ଓଡିଶା

odisha

By

Published : Nov 16, 2021, 7:05 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରTOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଢେଙ୍କାନାଳରେ CBI ଟିମକୁ ଆକ୍ରମଣ, ଚଢାଉ ବେଳେ ଅଘଟଣ

ତଦନ୍ତ ବେଳେ ଢେଙ୍କାନାଳରେ ଦିଲ୍ଲୀ CBI ଟିମ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଟାଉନ ଥାନା ପୋଲିସ ପହଞ୍ଚି ଟିମକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

2. ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ । ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରୁଥିବାବେଳେ ଟ୍ରକ ସହ ଧକ୍କା ହେଲା ଟାଟା ସୁମୋ ।

3. ଆସନ୍ତା ୨୨ରେ ଝାରସୁଗୁଡ଼ା ଆସିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଆସନ୍ତା ୨୨ରେ ଝାରସୁଗୁଡ଼ା ଗସ୍ତରେ ଆସିବେ ଜ୍ୟୋତିରାନ୍ଦିତ୍ୟ ସିନ୍ଧିଆ ।

4. ଆଜିଠୁ ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ, ଦିନକୁ ଗଡିବ ୬ ଥର

ଆଜି(ମଙ୍ଗଳବାର)ଠୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟଏ ଟ୍ରେନ ଗଡ଼ିବା ଆରମ୍ଭ କରିଛି ।

5. ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ସମ୍ମାନରେ ସମ୍ମାନିତ କରିବେ ସରକାର

ଦିବଙ୍ଗତ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ସମ୍ନାନ କର୍ଣ୍ଣାଟକ ରତ୍ନରେ କରାଯିବା ସମ୍ମାନିତ । ମରୋଣତ୍ତର ଭାବେ ସମ୍ମାନିତ କରାଯିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ବୋମାଇ ।

6. ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ପୂର୍ବାଞ୍ଚଳ ଏକ୍ସପ୍ରେସ- ଓ୍ବେକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଉତ୍ତର ପ୍ରଦେଶ ଅର୍ଥନୈତିକ ଓ ଯୋଗାଯୋଗ କ୍ଷେତ୍ରକୁ ଦେବ ନୂଆ ଦିଶା ।

7. 2020 ଦିଲ୍ଲୀ ଦଙ୍ଗା, ବିଧାନସଭା କମିଟିରେ ହାଜର ହେବେ FaceBook କର୍ତ୍ତୃପକ୍ଷ

2020 ଦିଲ୍ଲୀ ଦଙ୍ଗା ଘଟଣାରେ FaceBook ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ବିଧାନସଭା କମିଟି । ୧୮ ତାରିଖରେ ହାଜର ହେବାକୁ ନୋଟିସରେ ନିର୍ଦ୍ଦେଶ ।

8. ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ହୋଟେଲ ନିକଟରେ ବିସ୍ଫୋରଣ, ଖେଳାଳି ସୁରକ୍ଷିତ

ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ହୋଟେଲ ନିକଟରେ ବୋମା ବିସ୍ଫୋରଣ । ସମସ୍ତ ଖେଳାଳି ସୁରକ୍ଷିତ ଥିବା ସୂଚନା ।

9. ICCର ଉପହାର; ୨୦୨୫ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ, ଭାରତରେ ୩ଟି ଇଭେଣ୍ଟ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ 2024 ଠାରୁ 2031 ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟର ୮ଟି ବଡ ଟୁର୍ଣ୍ଣାମେଣ୍ଟର ସୂଚୀ ଓ ଆୟୋଜକ ଦେଶର ନାମ ଘୋଷଣା କରିଛି । ଏହି ସମୟ ଅବଧି ମଧ୍ୟରେ ପାକିସ୍ତାନକୁ ଗୋଟିଏ ICC ଇଭେଣ୍ଟ ଆୟୋଜନ ମାନ୍ୟତା ମିଳିଥିବାବେଳେ ଭାରତକୁ ୩ଟି ଇଭେଣ୍ଟର ଆୟୋଜକ ମାନ୍ୟତା ମିଳିଛି ।

10. ବିଦ୍ୟୁତକାଟ ସମସ୍ୟାରୁ ମିଳିବ ନିସ୍ତାର, ଆରମ୍ଭ ହେଲା ଲାଇଟ ହାଉସ ଅଭିଯାନ

ବାରମ୍ବାର ବିଦ୍ୟୁତ କାଟ ଭଳି ସମସ୍ୟାରୁ ନିସ୍ତାର ପାଇବେ ଯାଜପୁରବାସୀ । ଏଣିକି ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ଅଣ୍ଚା ଭିଡ଼ିଛି ଯାଜପୁର ରୋଡ୍‌ ଡିଭିଜନ୍‌ ।

ABOUT THE AUTHOR

...view details