ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 7PM ତାଜା ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 29, 2021, 7:04 PM IST

୧.Mother Of Tigress Khairi Died: ନିହାରୀ ନଳିନୀଙ୍କ ୮୮ ବର୍ଷରେ ଦେହାନ୍ତ

ମହାବଳ ବାଘକୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ବାଇଁଙ୍କର ଦେହାନ୍ତ । ମୃତ୍ୟୁବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା ।

2.Omicron Fear: ପ୍ରଧାନମନ୍ତ୍ରୀଙ୍କ UAE ଗସ୍ତ ସ୍ଥଗିତ, ଫେବୃଆରୀରେ ପୁନଶ୍ଚ କରିପାରନ୍ତି ଗସ୍ତ

ଓମିକ୍ରନ ସଂକ୍ରମଣ ଲାଗି ସ୍ଥଗତି ରହିଲା ପ୍ରଧାନମନ୍ତ୍ରୀଙ୍କ UAE ଗସ୍ତ । ଆସନ୍ତା ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ହୋଇଥିଲା ଚୂଡାନ୍ତ । ଫେବୃଆରୀରେ ହେବା ନେଇ ସୂଚନା ।

3.World First Pangolin Reproduction: ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା

ନନ୍ଦନକାନନରେ ବଜ୍ରକାପ୍ତା ଅନୁସନ୍ଧାନ ଓ ପ୍ରଜନନକୁ ସଫଳତା ମିଳିଛି । ନିଜସ୍ଵ ଉଦ୍ୟମରେ ବଜ୍ରକାପ୍ତାର ପ୍ରଜନନ କରାଇବାରେ ସଫଳ ହୋଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

4.Sudan Gold Mine Collapsed: ସୁନା ଖଣିରେ ଭୂସ୍ଖଳନ, ୩୮ ମୃତ

ସୁଦାନରେ ଥିବା ଏକ ସୁନାଖଣିରେ ଭୟଙ୍କର ଭୂସ୍ଖଳନ । ଚାପି ହୋଇ ୩୮ ମୃତ । ଆହତଙ୍କ ସମ୍ପର୍କରେ ନାହିଁ ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

5.IPS Promotions: 6 IPSଙ୍କୁ IG, DIG rankକୁ ପଦୋନ୍ନତି

ନୂଆ ବର୍ଷ ପୂର୍ବରୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନୂଆ ବର୍ଷ ଭେଟି । ପଦୋନ୍ନତି ପାଇଲେ ବରିଷ୍ଠ ପୋଲିସ ଅଧିକାରୀ ।

6.ଝାଡଖଣ୍ଡରେ ଲିଟର ପିଛା ପେଟ୍ରୋଲ ଦର 25 ଟଙ୍କା ହ୍ରାସ, BPL ହିତାଧିକାରୀ ପାଇବେ ଲାଭ

ଝାଡଖଣ୍ଡରେ ୨୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ । ହେମନ୍ତ ସୋରେନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ BPL ହିତାଧିକାରୀଙ୍କ ପାଇଁ ବଡ ଘୋଷଣା ।

7.ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା: ଅର୍ଜୁନ କପୁର ଓ ଅଂଶୁଲାଙ୍କ ସମେତ ୪ ସେଲିବ୍ରିଟି ସଂକ୍ରମିତ

ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ପଶିଲା କରୋନା । ନିକଟରେ କରୀନା କପୁର ଖାନ ଏବଂ ଅମୃତା ଅରୋରା କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଇଣ୍ଡଷ୍ଟ୍ରିର ଦ୍ବିତୀୟ କପୁର ପରିବାର କୋଭିଡ -19 ର ଅଧୀନକୁ ଆସିଛି ।

8.Rajesh Khanna Birth Anniversary: ସୁପରଷ୍ଟାରଙ୍କୁ ରକ୍ତରେ ଚିଠି ଲେଖୁଥିଲେ ଯୁବତୀ

ବଲିଉଡର ପ୍ରଥମ ‘ସୁପରଷ୍ଟାର' ଯାହାଙ୍କ ଅଭିନୟ ଏବଂ ଷ୍ଟାଇଲ୍‌ ସମସ୍ତଙ୍କ ଠାରୁ ଥିଲା ଭିନ୍ନ ।

9.ମାଞ୍ଜା ସୂତା ବିକାଳିଙ୍କୁ ନିସ୍ତାର ନାହିଁ, ପୁରୀ ପୋଲିସର ଘନଘନ ଚଢ଼ାଉ

ମାଞ୍ଜା ସୂତା ଲାଗି କଟକରେ ଜଣେ ଯୁବକଙ୍କ ମୃତ୍ୟୁ ଏବଂ ପୁରୀରେ ଜଣେ ବୟସ୍କ ବ୍ୟକ୍ତି ଆହତ ହେବା ପରେ ଏବେ ଆକ୍ସନ ମୋଡ୍‌ରେ ପୁରୀ ପୋଲିସ ।

10.ନିଟ୍ ପିଜି କାଉନସିଲିଂକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରଛାତ୍ରୀ

ନିଟ ପିଜି କାଉନସିଲଂକୁ ଶୀଘ୍ର କରାଇବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦାବି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜୁନିଅର ଡାକ୍ତର ଆସୋସିଏସନ(ଜେଡିଏ) ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ABOUT THE AUTHOR

...view details