୍: 7 ମୃତ, ୧୧ ଆହତ

ମୁମ୍ବାଇର ଲାଟୁର-ଅମ୍ବାଜୋଗାଇ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସାତ ଜଣଙ୍କ ମୃତ୍ୟୁ ଘଟିଛି ।

୫.ଆସନ୍ତାକାଲି ଜମ୍ମୁକାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲି (ରବିବାର) ପଞ୍ଚାୟତ ରାଜ ଦିବସରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଦିନ ପ୍ରାୟ 11.30ରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇ ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

୬.Weather Update: 41 ଡିଗ୍ରୀ ତାପମାତ୍ରାରେ ସିଝିଲା ରାଜଧାନୀ, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି(ଶନିବାର) ରାଜଧାନୀ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।

୭. ଗଙ୍ଗାଘାଟ ଆସୁଛନ୍ତି କି ? ଜାଣି ରଖନ୍ତୁ ସ୍ବତନ୍ତ୍ର କୋର୍ଡର ଅର୍ଥ

ଭାରତର ଏକ ପ୍ରାଚୀନ ସହର ବାରଣାସୀ । ଏଟାରେ ଗଙ୍ଗା ଘାଟକୁ ଆସୁଥିବା ଗ୍ରାହକଙ୍କୁ ଡଙ୍ଗାରେ ନେବା ପାଇଁ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡର ବ୍ୟବହାର କରନ୍ତି ନାବିକ ମାନେ । ଜାଣନ୍ତୁ କଣ ରହିଛି ଏହି କୋର୍ଡର ରହସ୍ୟ ।

୮.Chariot Festival: ନିଆରା ପରମ୍ପରା, ଗଧ ଦୌଡ଼ ପ୍ରତିଯୋଗିତା

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ଭାର୍ଜାକରୁରରେ ଜନାର୍ଦ୍ଦନ ଭେଙ୍କେଟେଶ୍ବରସ୍ବାମୀଙ୍କ ରଥ ମହୋତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ।

୯. IPL 2022: KKR ବୋଲରଙ୍କ କମାଲ, ୧୫୬ ରନ୍‌ରେ ଅଟକିଲା GT

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଟାଇଟାନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୬ ରନ୍‌ ସଂଗ୍ରହ କରିଛି । ଫଳରେ KKR ସାମ୍ନାରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

୧୦. Asian Wrestling Championship: କୁସ୍ତିଯୋଦ୍ଧା ରବି କୁମାରଙ୍କୁ ସ୍ୱର୍ଣ୍ଣ, ବଜରଙ୍ଗଙ୍କୁ ରୌପ୍ୟ

ଟୋକିଓ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ରବି କୁମାର ପ୍ରଭାବୀ ପ୍ରଦର୍ଶନ ସହ ଲଗାତାର ତୃତୀୟ ଏସିଆନ ଚାମ୍ପିୟନସିପ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ କାଜାଖାସ୍ତାନର ରାଖତ କାଲଖାନଙ୍କୁ ୧୨-୨ରେ ହରାଇଛନ୍ତି ରବି ।

ABOUT THE AUTHOR

...view details