ଓଡିଶା

odisha

By

Published : Mar 28, 2022, 7:05 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ସପ୍ତମ ବେତନ କମିଶନ ବକେୟା ୨୦%, ଏପ୍ରିଲରେ ପାଇବେ ସରକାରୀ କର୍ମଚାରୀ

ସରକାରୀ ଅଧିକାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ଶେଷ ୨୦ ପ୍ରତିଶତ ବକେୟା ଦେୟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ ।

2.ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଖିଲେ ପ୍ରତିକ୍ରିୟା

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ କ୍ରୀଡା ସମ୍ମିଳନୀରେ ଯୋଗ ଦେବାକୁ ଯାଇଛନ୍ତି ନବୀନ ପଟ୍ଟନାୟକ ।

3.Padma Awards 2022: ଗୋଲ୍ଡେନ ବଏ ନୀରଜ ଚୋପ୍ରା ଓ ପ୍ରମୋଦ ଭଗତଙ୍କୁ ପ୍ରଦ୍ମଶ୍ରୀ

ଟୋକିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମିଳିଲା ସମ୍ମାନଜନକ 'ପ୍ରଦ୍ମଶ୍ରୀ' ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦ୍ମଶ୍ରୀ ସମ୍ମାନରେ ପ୍ରମୋଦଙ୍କୁ ସମ୍ମାନିତ କରିଛନ୍ତି ।

4.Heatwave Warning: ତାତିରୁ ନାହିଁ ନିସ୍ତାର, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 7ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିଲା ।

5.ଆନ୍ଧ୍ରରେ ବନ୍ଧା ପଡିଛନ୍ତି ଦାଦନ, ଉଦ୍ଧାର କରିବାକୁ ଶ୍ରମିକଙ୍କ ଭିଡିଓ ଜାରି

ପୁଣି ଥରେ ସାମ୍ନାକୁ ଆସିଛି ଦାଦନ ଶ୍ରମିକଙ୍କ କରୁଣ କାହାଣୀ । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ଦାଦନ ଶ୍ରମିକ ।

6.Odisha Assembly: ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ଆର୍ଥିକ ପରିଚାଳନାରେ ରାଜ୍ୟ ହେବ ପ୍ରଥମ

ମୁଣ୍ଡପିଛା ଋଣ ଭାରରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । 2020-21 ଆର୍ଥିକ ବର୍ଷ ତୁଳନାରେ ଏହା 934 ଟଙ୍କା ହ୍ରାସ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

7.Delhi Airportରେ ଅଘଟଣ: ଲାଇଟ ପୋଲରେ ପିଟିହେଲା Spicejet, DGCAର ତଦନ୍ତ ଆରମ୍ଭ

ଦିଲ୍ଲୀ ବିମାନ ବନ୍ଦରରେ ଲାଇଟ ପୋଲରେ ପିଟି ହେଲା ବିମାନ । ଡାହାଣ ଓ୍ବିଙ୍ଗ କ୍ଷତିଗ୍ରସ୍ତ । କେହି ଯାତ୍ରୀ ଆହତ ହୋଇନଥିବା ବେଳେ ତଦନ୍ତ ଆରମ୍ଭ ।

8.ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ବୈଦେଶିକ ସଚିବ

ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ବୈଦେଶିକ, କମନୱେଲଥ ଏବଂ ବିକାଶ ବ୍ୟାପାର ସଚିବ ତଥା ମହିଳା ଏବଂ ସମାନତା ମନ୍ତ୍ରୀ ଏଲିଜାବେଥ ଟ୍ରୁସ୍‌ । ସେ ଆସନ୍ତା ୩୧ ତାରିଖରେ ଭାରତରେ ପହଞ୍ଚିବେ ।

9.OTTରେ ରିଲିଜ ହେବ ରାଧେ ଶ୍ୟାମ, ଜାଣନ୍ତୁ କେବେ ?

ପ୍ରଭାସ ଏବଂ ପୂଜାଙ୍କ ଫିଲ୍ମ ରାଧେ ଶ୍ୟାମ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଫିଲ୍ମ 1 ଏପ୍ରିଲ 2022ରେ OTTରେ ଉପଲବ୍ଧ ହେବ ।

10.IPL 2022: ଡେବ୍ୟୁ କରିବେ ନୂଆଟିମ, ଲକ୍ଷ୍ନୌର ବିସ୍ଫୋରକ ଓପନିଂ ଯୋଡି ଉପରେ ନଜର

ଆଜି ସନ୍ଧ୍ୟାରେ ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବ ଶୈଳୀ, ଲକ୍ଷ୍ନୌର କେଏଲ ରାହୁଲ ଓ କ୍ବିଣ୍ଟନ ଡିକକ୍‌ ବିସ୍ଫୋରକ ଓପନିଂ ଯୋଡି ଉପରେ ନଜର ।

ABOUT THE AUTHOR

...view details