ଓଡିଶା

odisha

By

Published : Sep 23, 2021, 7:04 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ନବୀନଙ୍କ ବଡ ଘୋଷଣା, ଓଡିଶାରେ ଜୁନିଅର ବିଶ୍ବକପ ହକି

ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜନ କରିବ ଓଡିଶା ।

2. ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର

ରାଜ୍ୟର ମୁଖ୍ୟ ସୂଚନା କମିଶନର ହେଲେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ ।

3. ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାଶ୍, ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଆଇପିଏଲରେ ବେଟିଂ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ଜିଲ୍ଲା ପୋଲିସ । ଏଭଳି ଏକ ରାକେଟ୍‌ରେ ସାମିଲ ଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

4. Etv Bharat Impact: ରାସ୍ତା ନହେଲେ ବାହା ହେବାକୁ ମନା କରିଥିଲେ ଯୁବତୀ, ଆଜି ଗାଁକୁ ଆସିଲା ବସ୍‌

ଇଟିଭି ଭାରତର ଖବର ପ୍ରସାରଣ ପରେ ଯୁବତୀଙ୍କ ସମେତ ଗ୍ରାମବାସୀଙ୍କ ସ୍ବପ୍ନ ହେଲା ପୂରଣ । ସୁଗମ ରାସ୍ତା ନହେଲେ ବାହା ହେବେନି ବୋଲି ପିଏମ ଓ ସିଏମଙ୍କୁ କହିଥିଲେ ଯୁବତୀ । ଶେଷରେ ଗାଁକୁ ପ୍ରବେଶ କରିଛି ବସ ।

5. Agni-V ପରୀକ୍ଷଣ; ଡରିବ ଡ୍ରାଗନ, ପାକିସ୍ତାନ ଛାତିରେ ଛନକା

ସୀମାରେ ଆତଙ୍କୀଙ୍କ ଉତ୍ପାତ ମଧ୍ୟରେ ଗୁରୁବାର ଭାରତର ପରଣାଣୁ ଶକ୍ତି ସମ୍ପନ୍ନ ICBM ଅଗ୍ନି-୫ର ହୋଇପାରେ ପରୀକ୍ଷାଣ । ଏହି ମିସାଇଲର ପରୀକ୍ଷଣକୁ ନେଇ ଚୀନ ସମେତ ଅନେକ ଦେଶଙ୍କ ମନରେ ପଶିଛି ଛନକା ।

6. ଭାରତରେ ପଶିଲେ ଆଫଗାନ ଆତଙ୍କୀ ! ଗୁଇନ୍ଦା ବିଭାଗର ଆଲର୍ଟ

ଆଫଗାନ ଆତଙ୍କୀଙ୍କ ଅନୁପ୍ରବେଶ ନେଇ ଆଲର୍ଟ ଜାରି କରିଛି ଭାରତୀୟ ଗୁଇନ୍ଦା ବିଭାଗ । ପାକିସ୍ତାନ ସହାୟତାରେ ଏହି ଆତଙ୍କୀ ଭାରତର ସୀମାରେ ପ୍ରବେଶ କରିଥିବା କୁହାଯାଉଛି ।

7. Dhanbad Judge Death Case: ଖୁଲାସା କଲା CBI , ଜାଣିଶୁଣି ଧକ୍କା ଦେଇଥିଲା ଅଟୋ

ଧାନବାଦ ଘଟଣାରେ ନୂଆ ଖୁଲାସା । ଅଟୋ ଡ୍ରାଇଭର ଜାଣିଶୁଣି ବିଚାରପତିଙ୍କୁ ଧକ୍କା ଦେଇଥିଲା ଓ ଏହାପରେ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ସିବିଆଇ ସ୍ପଷ୍ଟ କରିଛି ।

8. Weather Update: 26ରୁ ପ୍ରବଳ ବର୍ଷିବ, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ।

9. IPL 2021: ମିଷ୍ଟ୍ରୀ ସ୍ପିନର ବନାମ ଭାରତୀୟ ଟି-୨୦ କ୍ୟାପଟେନ୍‌-ଇନ୍‌ ୱେଟିଂ

ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ ୱେଟିଂ ଲିଷ୍ଟରେ ଥିବା ରୋହିତଙ୍କ ସିଧାସଳଖ ମୁକାବିଲା ମିଷ୍ଟ୍ରୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହ ହେବ ।

10. IPL 2021: ଫଟାଫଟ କ୍ରିକେଟରେ ଆୟରଙ୍କ ୪ହଜାର ରନ୍‌ ପୂରଣ

ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଟି-୨୦ କ୍ରିକେଟରେ ୪୦୦୦ ରନ୍‌ ପୂରଣ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ୨୦୦୦ ଆଇପିଏଲ ରନ୍‌କୁ ଅତିକ୍ରମ କରିଛନ୍ତି ।

ABOUT THE AUTHOR

...view details