ଓଡିଶା

odisha

By

Published : Oct 14, 2021, 7:05 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@7PM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ମା' କଟକ ଚଣ୍ଡୀଙ୍କ ଅପୂର୍ବ ମହାସରସ୍ବତୀ ବେଶ, ଭାବବିହ୍ବଳ ଭକ୍ତ

ଆଜି(ଗୁରୁବାର) ମା' କଟକ ଚଣ୍ଡୀଙ୍କ ମହାସରସ୍ବତୀ ବେଶ । ମା'ଙ୍କ ଦର୍ଶନ ପାଇଁ ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ ।

2.ବାଂଲାଦେଶରେ ହିଂସା, ଦୁର୍ଗାପୂଜା ପେଣ୍ଡାଲରେ ମୂର୍ତ୍ତି ଭଙ୍ଗାରୁଜା

ବାଂଲାଦେଶରେ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି । ସାମ୍ପ୍ରଦାୟିକ ହିଂସା କାରଣରୁ ୨୨ ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି ।

3.ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ, ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

ପୁଣି ଥରେ ଘୁଞ୍ଚିଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ବୁଧବାର କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନି ଜାମିନ ।

4.ଖାଉଥିବା ସମୟରେ ତଣ୍ଟିରେ ଲାଖିଲା ଅଣ୍ଡା, ଚାଲିଗଲା ମହିଳାଙ୍କ ପ୍ରାଣ

ଖାଦ୍ୟ ଖାଇଲାବେଳେ ତଣ୍ଟିରେ ଅଣ୍ଡା ଲାଖିଯିବାରୁ ମହିଳାଙ୍କ ମୃତ୍ୟୁ । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଘଟିଛି ଅଘଟଣ ।

5.ଖାଉଟିଙ୍କୁ ଆଶ୍ବସ୍ତି, କମିବ ଖାଇବା ତେଲ ଦର

ଖାଇବା ତୈଳଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଖାଇବା ତେଲ ଉପରୁ ବେସ୍‌ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିଛନ୍ତି ସରକାର ।

6.ଟିକା ନେବେ ରାଜ୍ୟର 1.4 କୋଟି ପିଲା, ଖୁବଶୀଘ୍ର ଆସିବ କେନ୍ଦ୍ରର ଗାଇଡଲାଇନ

ଦେଶରେ ଖୁବଶୀଘ୍ର ୧୮ ବର୍ଷରୁ କମ ଶିଶୁଙ୍କୁ ଟିକା ଦିଆଯିବ । ତେବେ ରାଜ୍ୟରେ ମଧ୍ୟ ଏହି ବର୍ଗର ଟୀକାକରଣ ପାଇଁ କେନ୍ଦ୍ର ସରକାର ଗାଇଡ଼ଲାଇନ ଜାରି କରିପାରନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

7.ସୋର ରେଳଷ୍ଟେସନ ଟିକେଟ କାଉଣ୍ଟରରେ ନିଆଁ, ଅସନ୍ତୋଷ ଯାତ୍ରୀ

ନିଆଁ ଲାଗି ଜଳିଗଲା ସୋର ରେଳ ଷ୍ଟେସନର ଟିକେଟ କାଉଣ୍ଟର । ଗତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ସର୍ଟସର୍କିଟ ଯୋଗୁଁ ହୋଇଥିବା କରାଯାଉଛି ସନ୍ଦେହ ।

8.ବ୍ରାଜିଲିଆନ ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିଲେ ଛେତ୍ରୀ

ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟାରେ ବ୍ରାଜିଲିଆନ ଫୁଟବଲ କିମ୍ବଦନ୍ତୀ ପେଲେଙ୍କୁ ଟପିଲେ ଭାରତୀୟ ଫୁଟବଲ ଟିମର କ୍ୟାପଟେନ୍‌ ସୁନୀଲ ଛେତ୍ରୀ ।

9.ଟିମ ଇଣ୍ଡିଆର ନୂଆ ଜର୍ସିରେ ଝଲସିଲା 'ବୁର୍ଜ ଖଲିଫା'

ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ୍‌ ହେବାପରେ ବିଶ୍ବର ସବୁଠୁ ଉଚ୍ଚ ବିଲ୍ଡିଂ 'ବୁର୍ଜ ଖଲିଫା'ରେ ପ୍ରଦର୍ଶିତ ହୋଇଛି ।

10.IPL ଆଚାର ସଂହିତାର ଉଲ୍ଲଂଘନ ପରେ କ୍ଷମା ମାଗିଲେ ଦିନେଶ କାର୍ତ୍ତିକ

ଆଇପିଏଲ ଆଚାର ସଂହିତାର ଉଲ୍ଲଂଘନ ପାଇଁ ହଟ୍ଟହଟ୍ଟା କୋଲକାତା ନାଇଟ ରାଇଡର୍ସର ପୂର୍ବତନ କ୍ୟାପଟେନ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ।

ABOUT THE AUTHOR

...view details