ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 18, 2021, 7:00 PM IST

1. ଶିକ୍ଷୟତ୍ରୀ ନିଖୋଜ ଘଟଣା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ୍‌

ବଲାଙ୍ଗୀର ଘରୋଇ ଇଂଲିସ ମିଡିୟମ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । କଳାହାଣ୍ଡି ଜିଲ୍ଲାର କେ' ଗାଁ ଥାନା ଅଞ୍ଚଳର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି ।

2. ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌: କ୍ଷମତାର ଅପବ୍ୟବହାର କହିଲେ ସୁର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ସୁର ରାଉତରାୟ କହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସାହୁକାରଙ୍କ ଘରେ ଚଢାଉ ହେଉ ବୋଲି କହିଛନ୍ତି ଭୃଗୁବକ୍ସି ପାତ୍ର ।

3. ଘାଟିରେ ବଢୁଛି ଆତଙ୍କୀଙ୍କ ଉତ୍ପାତ, ଜମ୍ମୁ କାଶ୍ମୀର ଗସ୍ତରେ ସ୍ଥଳସେନା ମୁଖ୍ୟ

ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ସ୍ଥଳ ସେନାମୁଖ୍ୟ ଜେନେରାଲ ଏମଏମ ନରୱାଣେ । ଜମ୍ମୁ କାଶ୍ମୀରରେ କ୍ରମାଗତ ସାଧାରଣ ନାଗରିକଙ୍କ ହତ୍ୟା ମଧ୍ୟରେ ସ୍ଥଳସେନା ମୁଖ୍ୟଙ୍କ ଘାଟି ଗସ୍ତ ବେଶ ଗୁରତ୍ବପର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ ।

4. କେରଳ ବନ୍ୟାର ଛାତିଥରା ଭିଡିଓ: ଭୁଶୁଡୁଛି ଅଟ୍ଟାଳିକା, ଉବୁଟୁବୁ ସାରା ରାଜ୍ୟ

କେରଳରେ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଛି ପ୍ରକୃତିର କରାଳ ରୂପ । ପ୍ରବଳ ବର୍ଷା ଯୋଗୁଁ କୋଟ୍ଟାୟାମ ଜିଲ୍ଲାର ମଣିମାଲା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଜିଲ୍ଲା ଏବେ ରହିଛି ପାଣି ଘେରରେ ।

5. ମଡର୍ଣ୍ଣ ରାମଲୀଳା କରି ବିବାଦରେ ମେଡିକାଲ ଛାତ୍ରଛାତ୍ରୀ, କ୍ଷମା ମାଗିଲା AIIMS ଛାତ୍ରସଂଘ

ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ । ଅଶ୍ଳୀଳ ଡାଏଲଗରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦଙ୍କ ଅପମାନ । ଏହାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ ।

6. ‘ପୂର୍ବତନଙ୍କ ପାଇଁ ଆଗେଇ ପାରୁନି ନୂତନ ବିଧାୟକଙ୍କ କ୍ବାଟର ନିର୍ମାଣ କାର୍ଯ୍ୟ’

ବିଧାୟକଙ୍କ ପାଇଁ ନୂତନ ଗୃହ ନିର୍ମାଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

7. ସର୍ବାଧିକ ପରିବହନରେ ତାଳଚେରର ରେକର୍ଡ, 66ଟି ରେକରେ ପଠାଇଲା କୋଇଲା

ପୂର୍ବତଟ ରେଳପଥର ତାଳଚେରରୁ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ ହୋଇଛି । ଏଠାରୁ ଗୋଟିଏ ଦିନରେ ସର୍ବାଧିକ 66ଟି ରେକରେ କୋଇଲା ପରିବହନ କରାଯାଇ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି ।

8. ସୋସିଆଲ ମିଡିଆରେ ଦୂତୀଙ୍କ ଚରିତ୍ର ସଂହାର ମାମଲା: ଡିଜିଙ୍କୁ ରିପୋର୍ଟ ମାଗିଲେ NHRC

ସୋସିଆଲ ମିଡିଆରେ ଧାବିକା ଦୂତୀ ଚାନ୍ଦଙ୍କ ଚରିତ୍ର ସଂହାର ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଦୂତୀ ଚାନ୍ଦଙ୍କ ଚରିତ୍ର ସଂହାର ମାମଲାରେ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ ।

9. ଶ୍ରୀଧର ଲେଖିଲେ ଶେଷକଥା, ଟି-୨୦ ବିଶ୍ବକପ ପରେ ବିଦାୟ ନେବେ ଫିଲ୍ଡିଂକୋଚ୍‌

ଟି-୨୦ ବିଶ୍ବକପ ଟିମ ଇଣ୍ଡିଆ ସହ ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) କୁ ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ ଧନ୍ୟବାଦ ଜଣାଇଲେ ଫିଲ୍ଡିଂ କୋଚ୍‌ ରାମକ୍ରୀଷ୍ଣନ୍‌ ଶ୍ରୀଧର ।

10. ସୋସିଆଲ ମିଡ଼ିଆରୁ ବ୍ରେକ ନେଲେ ଅର୍ଜୁନ, ପୋଷ୍ଟ କରି ଦେଲେ ସୂଚନା

ସୋସିଆଲ ମିଡ଼ିଆରୁ କିଛି ଦିନ ପାଇଁ ବ୍ରେକ ନେଇଛନ୍ତି ବଲିଉଡ଼ ଷ୍ଟାର ଅର୍ଜୁନ କପୁର । ଜାଣନ୍ତୁ କାହିଁକି...

ABOUT THE AUTHOR

...view details