ଓଡିଶା

odisha

By

Published : Sep 12, 2021, 7:00 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଟୀକାକରଣରେ BMCର ଆଉ ଏକ ମାଇଲଖୁଣ୍ଟ

ଟୀକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ବିଏମସି ।

2. ତେଜିଲା ମୂର୍ତ୍ତି ଉଚ୍ଚତା ରାଜନୀତି, ସରକାର ନିଷ୍ପତ୍ତି ବଦଳାନ୍ତୁ କହିଲେ ସୁର ରାଉତରାୟ

ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ତେଜୁଛି ରାଜନୀତି । ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

3. ‘ଆନ୍ଧ୍ରର ନାଲି ଆଖିକୁ କଡା ଜବାବ ଦିଅନ୍ତୁ ସରକାର’

ଗଜପତିରେ ଆନ୍ଧ୍ରର ନାଲି ଆଖିକୁ ନେଇ ବର୍ଷିଲେ ଦାମ ରାଉତ। ଗଜପତି ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନାଲି ଆଖିକୁ କଡା ସମାଲୋଚନା କଲେ ବରିଷ୍ଠ ରାଜନୀତିଜ୍ଞ ଡ ଦାମୋଦର ରାଉତ।

4. ପ୍ରଥମ ଥର ହୋଇଥିଲେ ବିଧାୟକ, ବଡ ନେତାଙ୍କୁ ପଛରେ ପକାଇ ହେଲେ ମୁଖ୍ୟମନ୍ତ୍ରୀ

ଅନେକ ବଡ ବଡ ନେତାଙ୍କୁ ପଛରେ ପକାଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ । ସାଙ୍ଗଠନିକ ଦକ୍ଷତା ରଖୁଥିବା ଭୂପେନ୍ଦ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କ ଆସନରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ ।

5. ନିଯୁକ୍ତି ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଟାକ୍ଷ

ନିଯୁକ୍ତି ଅଭାବ ନେଇ ପୁଣି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରବିବାର ଓ ସୋମବାର ମଧ୍ୟରେ ପାର୍ଥକ୍ୟ ଭୁଲାଇ ଦେଲା ଏହି ସରକାର ବୋଲି ସେ କହିଛନ୍ତି ।

6. ସେପ୍ଟେମ୍ବର ୧୭ରୁ ଜୋମାଟୋର Grocery delivery ସେବା ବନ୍ଦ

ଚଳିତ ବର୍ଷ ଜୁଲାଇ ମାସରୁ ଆରମ୍ଭ କରିଥିବା ଗ୍ରୋସରୀ ଡେଲିଭରି ସେବାକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ବନ୍ଦ କରିବାକୁ ଯାଉଛି ଜୋମାଟୋ ।

7. ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର

ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବଢୁଛି ବିଭିନ୍ନ ନଦୀ ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିବା ପରେ ଆତଙ୍କିତ ନଦୀ କୂଳିଆ ଲୋକେ ।

8. 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତରପଶ୍ଚିମ ସଂଲଗ୍ନ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା 48 ଘଣ୍ଟାରେ ବା ସେପ୍ଟେମ୍ବର 14 ଯାଏଁ 7 ଜିଲ୍ଲାରେ ପ୍ରବଳ ବର୍ଷିବ ।

9. କ୍ଳାସିସ ଓପନ ଟେନିସ: ଡବଲ୍ସ ଟାଇଟେଲ ଜିତିଲେ ଶ୍ରୀରାମ-ରାମକୁମାର ଯୋଡି

ଭାରତୀୟ ଟେନିସ ଷ୍ଟାର ରାମକୁମାର ରାମାନାଥନ ଓ ଏନ. ଶ୍ରୀରାମ ବାଲାଜି ଜିତିଲେ କ୍ଳାସିସ ଓପନ ଟେନିସ ଡବଲ୍ସ ଟାଇଟେଲ ।

10. ହିମାଚଳରେ ଜନ୍ମଦିନ ପାଳିଲେ ମୀରା, ଶାହିଦଙ୍କ ସହ ସେୟାର କଲେ ଫଟୋ

ମୀରା କପୁର ନିଜ ୨୭ତମ ଜନ୍ମଦିବସକୁ ହିମାଚଳର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପରିବେଶରେ ବିତାଇଛନ୍ତି । ସାଥୀରେ ଥିଲେ ହବି ଶାହିଦ କପୁର ।

ABOUT THE AUTHOR

...view details