ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 13, 2021, 7:02 PM IST

୧. ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 17ରୁ ପୁଣି ପ୍ରବଳ ବର୍ଷା !

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଜାତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ।

୨. ଆଜି ପ୍ରବଳ ଛେଚିବ, 7 ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ରାଜ୍ୟର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର । ଏହା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ।

୩. ‘ନବୀନଙ୍କ ସବୁ କାମ ବିଶ୍ବସ୍ତରୀୟ, ଆମେ ଏଠି ପାଣିରେ ଛଟପଟ’

ସ୍ମାର୍ଟସିଟି ଭୁବନେଶ୍ବର ଏବେ ଜଳବନ୍ଦୀ । ଘରୁ ବାହାରିବା ମଧ୍ୟ ହେଉନାହିଁ ସମ୍ଭବ । ଏହା କଣ ସରକାରଙ୍କ ସ୍ମାର୍ଟସିଟି ? ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

୪. ତାମିଲନାଡୁରେ NEET ରଦ୍ଦ ବିଲ୍‌ ପାରିତ, ଦ୍ବାଦଶ ରେଜଲ୍ଟ ଆଧାରରେ ଡାକ୍ତର ହେବେ ଛାତ୍ରଛାତ୍ରୀ

NEET ପରୀକ୍ଷା ପର୍ବରୁ ଆଶାୟୀ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ମାମଲା । ତାମିଲନାଡୁ ସରକାର ଏକ ବଡ ନିଷ୍ପତ୍ତି ନେଇ ନିଟ୍‌ ପରୀକ୍ଷା ରଦ୍ଦ କରିବା ପାଇଁ ବିଧାନସଭାରେ ପାରିତ କରିଛନ୍ତି ଏକ ବିଧେୟକ ।

୫. ଚଳିତ ସପ୍ତାହରେ Covaxin ପାଇବ WHO ମଞ୍ଜୁରୀ !

ଚଳିତ ସପ୍ତାହ ଭାରତ ବାୟୋଟେକର କୋରୋନା ଟିକା କୋଭାକ୍ସିନ(Covaxin)କୁ ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ମଞ୍ଜୁରୀ । ଜୁଲାଇରେ ସମସ୍ତ ଜରୁରୀ ଦସ୍ତାବିଜ ଓ ଟ୍ରାଏଲ ସହ ସମ୍ବନ୍ଧିତ ଡାଟା ଉପଲବ୍ଧ କରାଇଥିଲା ଭାରତ ବାୟୋଟେକ ।

୬. ଆରମ୍ଭ ହେଲା ନୂତନ ପିସିସି କମିଟିର ପ୍ରଥମ ବୈଠକ

ନୂତନ ପିସିସି କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଆରମ୍ଭ ହୋଇଛି । ଦୁଇଦିନ କାଳ ଏହି ଆଲୋଚନା ଜାରି ରହିବ ।

୭. ଫୋକସରେ ଫୁଟବଲ ପଡ଼ିଆ ବିକାଶ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ FM Universityର କୁଳପତି

କ୍ରୀଡାମନ୍ତ୍ରୀଙ୍କୁ ଭେଟିଛନ୍ତି FM Universityର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଫୁଟବଲ ପଡ଼ିଆ ବିକାଶ ପାଇଁ ସେ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

୮. ଲଗାଣ ବର୍ଷାରେ ବେହାଲ ରାଜଧାନୀ, ଟ୍ବିଟର୍‌ରେ ଟ୍ରେଣ୍ଡ କରୁଛି #Bhubaneswar

ରାଜଧାନୀ ଭୁବନେଶ୍ବରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଆଡ଼େ ଆଖି ବୁଲାଇଲେ ଖାଲି ପାଣି ଓ ପାଣି । ଏଥିପାଇଁ ବର୍ତ୍ତମାନ ଟ୍ବିଟରରେ ଟ୍ରେଣ୍ଡ୍ କରୁଛି #Bhubaneswar ।

୯. ଅଳ୍ପକେ ବର୍ତ୍ତିଲେ ହାମିଲଟନ, ଦୁର୍ଘଟଣାରେ ମର୍ସିଡିଜ ଚୁରମାର୍‌

ଇଟାଲିଆନ ଗ୍ରାଣ୍ଡପ୍ରିକ୍ସ(Italian Grand Prix) ରେସିଂ ସମୟରେ ଫର୍ମୁଲା ୱାନ ଟାଇଟେଲ ପ୍ରତିନ୍ଦ୍ବନ୍ଦ୍ବୀ ମାକ୍ସ ଭେରଷ୍ଟାପ୍ପେନଙ୍କ କାର୍‌ ସହିତ ହାମିଲଟନଙ୍କ ମର୍ସିଡିଜ ରେସିଂ କାର୍‌ ଧକ୍କା ।

୧୦. ସରିଲା ଆକ୍ସନ ଆଇକନ ବିଦ୍ୟୁତ ଜମୱାଲଙ୍କ ନିର୍ବନ୍ଧ, ଜାଣନ୍ତୁ କାହାକୁ କରିବେ ବିବାହ...

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତା ବିଦ୍ୟୁତ ଜମୱାଲ । ଫ୍ୟାସନ ଡିଜାଇନର ନନ୍ଦିତା ମହତାନିଙ୍କ ସହିତ ନିର୍ବନ୍ଧ କରିଛନ୍ତି ଏହି ଅଭିନେତା ।

ABOUT THE AUTHOR

...view details