ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

By

Published : Nov 25, 2021, 6:58 PM IST

1.Municipal Election; ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି । ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦିଆଯିବ ।

2.NFHS Survey ୨୦୨୧: ଦେଶରେ ଲିଙ୍ଗ ଅନୁପାତରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା

ଲିଙ୍ଗ ଅନୁପାତରେ ଭାରତରେ ନୂଆ ରେକର୍ଡ । ପୁରୁଷଙ୍କୁ ପଛରେ ପକାଇଲେ ମହିଳା । National Family and Health Survey ,NFHS)ର ୫ତମ ସର୍ବେକ୍ଷଣରେ ଆସିଛି ତଥ୍ୟ ।

3.Noida International Airportର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶର ଜିଓ୍ବାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (Noida International Airport,NIA) ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ । NCR କ୍ଷେତ୍ରରେ IGI ପରେ ଦ୍ବିତୀୟ ବୃହତ୍ତମ ବିମାନବନ୍ଦର ହେବ NIA ।

4.ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ଖୁବଶୀଘ୍ର ୧୧ ହଜାରରୁ ଊର୍ଦ୍ଧ୍ବ ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ଶେଷ ସୁଦ୍ଧା ଶେଷ ହେବ । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ(standing committee meeting)ରେ ନିଷ୍ପତ୍ତି ।

5.Price Hike Protest: କଂଗ୍ରେସ ପକ୍ଷରୁ ଜନ ଜାଗରଣ ଅଭିଯାନ

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧିର ପ୍ରତିବାଦ । ଯୁବ କଂଗ୍ରେସ(youth congress) ସାରା ରାଜ୍ୟରେ ଜନ ଜାଗରଣ ଅଭିଯାନ ଆରମ୍ଭ ।

6.BSKY SMART CARD; ସୁବର୍ଣ୍ଣପୁରରେ ଆରମ୍ଭ ହେଲା ସ୍ମାର୍ଟ କାଡ ସେବା

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (Biju Swasthya Kalyan Yojana) ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ଜିଲ୍ଲାରେ ଯୋଜନାର ଉଦଘାଟନ କରିଛନ୍ତି ।

7.କଟକ ଜିଲ୍ଲାରେ ଏଣିକି ଅବହେଳିତ ରହିବେନି ଶିଶୁ: ଜିଲ୍ଲାପାଳ

ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ହେବ ସଫଳ । କେହି ବି ସରକାରୀ ଯୋଜନାରୁ ବଞ୍ଚିତ ହେବେନି । ଏହା କହିଛନ୍ତି କଟକ ଜିଲ୍ଲାପାଳ(Collector Cuttack) ।

8.ପୋଖରୀ ପୁନଃଉଦ୍ଧାର ନାଁରେ ୩ ଲକ୍ଷ ଚଳୁ, ଲୋକାୟୁକ୍ତଙ୍କ ତଦନ୍ତ ଆରମ୍ଭ

ଆଦର୍ଶ ପୋଖରୀ ପୁନଃଉଦ୍ଧାର ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କା ଚଳୁ କରିଦେଲେ । ଲୋକାୟୁକ୍ତରେ ଫେରାଦ ପରେ ଆରମ୍ଭ ହେଲା ତଦନ୍ତ ।

9.ରାଜ୍ୟ ରାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା 2021 ଉଦ୍‌ଯାପିତ

କଟକ ଜିଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ବିଭିନ୍ନ ବୟସ ବର୍ଗରେ ଗତ 22 ତାରିଖରୁ ଆୟୋଜିତ ହୋଇଥିଲା ଏହି (State Ranking Badminton) ପ୍ରତିଯୋଗିତା ।

10.Junior Hockey WC: ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ସ୍ପେନର ନୂଆ ରେକର୍ଡ

ଜୁନିଅର ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ଗୋଲ୍‌ ବର୍ଷା । USAକୁ ୧୭-୦ରେ ହରାଇ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ୍ କରିବାରେ ନୂଆ ରେକର୍ଡ ସ୍ପେନ୍‌ ନିଜ ନାମରେ କରିଛି ।

ABOUT THE AUTHOR

...view details