ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 7, 2021, 7:00 PM IST

1. Tokyo Olympics: ୧୦୦ ବର୍ଷ ପରେ ଆଥଲେଟିକ୍ସରେ ସ୍ବର୍ଣ୍ଣ ଜିତିଲେ ନୀରଜ

ଜାଭଲିନ୍ ଥ୍ରୋରେ ଇତିହାସ ରଚିଲେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା । ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଆଣିଲେ ସ୍ବର୍ଣ୍ଣ ପଦକ । ସାରା ଭାରତକୁ କଲେ ଗୌରବାନ୍ବିତ ।

2. tokyo olympic: ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ସ୍ବର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

100 ବର୍ଷ ପରେ ଅଲମ୍ପିକର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ଚଳିତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

3. Tokyo Olympics: କୁସ୍ତିରେ ବଜରଙ୍ଗଙ୍କୁ ବ୍ରୋଞ୍ଜ, ଭାରତର ଷଷ୍ଠ ପଦକ

ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । କାଜାଖସ୍ତାନର ଡାଉଲେଟ ନିୟାଜବେକୋଭଙ୍କୁ ପୁରୁଷ ଫ୍ରି-ଷ୍ଟାଇଲ ୬୫ କିଲୋଗ୍ରାମ ବ୍ରୋଞ୍ଜ ପଦକ ମ୍ୟାଚରେ ହରାଇଲେ ବଜରଙ୍ଗ ।

4. ତୁଷାରକାନ୍ତ ମୃତ୍ୟୁ ସସପେନ୍ସ: କୋର୍ଟରେ ପ୍ରମାଣ ହେବା କଷ୍ଟ କହିଲେ ଆଇନଜୀବୀ

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ସସପେନ୍ସ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରମାଣ କରିବା କଷ୍ଟ କହିଲେ ଆଇନଜୀବୀ ।

5.ତାପଙ୍ଗ ରାଉଳ ନାୟକ ହତ୍ୟା ମାମଲା, ତିନି ପଡୋଶୀ ଗିରଫ

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳର ରାଉଳ ନାୟକ ହତ୍ୟା ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବର୍ବର କାଣ୍ଡ ଘଟିଥିବା ସୂଚନା ଦେଲେ ଏସପି ।

6. ଭବାନୀପାଟଣାରେ ମେଡିକାଲ କଲେଜ, ଖର୍ଚ୍ଚ ହେବ ୩୨୫ କୋଟି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିର୍ମାଣ ହେବ ମେଡିକାଲ କଲେଜ । ଖର୍ଚ୍ଚ ହେବ ମୋଟ ୩୨୫ କୋଟି ଟଙ୍କା ।

7. ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ।

8. ବନ୍ଦନାଙ୍କୁ ରାନୀଙ୍କ ସମର୍ଥନ, କହିଲେ ଜାତିବାଦରୁ ଉପରକୁ ଉଠନ୍ତୁ ଲୋକେ

ଟୋକିଓ ଅଲମ୍ପିକ ୨୦୨୦ରେ ଖେଳିଥିବା ହକି ଖେଳାଳି ବନ୍ଦନା କାଟାରିୟାଙ୍କ ପରିବାର ପ୍ରତି ଜାତିଆଣ ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଲେ ମହିଳା ହକି ଟିମ କ୍ୟାପଟେନ ରାନୀ ରାମପାଲ୍‌ ।

9. ଅଲମ୍ପିକ୍‌ର ଶେଷ ଦିନରେ, ଟୋକିଓ ଆଡକୁ ମାଡିଆସୁଛି ବାତ୍ୟା 'ମିରିନାଏ' !

ଅଗଷ୍ଟ ୮ରେ ଟୋକିଓ ଅଲମ୍ପିକ୍‌ର ଉଦଯାପନୀ ସମାରୋହ ରହିଛି ।

10. ସମ୍ପର୍କରେ ପଡିବ ପ୍ୟାଚଅପ୍ ! ଓଲିଉଡ୍ କ୍ବିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଓଲିଉଡ ଜଗତର ଚର୍ଚ୍ଚିତ ଯୋଡି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଦାମ୍ପତ୍ୟ ଜୀବନରେ ତିକ୍ତତାକୁ ନେଇ ଚର୍ଚ୍ଚାରେ ଥିବା ଏହି ଯୋଡିଙ୍କ ସମ୍ପର୍କରେ ଏବେ ବି ରହିଛି ମଧୁରତା । ଦାମ୍ପତ୍ୟ ବିବାଦ ସତ୍ତ୍ବେ ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ ।

ABOUT THE AUTHOR

...view details